M’Cheyne Bible Reading Plan
ଯିହୁଦାରେ ଯୋଶିୟଙ୍କ ଶାସନ ଆରମ୍ଭ
22 ଯୋଶିୟ ଆଠ ବର୍ଷ ବୟସରେ ରାଜ୍ୟ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଯିଦୀଦା ଓ ସେ ବସ୍କତୀୟ ଅଦାୟଙ୍କର କନ୍ୟା ଥିଲେ। 2 ଯୋଶିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ସୁକର୍ମ କଲେ ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କ ଶିକ୍ଷା ମାନ୍ୟ କଲେ। ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହା ସବୁ କଲେ।
ମନ୍ଦିର ମରାମତି ପାଇଁ ଯୋଶିୟଙ୍କ ଆଦେଶ
3 ଯୋଶିୟ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ମଶୁଲ୍ଲମର ପୌତ୍ର, ଅତ୍ସଲିୟର ପୁତ୍ର ଶାଫନ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ। 4 “ତୁମ୍ଭେ ମହାଯାଜକ ହିଲ୍କିୟ ନିକଟକୁ ଯାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ୱାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଠିକି ଆଣ। 5 ସେ ସେହି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରୀ ଦିଅନ୍ତୁ। ଆଉ ମଧ୍ୟ ସେ ମନ୍ଦିର ମରାମତିରେ ତତ୍ତ୍ୱବଧାରକ ଯାଜକ ମୁଦ୍ରା ଦିଅନ୍ତୁ। 6 ସେହି ମୁଦ୍ରାକୁ ବଢ଼େଇ, ରାଜମିସ୍ତ୍ରି ଓ ପ୍ରସ୍ତର ଖୋଦନକାରୀଙ୍କୁ ଦେବାରେ ବ୍ୟବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣରେ ବ୍ୟବହୃତ କାଠ ଓ ଖୋଦିତ ପଥର କିଣିବାରେ ସେହି ମୁଦ୍ରାକୁ ବିନିଯୋଗ କରନ୍ତୁ। 7 ସେହି କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା’ର ହିସାବ ରଖାଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।”
ବ୍ୟବସ୍ଥା ପୁସ୍ତକ ମନ୍ଦିରରୁ ପ୍ରାପ୍ତ
8 ସେତେବେଳେ ମହାଯାଜକ ହିଲ୍କିୟ ଶାଫନ୍ ସମ୍ପାଦକଙ୍କୁ କହିଲା, “ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ୟବସ୍ଥା ପୁସ୍ତକ ପାଇଅଛୁ।” ତା’ପରେ ଶାଫନ୍ ସେହି ପୁସ୍ତକ ପାଠ କଲେ।
9 ଏହା ପରେ ଶାଫନ୍ ସମ୍ପାଦକ ରାଜା ଯୋଶିୟଙ୍କ ନିକଟକୁ ଆସିଲା ଓ ରାଜାଙ୍କୁ ସମ୍ବାଦ ଦେଲା, “ଆପଣଙ୍କ ସେବକମାନେ ମନ୍ଦିରରୁ ପ୍ରାପ୍ତ ସମସ୍ତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମକାରୀମାନଙ୍କୁ ଓ ତତ୍ତ୍ୱାବଧାରକମାନଙ୍କୁ ପ୍ରଦାନ କରିଅଛନ୍ତି।” 10 ତା’ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, “ମହାଯାଜକ ହିଲ୍କିୟ ଏହି ପୁସ୍ତକ ମୋତେ ଦେଇଛନ୍ତି।” ତା’ପରେ ଶାଫନ୍ ରାଜାଙ୍କ ସାକ୍ଷାତରେ ତାହା ପାଠ କଲା।
11 ଏଥିରେ ରାଜା ସେହି ବ୍ୟବସ୍ଥା ପୁସ୍ତକର ବାକ୍ୟ ଶ୍ରବଣ କରି ଆପଣା ଦୁଃଖ ଓ ବ୍ୟସ୍ତତା ଜଣାଇବାକୁ ବସ୍ତ୍ର ଚିରିଲେ। 12 ତା’ପରେ ରାଜା ହିଲ୍କିୟ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାୟର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାୟ ନାମକ ରାଜ ଭୃତ୍ୟକୁ ଏହି ଆଜ୍ଞା ଦେଇ କହିଲେ। 13 ରାଜା ଯୋଶିୟ କହିଲେ, “ତୁମ୍ଭେମାନେ ଯାଅ, ସଦାପ୍ରଭୁଙ୍କୁ ପଗ୍ଭର ମୋ’ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ’ଣ କରିବୁ। ଏହି ପୁସ୍ତକ ବିଷୟରେ ପଗ୍ଭର। ପରମେଶ୍ୱର ଆମ୍ଭ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲେଖା ଥିଲା, ଆମ୍ଭର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନ ଥିଲେ।”
ଯୋଶିୟ ଓ ଭବିଷ୍ୟଦ୍ବକ୍ତା ହୁଲଦା
14 ଏଣୁ ହିଲ୍କିୟ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାୟ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ଯ୍ୟା ହୁଲଦା ଭବିଷ୍ୟଦ୍ବକ୍ତା ନିକଟକୁ ଗଲେ। ଯିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ଯିରୁଶାଲମର ଦ୍ୱିତୀୟ କୋଠରୀରେ ବାସ କରୁଥିଲା। ସେମାନେ ତା’ ସହିତ କଥାବାର୍ତ୍ତା ହେଲେ।
15 ତା’ପରେ ହୁଲଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ। 16 ‘ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ନିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ୟ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା। 17 କାରଣ ଯିହୁଦାର ଲୋକମାନେ ମୋତେ ପରିତ୍ୟାଗ କରିଛନ୍ତି। ସେମାନେ ଅନ୍ୟ ଦେବତାଗଣଙ୍କ ପାଦରେ ଧୂପ ଜଳାଇଛନ୍ତି। ସେମାନେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମୋତେ ଅତି କ୍ରୋଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ ଓ ତାହା କେବେ ନିର୍ବାପିତ ହେବ ନାହିଁ।’
18-19 “ଯିହୁଦାର ରାଜା ଯୋଶିୟ ସଦାପ୍ରଭୁଙ୍କୁ ପଗ୍ଭରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, ‘ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢ଼ି ଶୁଣିଛ, ମୋର ବାକ୍ୟଗୁଡ଼ିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷୟରେ ଥିଲା। ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନରେ ଘଟିବ। ଏହା ଶୁଣି ତୁମ୍ଭର ହୃଦୟ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମୋ’ ଛାମୁରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି। 20 ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତିରେ ସେମାନଙ୍କ ସହିତ କବରରେ ସଂଗୃହୀତ ହେବ। ତୁମ୍ଭେ ଭୟଙ୍କର କ୍ଳେଶ ଦେଖିବ ନାହିଁ। କାରଣ ମୁଁ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।’”
ଏହା ପରେ ସେମାନେ ପୁନର୍ବାର ରାଜାଙ୍କୁ ଏହି ସମାଗ୍ଭର ଦେଲେ।
4 ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। 2 କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସେହିପରି ସୁସମାଗ୍ଭର କୁହାଯାଇଅଛି, କିନ୍ତୁ ସେମାନେ ଶୁଣି ମଧ୍ୟ ତାହାକୁ ବିଶ୍ୱାସପୂର୍ବକ ନିଜସ୍ୱ ନ କରିବାରୁ ସେମାନଙ୍କ ପକ୍ଷରେ ସୁସମାଗ୍ଭର ଲାଭଜନକ ହେଲା ନାହିଁ। 3 ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି:
“ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି;
ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” (A)
ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା। 4 ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।” [a] 5 ପରମେଶ୍ୱର ଆଉ ଏକ ଶାସ୍ତ୍ରରେ କହିଛନ୍ତି: “ସେହି ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” [b]
6 ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଗ୍ଭର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ଯୋଗୁଁ ସେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ୟ କେବେ ଲୋକ ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ୱର ଆଉ ଗୋଟିଏ ବିଶେଷ ଦିନ ଅର୍ଥାତ୍ ‘ଆଜିଦିନ’ [c] ନିରୂପଣ କଲେ। 7 ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ:
“ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ,
ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।” (B)
8 ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ। 9 ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି। 10 ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ। 11 ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ।
12 ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖଡ଼୍ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। 13 ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।
ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି
14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। 15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। 16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
ପଙ୍ଗପାଳ ଶସ୍ୟର ଧ୍ୱଂସ ସାଧନ କରିବେ
1 ପଥୂୟେଲଙ୍କ ପୁତ୍ର ଯୋୟେଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କଲେ।
2 ହେ ପ୍ରାଚୀନଗଣ, ତୁମ୍ଭେମାନେ ମୋର ଏହି ବାର୍ତ୍ତା ଶୁଣ।
ହେ ସମସ୍ତ ଦେଶବାସୀ, ମୋର କଥା ପ୍ରତି କର୍ଣ୍ଣପାତ କର।
ତୁମ୍ଭ ସମୟରେ କି ତୁମ୍ଭ ପିତୃପୁରୁଷଙ୍କ ସମୟରେ ଏପରି କିଛି ଘଟିଅଛି?
ନା, ଏହା ଘଟି ନାହିଁ କି ଘଟି ନ ଥିଲା।
3 ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ।
ତୁମ୍ଭର ପିଲାମାନେ ସେମାନଙ୍କର ସନ୍ତାନମାନଙ୍କୁ ଜଣାନ୍ତୁ
ଓ ତୁମ୍ଭର ନାତିମାନେ ସେମାନଙ୍କର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।
4 ଯାହା ଶୂକ କୀଟ ଛାଡ଼ିଛନ୍ତି
ତାକୁ ପଙ୍ଗପାଳ ଖାଇଛନ୍ତି।
ଯାହା ପଙ୍ଗପାଳ ଛାଡ଼ିଛନ୍ତି
ତାକୁ ପତଙ୍ଗ ଶେଷ କରିଛନ୍ତି
ଏବଂ ଯାହା ପତଙ୍ଗ ଛାଡ଼ିଛନ୍ତି
ତାକୁ ଘୁର୍ଘୁରିୟା ନଷ୍ଟ କରିଛନ୍ତି।
ପଙ୍ଗପାଳଙ୍କର ପ୍ରବେଶ
5 ହେ ମଦ୍ୟପିଗଣ, ଉଠ ଓ ରୋଦନ କର।
ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ୟପାନ କରିଛ, କ୍ରନ୍ଦନ କର।
କାରଣ ତୁମ୍ଭର ସେହି ମଧୁର ଦ୍ରାକ୍ଷାରସ ଶେଷ ହୋଇଛି।
ତୁମ୍ଭେମାନେ ଆଉ ତା’ର ସ୍ୱାଦ ପାଇବ ନାହିଁ।
6 ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା।
ସେମାନଙ୍କର ସଂଖ୍ୟା ଅଗଣିତ ଥିଲା।
ସେମାନଙ୍କର ଦାନ୍ତଗୁଡ଼ିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା
ଏବଂ ସେମାନଙ୍କର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ।
7 ସେମାନେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି,
ଏହାର ସୁନ୍ଦର ଦ୍ରାକ୍ଷାଗୁଡ଼ିକ ଶୁଖି ନଷ୍ଟ ହୋଇଯାଇଛି।
ସେମାନେ ମୋର ଡିମ୍ବିରି ବୃକ୍ଷର
ବକ୍କଳ ଛଡ଼ାଇ ଫିଙ୍ଗି ଦେଇଛନ୍ତି।
ଲୋକମାନେ ବିଳାପ କରନ୍ତି
8 ଗୋଟିଏ କୁଆଁରୀକନ୍ୟା ପରି କାନ୍ଦ
ଏବଂ ଦୁଃଖ କର ଯେପରି ତା’ର ବର ମରିଛି।
ସେ ତା’ର ବିବାହ ପୋଷାକ ଖୋଲି ଦେଉ
ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
9 ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର।
କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ
ଓ ପେୟନୈବେଦ୍ୟ ଆଉ ରହିବ ନାହିଁ।
10 ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି,
ଏପରିକି ଭୂମି ମଧ୍ୟ କାନ୍ଦୁଛି।
କାରଣ ଶସ୍ୟସବୁ ନଷ୍ଟ ହୋଇଛି
ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି।
ଅଲିଭ ତେଲ ଶେଷ ହୋଇଯାଇଛି।
11 ହେ କୃଷକଗଣ, ଦୁଃଖ କର।
ଉଚ୍ଚ ସ୍ୱରରେ କ୍ରନ୍ଦନ କର।
ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର।
କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।
12 ଦ୍ରାକ୍ଷାଲତାଗୁଡ଼ିକ ଶୁଷ୍କ ହୋଇଛନ୍ତି
ଓ ଡିମ୍ବିରି ବୃକ୍ଷ ମରି ଯାଇଛି।
ସମସ୍ତ ଡାଳିମ୍ବ, ତାଳ ଓ
ସେଓ ବୃକ୍ଷଗୁଡ଼ିକ ଶୁଖି ଯାଇଛି।
ଲୋକମାନଙ୍କର ସମସ୍ତ ସୁଖ ମରିଯାଇଛି।
13 ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର।
ହେ ଯଜ୍ଞବେଦିର ପରିଗ୍ଭଳକ ଗଣ,
ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର।
କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।
ପଙ୍ଗପାଳମାନଙ୍କର ଭୟଙ୍କର ବିନାଶ
14 ଲୋକମାନଙ୍କୁ କୁହ ଯେ, ଉପବାସ ପାଇଁ ଗୋଟିଏ ସ୍ୱତନ୍ତ୍ର ସମୟ ହେବ। ସମସ୍ତ ଲୋକଙ୍କୁ ଏକ ସ୍ୱତନ୍ତ୍ର ସଭାକୁ ଆହ୍ୱାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରିତ କର। ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ସେମାନଙ୍କୁ କୁହ।
15 ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସେହି ସମୟରେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିକଟରୁ ଦଣ୍ତ ପ୍ରଳୟ ତୁଲ୍ୟ ଆସିବ। 16 ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ୱରଙ୍କ ମନ୍ଦିରରୁ ଗ୍ଭଲି ଯାଇଛି। 17 ଆମ୍ଭେମାନେ ଯେଉଁ ମଞ୍ଜି ଭୁମିରେ ରୋପଣ କରିଥିଲୁ ସେଗୁଡ଼ିକ ମାଟିରେ ଶୁଖି ମରିଯାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ୟ ଅମାର ଶୂନ୍ୟ ଓ ଭଗ୍ନ ପ୍ରାୟ।
18 ପଶୁଗଣ କ୍ଷୁଧାରେ ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନ ପାଇ ବ୍ୟାକୁଳ ହେଉଛନ୍ତି। ମେଷପଲ ମଧ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। 19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରି ଦେଇଛି। ସେହି ଅଗ୍ନିଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡ଼ି ଜାଳି ଦେଇଛି। 20 ବନ୍ୟ ପ୍ରାଣୀମାନେ ମଧ୍ୟ ତୁମ୍ଭର ସାହାଯ୍ୟ ଭିକ୍ଷା କରୁଛନ୍ତି। ଝରଣାଗୁଡ଼ିକ ଜଳଶୂନ୍ୟ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି।
4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି।
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ।
9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
141 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ।
ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ଯଥା ଶୀଘ୍ର ମୋତେ ସାହାଯ୍ୟ କର।
2 ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର।
କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।
4 ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ।
ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର।
ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।
5 ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ।
ତାହା ତାଙ୍କ ପ୍ରତି ବହୁତ ଦୟା ହେବ।
ଯଦି ସେ ମୋତେ ସମାଲୋଚନା କରେ,
ମୁଁ ଏହା ହାର୍ଦ୍ଦିକ ସ୍ୱାଗତ [a] ଭଳି ଗ୍ରହଣ କରିବି।
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
6 ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ।
ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି।
7 ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି,
ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ।
8 ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି।
ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି।
ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ।
9 ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି।
ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ।
ସେହି ଅବସରରେ ମୁଁ ରକ୍ଷା ପାଏ।
2010 by World Bible Translation Center