Read the Gospels in 40 Days
ବିବାହ ବିଚ୍ଛେଦ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା(A)
10 ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।
2 କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?”
3 ଯୀଶୁ କହିଲେ, “ମୋଶା ତୁମ୍ଭମାନଙ୍କୁ କ’ଣ ଆଜ୍ଞା ଦେଇଛନ୍ତି?”
4 ସେମାନେ କହିଲେ, “ଜଣେ ପୁରୁଷ ଛାଡ଼ପତ୍ର ପାଇଁ ପ୍ରମାଣପତ୍ର ଲେଖିଦେଇ ତା’ପରେ ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି, ମୋଶା କହିଥିଲେ।”
5 ଯୀଶୁ ସେମାନଙ୍କୁ କହିଲେ, “ମୋଶା ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ମାନିବାକୁ ମନାକଲ। 6 କିନ୍ତୁ ପରମେଶ୍ୱର ଯେତେବେଳେ ଜଗତ ସୃଷ୍ଟି କଲେ, ‘ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।’ [a] 7 “ଏଣୁ ଜଣେ ପୁରୁଷ ନିଜ ବାପା-ମାଙ୍କୁ ଛାଡ଼ି ନିଜ ସ୍ତ୍ରୀ ସହିତ ମିଳିତ ହେବ 8 ଏବଂ ସେମାନେ ଏକ ହୋଇଯିବେ।’ [b] ତେଣୁ ସେମାନେ ଦୁଇଜଣ ନୁହନ୍ତି ବରଂ ଏକ। 9 ପରମେଶ୍ୱର ଯଦି ଏହି ଦୁଇଜଣ ମନୁଷ୍ୟଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ୟକ୍ତି ଅଲଗା କରିଦେବା ଉଚିତ୍ ନୁହେଁ।”
10 ଯୀଶୁ ଓ ଶିଷ୍ୟମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ପୁଣି ଥରେ ଛାଡ଼ପତ୍ର ବିଷୟରେ ପଗ୍ଭରିଲେ। 11 ଯୀଶୁ କହିଲେ, “ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସେହି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ୟଭିଗ୍ଭର ପାପ ପାଇଁ ଦୋଷୀ ହୁଏ। 12 ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।”
ପିଲାମାନଙ୍କୁ ଯୀଶୁ ଗ୍ରହଣ କଲେ(B)
13 ପୁଣି ଲୋକମାନେ ଯୀଶୁଙ୍କ ପାଖକୁ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦେଇ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ବାରଣ କଲେ ଯେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ। 14 ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଛୋଟ ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ। 15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା ସରଳ ମନରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବା ଉଚିତ୍, ନଚେତ୍ ତୁମ୍ଭେ ସେଠାରେ କେବେ ହେଲେ ପ୍ରବେଶ କରି ପାରିବ ନାହିଁ।” 16 ତା’ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉଠେଇ ନେଲେ। ସେ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ।
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର(C)
17 ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
18 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। 19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”
20 ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”
21 ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା’ପରେ ଆସ ଓ ମୋର ଅନୁସରଣ କର।”
22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା’ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।
23 ଯୀଶୁ ଗ୍ଭରିଆଡ଼େ ଗ୍ଭହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀ ଲୋକମାନଙ୍କ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବଡ଼ କଠିନ ବିଷୟ।”
24 ଯୀଶୁଙ୍କ କଥା ଶୁଣି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଯୀଶୁ ସେମାନଙ୍କୁ ପୁଣି କହିଲେ, “ହେ ମୋର ପିଲାମାନେ, ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପ୍ରକୃତରେ କେଡ଼େ କଠିନ। 25 ଜଣେ ଧନୀ ଲୋକର ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ, ଗୋଟିଏ ଛୁଞ୍ଚି କଣାରେ ଗଳି ଯାଇ ପାରିବା ସହଜ।”
26 ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ତେବେ କିଏ ଉଦ୍ଧାର ପାଇ ପାରିବ?”
27 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ମନୁଷ୍ୟମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ନୁହେଁ। ପରମେଶ୍ୱର ସବୁକିଛି କରି ପାରିବୋ”
28 ପିତର ଯୀଶୁଙ୍କୁ କହିଲେ, “ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭେମାନେ ସବୁକିଛି ତ୍ୟାଗ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି, 30 ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ। 31 ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନକୁ ଗ୍ଭଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶେଷ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ପ୍ରଥମ ସ୍ଥାନକୁ ଗ୍ଭଲିଯିବେ।”
ଯୀଶୁ ତାଙ୍କ ମୃତ୍ୟୁ ବିଷୟରେ ପୁଣି ଥରେ କହନ୍ତି(D)
32 ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ଯିରୁଶାଲମକୁ ଯାଉଥିଲେ। ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ରେରିତଙ୍କୁ ଅଲଗା ଡାକି ଯିରୁଶାଲମରେ ଯାହାସବୁ ଘଟିବ, ସେ ବିଷୟରେ କହିବାକୁ ଲାଗିଲେ। 33 ଯୀଶୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ ଏବଂ ସେମାନେ ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଅଣଯିହୂଦୀମାନଙ୍କୁ ସମର୍ପି ଦେବେ। 34 ସେମାନେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛେପ ପକାଇବେ। ତାହାଙ୍କୁ କୋରଡ଼ାରେ ପିଟିବେ ଓ ଶେଷରେ ମାରି ପକାଇବେ। କିନ୍ତୁ ମୃତ୍ୟୁଠାରୁ ତୃତୀୟ ଦିନରେ ସେ ପୁନରୁତ୍ଥାନ ହେବେ।”
ଯାକୁବ ଓ ଯୋହନଙ୍କର ଅନୁଗ୍ରହର ଅନୁରୋଧ(E)
35 ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, “ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଗ୍ଭହୁଁଛୁ।”
36 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ମୋ’ ଦ୍ୱାରା ତୁମ୍ଭ ପାଇଁ କ’ଣ ପାଇବାକୁ ଗ୍ଭହୁଁଛ?”
37 ସେମାନେ କହିଲେ, “ଆପଣଙ୍କ ରାଜ୍ୟରେ ଆପଣ ମହିମା ପ୍ରାପ୍ତ ହେବା ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।”
38 ଯୀଶୁ କହିଲେ, “ତୁମ୍ଭେ କ’ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁ ନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ୟ କ’ଣ ସେହିଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁଭଳି ବାପ୍ତିଜିତ ହେବି, ତୁମ୍ଭେ କ’ଣ ସେହିଭଳି ବାପ୍ତିଜିତ ହୋଇ ପାରିବ?”
39 ସେମାନେ ତାହାଙ୍କୁ କହିଲେ, “ହଁ ଆମ୍ଭେ ପାରିବୁ।”
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ତାହା ଭୋଗ କରିବ। ମୁଁ ଯାହା ଦ୍ୱାରା ବାପ୍ତିଜିତ ହେବି, ତୁମ୍ଭେମାନେ ମଧ୍ୟ ତା ଦ୍ୱାରା ବାପ୍ତିଜିତ ହେବ। 40 କିନ୍ତୁ ମୋର ଡାହାଣ ବା ବାମ ପଟରେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି, କେବଳ ସେହିମାନେ ସେଥିରେ ବସି ପାରିବେ।”
41 ଅନ୍ୟ ଦଶ ଜଣ ପ୍ରେରିତ ଏହା ଶୁଣିଲେ। ସେମାନେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ। 42 ଯୀଶୁ ସମସ୍ତ ପ୍ରେରିତମାନଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ସେମାନେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ୱ ଦେଖାଇବାକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ମଧ୍ୟ ଲୋକଙ୍କ ଉପରେ ତାହାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଭଲ ପାଆନ୍ତି। 43 କିନ୍ତୁ ତୁମ୍ଭ ମଧ୍ୟରେ ଏଭଳି କିଛି ହେବା ଅନୁଚିତ୍। ଯଦି ତୁମ୍ଭ ଭିତରୁ କେହି ବଡ଼ ହେବାକୁ ଗ୍ଭହୁଁଥାଏ, ତେବେ ସେ ଜଣେ ସେବକ ଭଳି ତୁମ୍ଭ ସମସ୍ତଙ୍କର ସେବା କରୁ। 44 ଯଦି ତୁମ୍ଭ ଭିତରୁ କେହି ମହତ୍ତ୍ୱପୂର୍ଣ୍ଣ ହେବାକୁ ଗ୍ଭହୁଁଥାଏ, ତେବେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସେବା କରୁ। 45 ସେହିଭଳି ମନୁଷ୍ୟପୁତ୍ର ଅନ୍ୟଠାରୁ ସେବା ପାଇବା ପାଇଁ ଆସି ନାହାନ୍ତି, ବରଂ ସେ ସେବା କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦେବା ପାଇଁ ଆସିଛନ୍ତି।”
ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ(F)
46 ତା’ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା। 47 ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”
48 ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”
49 ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।”
ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” 50 ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
51 ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”
52 ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା’ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।
ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ(G)
11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, 2 “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। 3 ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”
4 ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। 5 କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” 6 ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।
7 ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। 8 ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। 9 କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”
11 ଯୀଶୁ ଯିରୁଶାଲମ ଆସି ମନ୍ଦିର [d] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।
ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ(I)
12 ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। 13 ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। 14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।
ଯୀଶୁଙ୍କର ମନ୍ଦିରରେ ପ୍ରବେଶ(J)
15 ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା’ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ। [e] କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’ [f]
18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ। 19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।
ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ(K)
20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”
22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। 25 ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା’ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।” 26 [g]
ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ(L)
27 ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। 28 ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”
29 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। 30 ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”
31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 32 କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା।
33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।”
ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା’ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”
ପରମେଶ୍ୱର ନିଜ ପୁତ୍ରଙ୍କୁ ପଠାଇଲେ(M)
12 ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ [h] କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା’ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
2 “ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। 3 କିନ୍ତୁ କୃଷକମାନେ ଗ୍ଭକରଟିକୁ ଧରି ପ୍ରହାର କଲେ ଓ ତାକୁ କିଛି ନ ଦେଇ ଘୋଉଡ଼େଇ ଦେଲେ। 4 ତା’ପରେ ସେହି ଲୋକଟି ଆଉ ଜଣେ ଗ୍ଭକରକୁ ସେମାନଙ୍କ ପାଖକୁ ପଠାଇଲା। ସେମାନେ ଏହି ଗ୍ଭକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ। 5 ତା’ପରେ ସେ ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଗ୍ଭକରଟିକୁ ଜୀବନରେ ମାରିଦେଲେ। ସେ ଲୋକଟି ଆଉ ଅଧିକ ଗ୍ଭକରଙ୍କୁ ପଠାଇଲା, କିନ୍ତୁ କୃଷକମାନେ କେତେକଙ୍କୁ ପିଟିଲେ ଓ ଅନ୍ୟ କେତେଙ୍କୁ ଜୀବନରେ ମାରିଦେଲେ।
6 “ଲୋକଟି ପାଖରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସେହି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶେଷ ବ୍ୟକ୍ତି ଥିଲା। ସେ କହିଲା, ‘କୃଷକମାନେ ମୋର ପୁଅକୁ ନିଶ୍ଚୟ ସମ୍ମାନ ଦେବେ।’
7 “କିନ୍ତୁ କୃଷକମାନେ କୁହାକୁହି ହେଲେ, ‘ଏହି ଲୋକଟି ବଗିଗ୍ଭ ମାଲିକର ପୁଅ। ବଗିଗ୍ଭର ସେ ଉତ୍ତରାଧିକାରୀ। ଆମ୍ଭେମାନେ ତାକୁ ମାରିଦେଲେ ବଗିଗ୍ଭଟି ଆମ୍ଭର ହୋଇଯିବ’। 8 ତେଣୁ କୃଷକମାନେ ମାଲିକର ପୁଅକୁ ଧରି ନେଇ ଜୀବନରେ ମାରିଦେଲେ ଓ ଦ୍ରାକ୍ଷାକ୍ଷେତ୍ର ବାହାରକୁ ଫିଙ୍ଗିଦେଲେ।
9 “ଏବେ ଦ୍ରାକ୍ଷାକ୍ଷେତ୍ରର ମାଲିକ କ’ଣ କରିବ? ସେ ଆସି ସେହି କୃଷକମାନଙ୍କୁ ମାରି ପକାଇବ ଓ ଦ୍ରାକ୍ଷାକ୍ଷେତ୍ରକୁ ଅନ୍ୟ କୃଷକମାନଙ୍କୁ ଦେଇଦେବ। 10 ତୁମ୍ଭେମାନେ କ’ଣ ଏହି ଶାସ୍ତ୍ର ପଢ଼ି ନାହଁ?
“ଯେଉଁ ପଥରକୁ କାରିଗରମାନେ ଅଦରକାରୀ ମନେ କଲେ, ସେହି ପଥର
‘କିନ୍ତୁ କୋଣର ପ୍ରଧାନ ମୂଳଦୁଆ ପଥର [i] ହୋଇଗଲା।
11 ପ୍ରଭୁ ତାହା କଲେ,
ଏବଂ ଏହା ଆମ୍ଭ ପାଇଁ ଆଶ୍ଚର୍ଯ୍ୟଜନକ।’”(N)
12 ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସେମାନଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ସେମାନେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସେମାନେ ଉପାୟ ଖୋଜି ବସିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ(O)
13 ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। 14 ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”
15 ଯୀଶୁ ସେମାନଙ୍କ ଗ୍ଭଲ୍ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।” 16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”
17 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ(P)
18 ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁତ୍ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁତ୍ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”
24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁତ୍ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁତ୍ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। [j] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”
କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ(Q)
28 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”
29 ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। 30 ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’ [k] 31 ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ [l] ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”
32 ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ। 33 ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।”
34 ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।
ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର(R)
35 ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 36 ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ,
‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ:
ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ,
ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’(S)
37 ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।
ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ(T)
38 ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ। 39 ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି। 40 ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।”
ଏକ ବିଧବାର ପ୍ରକୃତ ଦାନ(U)
41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।
43 ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”
2010 by World Bible Translation Center