M’Cheyne Bible Reading Plan
ଶଲୋମନ ମନ୍ଦିର ନିର୍ମାଣ କରନ୍ତି
3 ଯିରୁଶାଲମର ମୋରିୟା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଏହି ମୋରିୟା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହୋଇଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସେହି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସେହି ସ୍ଥାନଟି ଯିବୂଷୀୟ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା। 2 ଶଲୋମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ଦ୍ୱିତୀୟ ମାସରେ ସେ କାର୍ଯ୍ୟ ଆରମ୍ଭ କଲେ।
3 ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ନିମନ୍ତେ ଶଲୋମନ ଏହି ପ୍ରକାରର ମାପ ବ୍ୟବହାର କରିଥିଲେ। ଭିତ୍ତିମୂଳ ଷାଠିଏ ହାତ ଲମ୍ବ ଓ କୋଡ଼ିଏ ହାତ ପ୍ରସ୍ଥ ଥିଲା। ଶଲୋମନ ମନ୍ଦିରର ମାପ ନେଲାବେଳକୁ ପୁରୁଣା ମାପର ବ୍ୟବହାର କରିଥିଲେ। 4 ମନ୍ଦିରର ସମ୍ମୁଖ ଭାଗ ଅଗଣା କୋଡ଼ିଏ ହାତ ମନ୍ଦିର ସହିତ ସମାନ ପ୍ରସ୍ଥ ଥିଲା ଓ 120 ହାତ ଉଚ୍ଚତା ବିଶିଷ୍ଟ ଥିଲା। ଏହି ଅଗଣାର ସମ୍ମୁଖ ଭାଗର ଭିତର ଅଂଶକୁ ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଢାଙ୍କି ଥିଲେ। 5 ବଡ଼ କୋଠରୀର କାନ୍ଥରେ ଶଲୋମନ ଦେବଦାରୁ କାଠର ଆସ୍ତରଣ ଦେଇ ତା’ ଉପରେ ଶୁଦ୍ଧ ସୁବର୍ଣ୍ଣ ଆଚ୍ଛାଦନ କଲେ। ଏବଂ ସେଥିରେ ଖଜୁରୀ ଗଛ ଓ ଜଞ୍ଜିରର ଛବି ଦେଲେ। 6 ସୌନ୍ଦର୍ଯ୍ୟତା ନିମନ୍ତେ ମନ୍ଦିରରେ ଶଲୋମନ ଦାମୀ ପଥରସବୁ ଲଗାଇଲେ। ଶଲୋମନ ଯେଉଁ ସୁନା ବ୍ୟବହାର କରୁଥିଲେ, ସେଗୁଡ଼ିକ ପର୍ବୟିମ ଦେଶରୁ ଆସିଥିଲା। 7 କଡ଼ିକାଠ, ଚୌକାଠ, କାନ୍ଥ ଓ ଦ୍ୱାରସବୁ ଶଲୋମନ ସୁବର୍ଣ୍ଣରେ ଆଚ୍ଛାଦନ କଲେ। କାନ୍ଥରେ କିରୁବଦୂତଗଣଙ୍କର ଛବି ଶଲୋମନ ଖୋଦାଇଲେ।
8 ଏହା ପରେ ଶଲୋମନ ମହାପବିତ୍ର ସ୍ଥାନ ନିର୍ମାଣ କଲେ। ଏହା ମହାପବିତ୍ର ସ୍ଥଳର ଦୈର୍ଘ୍ୟ କୋଡ଼ିଏ ହାତ ଏବଂ ପ୍ରସ୍ଥ କୋଡ଼ିଏ ହାତ ଥିଲା। ଏହି ସ୍ଥାନ ମନ୍ଦିରର ଅବଶିଷ୍ଟ ସ୍ଥାନ ଭଳି ଥିଲା। ଏହି ମହାପବିତ୍ର ସ୍ଥଳର କାନ୍ଥରେ ଶଲୋମନ ଶୁଦ୍ଧ ସୁବର୍ଣ୍ଣ ମଡ଼ାଇଲେ। ଏହି ସୁନାର ଓଜନ 20,580 କିଲୋଗ୍ରାମରୁ ଅଧିକ ଥିଲା। 9 ସ୍ୱର୍ଣ୍ଣ କଣ୍ଟକର ଓଜନ 575 ଗ୍ରାମ ଥିଲା। ଶଲୋମନ ଉପରିସ୍ଥ କୋଠରୀଗୁଡ଼ିକୁ ମଧ୍ୟ ସୁନାରେ ଆଚ୍ଛାଦନ କଲେ। 10 ଶଲୋମନ ମହାପବିତ୍ର ସ୍ଥାନରେ ସ୍ଥାପନ କରିବା ନିମନ୍ତେ ଦୁଇଟି କିରୂବ ମୂର୍ତ୍ତି ନିର୍ମାଣ କଲେ। କାରିଗରମାନେ ଏହି କିରୁବଦୂତଗଣଙ୍କର ମୂର୍ତ୍ତିଗୁଡ଼ିକୁ ସୁନାରେ ଆଚ୍ଛାଦନ କଲେ। 11 ଏହି କିରୁବଦୂତଗଣଙ୍କ ଡେଣା ପାଞ୍ଚ ହାତ ଲମ୍ବ ଥିଲା। ଡେଣାମାନଙ୍କର ସମ୍ପୂର୍ଣ୍ଣ ଲମ୍ବ କୋଡ଼ିଏ ହାତ ଥିଲା। ପ୍ରଥମ କିରୂବ ଦୂତଗଣର ଗୋଟିଏ ଡେଣା କୋଠରୀର ଏକ ପାଖ କାନ୍ଥକୁ ସ୍ପର୍ଶ କରୁଥିଲା। ଯେଉଁଟା କି ପାଞ୍ଚ ହାତ ଦୂରରେ ଥିଲା। 12 ଦ୍ୱିତୀୟ କିରୁବଦୂତଗଣର ଗୋଟିଏ ଡେଣା କୋଠରୀର ଆର ପାର୍ଶ୍ୱର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। ଦ୍ୱିତୀୟ କିରୁବଦୂତଗଣର ଅନ୍ୟ ଡେଣାଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡେଣାକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂରରେ ଥିଲା। 13 ଏହି କିରୁବଦୂତଗଣଙ୍କର ଡେଣା ମୋଟରେ କୋଡ଼ିଏ ହାତ ସ୍ଥାନ ଆଚ୍ଛାଦନ କରୁଥିଲା। ଏହି କିରୁବଦୂତଗଣ ମନ୍ଦିର ଆଡ଼କୁ ମୁହଁକରି ଛିଡ଼ା ହୋଇଥିଲେ।
14 ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାମୀ ବସ୍ତ୍ର ବ୍ୟବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବଦୂତଗଣର ଆକୃତି ବୁଣିଲେ।
15 ଶଲୋମନ ମନ୍ଦିରର ସମ୍ମୁଖରେ ଦୁଇଟି ସ୍ତମ୍ଭ ରଖିଲେ। ଏହି ସ୍ତମ୍ଭ ପଞ୍ଚତିରିଶ୍ ହାତ ଉଚ୍ଚ ଥିଲା। ଏହି ସ୍ତମ୍ଭ ଦୁଇଟିର ଅଗ୍ରଭାଗ ପାଞ୍ଚ ହାତରୁ ଟିକେ ଅଧିକ ଲମ୍ବ ଥିଲା। 16 ଶଲୋମନ ହାର ପରି ଜଞ୍ଜିର ବନାଇଲେ। ଏହି ଜଞ୍ଜିରକୁ ସ୍ତମ୍ଭ ଦୁଇଟିର ଉପରି ଭାଗରେ ରଖିଲେ। ଶଲୋମନ 100ଟି ଡାଳିମ୍ବ ଆକୃତି ଚିତ୍ର ବନାଇଲେ ଏବଂ ସେଗୁଡ଼ିକୁ ଜଞ୍ଜିରରେ ଲଗାଇଲେ। 17 ଏହା ପରେ ଶଲୋମନ ମନ୍ଦିର ସମ୍ମୁଖରେ ସ୍ତମ୍ଭ ଦୁଇଟିକୁ ଛିଡ଼ା କରାଇଲେ। ଗୋଟିଏ ସ୍ତମ୍ଭ ବାମ ପାର୍ଶ୍ୱରେ ଓ ଅନ୍ୟଟି ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହେଲା। ଦକ୍ଷିଣ ପାର୍ଶ୍ୱରେ ଥିବା ସ୍ତମ୍ଭର ନାମ ଶଲୋମନ “ଯାଖୀନ୍” ରଖିଲେ। ଏବଂ ବାମ ପାର୍ଶ୍ୱସ୍ଥ ସ୍ତମ୍ଭର ନାମ ଶଲୋମନ “ବୋୟସ୍” ରଖିଲେ।
ମନ୍ଦିର ନିମନ୍ତେ ଆସବାବପତ୍ର
4 ଶଲୋମନ ଏକ ଯଜ୍ଞବେଦି ନିର୍ମାଣ ନିମନ୍ତେ ପିତ୍ତଳ ବ୍ୟବହାର କଲେ। ସେହି ପିତ୍ତଳର ବେଦିଟି କୋଡ଼ିଏ ହାତ ଲମ୍ବା, କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା। 2 ଏହା ପରେ ଶଲୋମନ ତରଳ କଂସାରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଠିକ୍ ବିପରୀତ ବିନ୍ଦୁ ପର୍ଯ୍ୟନ୍ତ ଦଶ ହାତ ଦୈର୍ଘ୍ୟ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ୍ ହାତ ଥିଲା। 3 ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାର୍ଶ୍ୱର ଚତୁର୍ଦ୍ଦିଗରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁର୍ପାର୍ଶ୍ୱରେ ଦଶ ହାତ ପର୍ଯ୍ୟନ୍ତ ଦୁଇ ଧାଡ଼ିରେ ସେଗୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାଯିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳେଇ ଠିକ୍ ସ୍ଥାନରେ ବସେଇ ଦିଆଯାଇଥିଲା। 4 ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡକୁ ରଖାଯାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ଯାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ। 5 ଏହି ବୃହତ୍ ପିତ୍ତଳ କୁଣ୍ଡଟି 3000 ମହଣ ମୋଟେଇ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦେଖାଯାଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।
6 ଶଲୋମନ ଦଶ ଗୋଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ସେହି ବୃହତ୍ କୁଣ୍ତର ଦକ୍ଷିଣ ପାର୍ଶ୍ୱରେ ଏବଂ ଅନ୍ୟ ପାଞ୍ଚୋଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାର୍ଶ୍ୱରେ ରଖିଲେ। ହୋମବଳିକୁ ଉତ୍ସର୍ଗ କରିବା ପରେ ଧୋଇବା ନିମନ୍ତେ ଏହି ଦଶ ଗୋଟି ପ୍ରକ୍ଷାଳନ ପାତ୍ର ବ୍ୟବହାର କରାଯାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡରେ କେବଳ ଯାଜକମାନେ ପ୍ରକ୍ଷାଳନ କରିବେ।
7 ସେମାନଙ୍କର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶ ଗୋଟି ବତୀଦଣ୍ଡ ନିର୍ମାଣ କଲେ। ସେହି ବତୀଦଣ୍ଡଗୁଡ଼ିକ ମନ୍ଦିରରେ ଖଞ୍ଜାଗଲା। ପ୍ରତ୍ୟେକ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି ବତୀଦଣ୍ଡ ଖଞ୍ଜା ହେଲା। 8 ଶଲୋମନ ଦଶ ଗୋଟି ମେଜ ତିଆରି କରି ମନ୍ଦିରରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ପାଞ୍ଚୋଟି କରି ମେଜ ରଖାଗଲା। ଆଉ 100ଟି ଛୋଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ୟବହାର କଲେ। 9 ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ୱାର ନିର୍ମାଣ କଲେ ଏବଂ ସେଗୁଡ଼ିକୁ ପିତ୍ତଳରେ ଆଚ୍ଛାଦନ କଲେ। 10 ଏହା ପରେ ସେ ସେହି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କୋଣରେ ଥିଲା।
11 ହୂରମ୍ ପାତ୍ର, ବେଲଗ୍ଭ ଓ ବେସିନ୍ ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ୱରଙ୍କ ମନ୍ଦିରରେ ରାଜା ଶଲୋମନଙ୍କ ନିମନ୍ତେ ନିଜର କାର୍ଯ୍ୟ ଶେଷ କଲେ।
12 ହୂରମ୍ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ୍ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘୋଡ଼ାଇବା ନିମନ୍ତେ କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ତିଆରି କରିଥିଲେ। 13 ଏହି ଦୁଇଟି କାରୁକାର୍ଯ୍ୟ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ୍ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରତ୍ୟେକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ଯାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘୋଡ଼ାଇ ଥିଲା। 14 ଆହୁରି ହୂରମ୍ ଦଶ ଗୋଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶ ଗୋଟି ଦଣ୍ଡକୁ କୁଣ୍ଡରେ ଖଞ୍ଜିଥିଲେ। 15 ହୂରମ୍ ବିରାଟ ପିତ୍ତଳ କୁଣ୍ଡ ଓ ତା’ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ। 16 ପରମେଶ୍ୱରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଗ୍ଭମୁଚ ହୂରମ୍ ତିଆରି କରିଥିଲେ।
ଏହି ସମସ୍ତ ଜିନିଷଗୁଡ଼ିକ ସ୍ୱଚ୍ଛ ପିତ୍ତଳରେ ନିର୍ମିତ ହୋଇଥିଲା। 17 ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚରେ ଢାଳିଲେ। ସୁକ୍କୋତ ଓ ସରେଦା ସହରର ମଧ୍ୟବର୍ତ୍ତୀ ଯର୍ଦ୍ଦନ ଉପତ୍ୟକାରେ ଏହି ଛାଞ୍ଚଗୁଡ଼ିକ ତିଆରି ହୋଇଥିଲା। 18 ଶଲୋମନ ଏହିପରି ଅନେକ ଜିନିଷ ଏତେ ପରିମାଣରେ ତିଆରି କରିଥିଲେ ଯେ ଏଥିରେ ବ୍ୟବହୃତ ପିତ୍ତଳର ଓଜନ ମାପିବା ପାଇଁ କେହି ଚେଷ୍ଟା କଲେ ନାହିଁ।
19 ଶଲୋମନ ପରମେଶ୍ୱରଙ୍କ ମନ୍ଦିରରେ ବ୍ୟବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ୱର୍ଣ୍ଣ ଯଜ୍ଞବେଦି ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମେଜ ନିର୍ମାଣ କଲେ। 20 ଶଲୋମନ ଦୀପ ଓ ଦୀପଦାନୀ ସବୁ ଶୁଦ୍ଧ ସୁନାରେ ତିଆରି କରାଇଲେ। ମନ୍ଦିର ଭିତରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖରେ ନିୟମାନୁଯାୟୀ ଜଳାଯିବା ନିମନ୍ତେ ଦୀପଗୁଡ଼ିକ ରଖାଯାଇଥିଲା। 21 ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ୟବହାର କରିଥିଲେ। 22 ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନାରେ ତିଆରି କଲେ। ମନ୍ଦିରର ଦ୍ୱାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ୱାରସବୁ ଏବଂ ମୁଖ୍ୟ ଗୃହର ଦ୍ୱାରସବୁ ଶଲୋମନ ସୁନାରେ ତିଆରି କଲେ।
ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ
3 ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ। 2 ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା। 3 ଖ୍ରୀଷ୍ଟ ପବିତ୍ର। ଯେ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖେ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରଖେ।
4 ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। 5 ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ। 6 ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।
7 ପ୍ରିୟ ପିଲାମାନେ, କେହି ତୁମ୍ଭମାନଙ୍କୁ ମନ୍ଦ ପଥରେ ଯିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକେହି ଖ୍ରୀଷ୍ଟଙ୍କ ପରି ଉତ୍ତମ ହେବାକୁ ଇଚ୍ଛା କରେ, ସେ ଉଚିତ୍ କର୍ମ କରୁ। 8 ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ୱଂସ କରିବା ପାଇଁ ପରମେଶ୍ୱରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।
9 ପରମେଶ୍ୱରଙ୍କର ସନ୍ତାନ ହେବା ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ୱର ସେହି ଲୋକକୁ ଦିଅନ୍ତି, ତାହା ତା’ଠାରେ ଥାଏ। ତେଣୁ ସେ ଆଉ ପାପ କରିପାରେ ନାହିଁ ଯେହେତୁ ସେ ପରମେଶ୍ୱରଙ୍କର ସନ୍ତାନ ହୋଇସାରିଥାଏ। 10 ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ।
ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍
11 ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12 ଆମ୍ଭେ କୟିନ [a] ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।
13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।
16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍। 17 ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ। 18 ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍।
19-20 ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
21 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। 22 ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସେହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ। 23 ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା। 24 ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା।
ନୀନିବୀ ଧ୍ୱଂସ ହେବ
2 କେହି ଜଣେ ତୁମ୍ଭମାନଙ୍କୁ ଛିନ୍ନଛତ୍ର କରିବାକୁ ଆସୁଛି।
ତେଣୁ ତୁମ୍ଭ ସୁଦୃଢ଼ ସ୍ଥାନଗୁଡ଼ିକୁ ଜଗ।
ରାସ୍ତାଗୁଡ଼ିକ ଉପରେ ଦୃଷ୍ଟି ରଖ।
ଯୁଦ୍ଧ ପାଇଁ ସଜ ହୁଅ
ଏବଂ ନିଜର ପାରୁ ପର୍ଯ୍ୟନ୍ତ ନିଜକୁ ସଜାଗ ରଖ।
2 ସଦାପ୍ରଭୁ ଯାକୁବର ଶୋଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି,
ଯାହାକି ଇସ୍ରାଏଲର ଶୋଭା ସଦୃଶ।
ଶତ୍ରୁ ସେମାନଙ୍କୁ ଧ୍ୱଂସ କଲେ
ଓ ସେମାନଙ୍କର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।
3 ସେହି ସୈନ୍ୟମାନଙ୍କର ମୋହରଗୁଡ଼ିକ ଲାଲ।
ସେମାନଙ୍କର ପୋଷାକ ଅତି ଲାଲ।
ସେମାନଙ୍କର ରଥଗୁଡ଼ିକ ଯୁଦ୍ଧ ପାଇଁ ଧାଡ଼ିରେ ପ୍ରସ୍ତୁତ ହୋଇ ରହିଛି,
ସେଗୁଡ଼ିକ ଅଗ୍ନିଶିଖା ପରି ଉଜ୍ଜ୍ୱଳ ଦେଖା ଯାଉଛି।
ସେମାନଙ୍କର ବର୍ଚ୍ଛାସବୁ ଉତ୍ତୋଳିତ।
4 ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି।
ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି।
ସେଗୁଡ଼ିକ ମଶାଲପରି
ଓ ବିଜୁଳି ପରି ଦେଖାଯାଉଛି।
5 ସେ ତାଙ୍କର ଅଧିକାରୀମାନଙ୍କୁ ଆଦେଶ ଦିଅନ୍ତି।
ଯେତେବେଳେ ସେମାନେ ଆଗକୁ ଗତି କରନ୍ତି, ସେମାନେ ଝୁଣ୍ଟି ପଡ଼ନ୍ତି।
ସେମାନେ କାନ୍ଥ ନିକଟକୁ ଯାଆନ୍ତି
ଏବଂ ସେମାନଙ୍କର ଢାଲଗୁଡ଼ିକ ଠିକ୍ କରନ୍ତି।
6 ନଦୀର ଫାଟକଗୁଡ଼ିକ ଖୋଲା ଅଛି
ଏବଂ ରାଜପ୍ରାସାଦ ଭାସି ଯାଉଛି,
7 ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି।
ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି।
ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।
8 ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି।
ଲୋକମାନେ, “ଦୌଡ଼ୁଛନ୍ତି
ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!”
କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି।
9 ତାଙ୍କ ପାଖରେ ବହୁ
ଧନସମ୍ପତ୍ତି ନେବାକୁ ଅଛି।
ତାଙ୍କର ରୂପା
ଓ ସୁନା ନିଅ।
10 ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି।
ସମସ୍ତ ଜିନିଷ ଲୁଣ୍ଠିତ
ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି।
ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି।
ସେମାନଙ୍କର ହୃଦୟ ଭୟରେ ବିଚଳିତ।
ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି।
ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି।
11 ସେହି ସିଂହଗୁମ୍ଫା ନୀନିବୀ କେଉଁଠି?
ସିଂହ ଏବଂ ସିଂହୀ ସେଠାରେ ବାସ କରୁଥିଲେ।
ସେମାନଙ୍କର ସିଂହ ଶାବକଗୁଡ଼ିକୁ
ସେଠାରେ ଖାଉଥିଲେ ଏବଂ ଭୟଭୀତ ନ ଥିଲେ।
12 ସିଂହ ନୀନିବୀର ରାଜା ତା’ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା
ଏବଂ ସିଂହୀ ପାଇଁ ଶିକାର କଲା।
ସେ ତା’ର ନୀନିବୀ ଗୁମ୍ଫାକୁ ଶିକାରରେ ପରିପୂର୍ଣ୍ଣ କଲା!
ସେ ତା’ର ଗୁମ୍ଫାକୁ ମାଂସରେ ପୂର୍ଣ୍ଣ କଲା।
13 ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି,
“ନୀନିବୀ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ।
ଆମ୍ଭେ ତୁମ୍ଭର ରଥକୁ ଜାଳିଦେବା
ଓ ତୁମ୍ଭର ‘ଯୁବକ ସିଂହମାନଙ୍କୁ’ ଖଣ୍ଡାରେ ହତ୍ୟା କରିବା।
ଆମ୍ଭେ ତୁମ୍ଭମାନଙ୍କର ଶିକାରକୁ ପୃଥିବୀରୁ ଲୋପ କରିଦେବା।
ଲୋକମାନେ ଆଉ କେବେ ମନ୍ଦ ଖବର
ତୁମ୍ଭ ଦୂତଠାରୁ ଶୁଣିବେ ନାହିଁ।”
ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ
18 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, 2 “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। 3 ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ 4 କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। 5 କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”
6 ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। 7 ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। 8 ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”
ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍
9 କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ: 10 “ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। 11 ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। 12 ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’
13 “କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।” 14 ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା’ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।”
ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ(A)
15 କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ। 16 କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”
ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(B)
18 ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”
19 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। 20 ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ [a]”
21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”
22 ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା’ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” 23 ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।
24 ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। 25 ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”
କେଉଁମାନେ ପରିତ୍ରାଣ ପାଇ ପାରିବେ
26 ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”
27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”
28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା’ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, 30 ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।
ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ(C)
31 ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟଦ୍ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ। 32 ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ। ତାହାଙ୍କୁ ଉପହାସ କରାଯିବ। ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କୁ ଉପରକୁ ଛେପ ପକାଇବେ। 33 ସେମାନେ ତାହାଙ୍କୁ ଗ୍ଭବୁକରେ ପିଟିବେ ଓ ଶେଷରେ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।” 34 ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।
ଯୀଶୁ ଗୋଟିଏ ଅନ୍ଧକୁ ସୁସ୍ଥ କଲେ(D)
35 ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା। 36 ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?”
37 ଲୋକମାନେ କହିଲେ, “ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି।”
38 ଅନ୍ଧଟି ଉତ୍ତେଜିତ ହୋଇ ପଡ଼ିଲା ଓ କହିଲା, “ଦାଉଦଙ୍କ ପୁତ୍ର ଯୀଶୁ ଦୟାକରି ମୋତେ ସାହାଯ୍ୟ କର।”
39 ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜୋର୍ରେ ପାଟିକରି କହିଲା, “ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।”
40 ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ, 41 “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
ସେହି ଅନ୍ଧଟି କହିଲା, “ପ୍ରଭୁ, ମୁଁ ପୁଣି ଥରେ ଦେଖି ପାରିବାକୁ ଗ୍ଭହୁଁଛି।”
42 ଯୀଶୁ ତାହାକୁ କହିଲେ, “ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ୱାସ ହିଁ ତୁମ୍ଭକୁ ଉଦ୍ଧାର କଲା।”
43 ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫେରିପାଇଲା। ସେ ପରମେଶ୍ୱରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ୱରଙ୍କୁ ସ୍ତୁତିଗାନ କଲେ।
2010 by World Bible Translation Center