Font Size
                  
                
              
            
ମାଥିଉ ଲିଖିତ ସୁସମାଗ୍ଭର 19:13-15
Odia Holy Bible: Easy-to-Read Version
ମାଥିଉ ଲିଖିତ ସୁସମାଗ୍ଭର 19:13-15
Odia Holy Bible: Easy-to-Read Version
ଯୀଶୁ ପିଲାମାନଙ୍କୁ ସ୍ୱାଗତ କଲେ
(ମାର୍କ 10:13-16; ଲୂକ 18:15-17)
13 ତା'ପରେ ଲୋକମାନେ କେତେକ ପିଲାଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ, ଯେପରି ଯୀଶୁ ସେମାନଙ୍କ ଉପରେ ଆପଣା ହାତ ରଖି ପାରିବେ ଓ ସେମାନଙ୍କ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଇ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ। 14 ଯୀଶୁ କହିଲେ, “ପିଲାମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ୱର୍ଗରାଜ୍ୟ ସେହିମାନଙ୍କର।” 15 ତା'ପରେ ଯୀଶୁ ତାହାଙ୍କର ହାତ ସେହି ପିଲାମାନଙ୍କ ଉପରେ ରଖିଲେ ଏବଂ ସେଠାରୁ ଗ୍ଭଲିଗଲେ।
Read full chapter
Odia Holy Bible: Easy-to-Read Version (ERV-OR) 
    2010 by Bible League International