Book of Common Prayer
ଦାଉଦଙ୍କର ଗୀତ।
37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
2 ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
3 ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
4 ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5 ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
6 ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
7 ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
8 କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
9 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
ଓ ସେମାନେ ଶାନ୍ତି ଉପଭୋଗ କରିବେ।
12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
23 ସଦାପ୍ରଭୁ ଧାର୍ମିକ ବ୍ୟକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରନ୍ତି।
ଯେତେବେଳେ ସେ ତାହା କରେ, ସଦାପ୍ରଭୁ ଖୁସୀ ହୁଅନ୍ତି।
24 ସେମାନେ ଝୁଣ୍ଟି ପଡ଼ିବେ ନାହିଁ
କାରଣ ସଦାପ୍ରଭୁ ସେମାନଙ୍କୁ ସମର୍ଥନ କରନ୍ତି।
25 ମୁଁ ଯୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହେଲିଣି
ଓ ମୁଁ କେବେ ଦେଖି ନାହିଁ ପରମେଶ୍ୱର ଧାର୍ମିକ ଲୋକଙ୍କୁ ପରିତ୍ୟାଗ କରନ୍ତି।
ମୁଁ କେବେ ଦେଖି ନାହିଁ ଯେ, ଧାର୍ମିକ ବ୍ୟକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
26 ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ।
ତେଣୁ ତା’ର ପିଲାମାନେ ଏକ ଆଶୀର୍ବାଦସୂଚକ।
27 ତୁମ୍ଭେ ଯଦି ମନ୍ଦକାର୍ଯ୍ୟ କରିବାକୁ ମନା କର ଓ ଯଦି ତୁମ୍ଭେ ଭଲକାର୍ଯ୍ୟ କର,
ତା’ହେଲେ ତୁମ୍ଭେ ନିଶ୍ଚୟ ଚିରଦିନ ପାଇଁ ବଞ୍ଚି ରହିବ।
28 ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି
ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ,
ତେଣୁ ସେମାନେ ଚିରଦିନ ସୁରକ୍ଷିତ।
କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ।
29 ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ମୁତାବକ ରାଜ୍ୟ ପାଇବେ।
ସେମାନେ ସେଠାରେ ଚିରଦିନ ବାସ କରିବେ।
30 ଧାର୍ମିକ ବ୍ୟକ୍ତି ଜ୍ଞାନର ଉପଦେଶ ଦିଏ।
ତା’ର ନିଷ୍ପତ୍ତି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ।
31 ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ।
ତେଣୁ ସେ କେବେହେଲେ ସେହି ପଥରୁ ବିଚ୍ୟୁତ ହେବ ନାହିଁ।
32 ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥା’ନ୍ତି।
33 ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ।
ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ।
34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ।
35 ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା।
ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
36 କିନ୍ତୁ ସେ ଆଜି ନାହିଁ।
ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
37 ସିଦ୍ଧ ଓ ଧାର୍ମିକ ଲୋକ ହୁଅ।
ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସେମାନଙ୍କର ଅନେକ ବଂଶଧର ବଢ଼ି ଗ୍ଭଲିବେ।
38 କିନ୍ତୁ ଅଧର୍ମାଗ୍ଭରୀ ଲୋକମାନେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବେ
ଓ ସେମାନଙ୍କର ବଂଶଧରମାନେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।
ଶଲୋମନ ଓ ତାଙ୍କର ଅନେକ ପତ୍ନୀ
11 ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ। 2 ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ। 3 ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ। 4 ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ। 5 ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମିଲ୍କମର ଉପାସନା କଲେ। 6 ତେଣୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଶଲୋମନ ତାହା ହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାଦ୍ଗାମୀ ହେଲେ ନାହିଁ।
7 ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ। 8 ତା’ପରେ ଶଲୋମନ ତାଙ୍କର ବିଦେଶୀୟା ପତ୍ନୀମାନଙ୍କ ପାଇଁ ସେମାନଙ୍କର ନିଜ ନିଜର ମୂର୍ତ୍ତି ଦେବତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସେହି ଦେବତାଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ସେମାନଙ୍କୁ ବଳିଦାନଗୁଡ଼ିକ ଉତ୍ସର୍ଗ କଲେ।
9 ଶଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କ୍ରୋଧ ହେଲେ। ଅତୀତରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ। 10 ସେ ଶଲୋମନଙ୍କୁ ଇସ୍ରାଏଲର ପରମେଶ୍ୱର ବ୍ୟତୀତ ଅନ୍ୟ କୌଣସି ଦେବଗଣର ପଶ୍ଚାଦ୍ଗାମୀ ନ ହେବାକୁ ଆଜ୍ଞା ଦେଇଥିଲେ। ମାତ୍ର ସେ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ ନାହିଁ। 11 ସଦାପ୍ରଭୁ ଶଲୋମନକୁ କହିଲେ, “ଯେହେତୁ ତୁମ୍ଭେ ଆମ୍ଭର ନିୟମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ୟ ଛଡ଼େଇ ନେଇ ତୁମ୍ଭର ଦାସକୁ ଦେବୁ। 12 ଯେହେତୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥାରେ ତୁମ୍ଭଠାରୁ ରାଜ୍ୟ ନେବା ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲା ପରେ ତାଙ୍କଠାରୁ ରାଜ୍ୟ ଛଡ଼େଇ ନେବା। 13 ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।”
ପ୍ରକୃତ ଜ୍ଞାନ
13 ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା’ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ। 14 ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା’ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ। 15 ଏହି ପ୍ରକାର “ଜ୍ଞାନ” ପରମେଶ୍ୱରଙ୍କଠାରୁ ଆସେ ନାହିଁ। ମାତ୍ର ଏହି “ଜ୍ଞାନ” ସଂସାରରୁ ଆସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି। 16 ଯେଉଁଠାରେ ଈର୍ଷାଭାବ ଓ ସ୍ୱାର୍ଥପର ମନୋଭାବ ଅଛି, ସେହିଠାରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦେଖାଯାଏ। 17 କିନ୍ତୁ ପରମେଶ୍ୱରଙ୍କଠାରୁ ଆସିଥିବା “ଜ୍ଞାନ” ଏହିପରି: ପ୍ରଥମରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟରେ ପଡ଼ିଛନ୍ତି, ଏହି ଜ୍ଞାନ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ। 18 ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସେମାନେ ଧାର୍ମିକ ଜୀବନଯାପନ ଦ୍ୱାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।
ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ
4 ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ? 2 ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ। 3 ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।
4 ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। 5 ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।” [a] 6 କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।” [b]
7 ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା’ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। 8 ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। 9 ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
ତୁମ୍ଭେ ବିଗ୍ଭରପତି ନୁହଁ
11 ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା’ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା’ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ। 12 କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଗ୍ଭରପତି। ସେ କେବଳ ରକ୍ଷା କରି ପାରନ୍ତି ଓ ବିନାଶ ମଧ୍ୟ କରି ପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଗ୍ଭର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ।
12 ପୀଲାତ ଲୋକମାନଙ୍କୁ ଆହୁରି ଥରେ ପଗ୍ଭରିଲେ, “ତୁମ୍ଭେମାନେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ’ଣ କରିବା ପାଇଁ ତୁମ୍ଭେମାନେ ଗ୍ଭହୁଁଛ?”
13 ଲୋକମାନେ ପାଟି କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
14 ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?”
କିନ୍ତୁ ଲୋକମାନେ ଅଧିକ ଜୋର୍ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”
15 ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା’ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ।
16 ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ। 17 ସୈନ୍ୟମାନେ ଯୀଶୁଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଇଲେ। ସେମାନେ ଗୋଟିଏ କଣ୍ଟାର ମୁକୁଟ ତିଆରି କରି ତାହାଙ୍କ ମୁଣ୍ଡରେ ପିନ୍ଧାଇଲେ। 18 ତା’ପରେ ସେମାନେ ତାହାଙ୍କୁ ସ୍ୱାଗତ କରି ଥଟ୍ଟାରେ କହିଲେ, ହେ ଯିହୂଦୀମାନଙ୍କର ରାଜା, କହି ପ୍ରଣାମ କଲେ। 19 ସୈନ୍ୟମାନେ ଯୀଶୁଙ୍କ ମୁଣ୍ଡରେ ବାରମ୍ବାର ବେତରେ ଆଘାତ କଲେ। ତାହାଙ୍କ ଉପରେ ଛେପ ପକାଇଲେ। ଆଣ୍ଠୁମାଡ଼ି ବସି ତାହାଙ୍କୁ ପ୍ରଣାମ କଲେ। 20 ଥଟ୍ଟା କରି ସାରିବା ପରେ ସେମାନେ ଯୀଶୁଙ୍କ ଦେହରୁ ବାଇଗଣୀ ପୋଷାକ କାଢ଼ିନେଇ ପୁଣି ତାହାଙ୍କୁ ତାହାଙ୍କର ପୂର୍ବ ବସ୍ତ୍ର ପିନ୍ଧାଇ ଦେଲେ। ତା’ପରେ ସେମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିବା ପାଇଁ ପ୍ରାସାଦ ବାହାରକୁ ନେଇଗଲେ।
କ୍ରୁଶ ଉପରେ ଯୀଶୁଙ୍କୁ ହତ୍ୟା କଲେ(A)
21 ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେକ୍ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ।
2010 by World Bible Translation Center