Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 107:33-108:13

33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
    ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
    କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
    ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
    ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
    ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
    ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
    ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
    ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
    ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
    ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
    ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
    ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।

ଦାଉଦଙ୍କ ପ୍ରଶଂସାପୂର୍ଣ୍ଣ ଏକ ଗୀତ।

108 ହେ ପରମେଶ୍ୱର,
    ମୁଁ ଗୀତ ଗାନ ଓ ପ୍ରଶଂସା କରିବି,
ମୋର ପ୍ରାଣ ଜାଗ୍ରତ ହୁଅ।
    ଜାଗ୍ରତ ହୁଅ! ହେ ମୋର ପ୍ରାଣ, ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।
    ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସା ଗାନ କରିବି।
ସଦାପ୍ରଭୁ ତୁମ୍ଭର ପ୍ରେମ ଆକାଶଠାରୁ ମହତ୍।
    ତୁମ୍ଭର ବିଶ୍ୱାସନୀୟତା ଗଗନସ୍ପର୍ଶୀ ଆକାଶ ପର୍ଯ୍ୟନ୍ତ ପହଞ୍ଚେ।
ପରମେଶ୍ୱର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦେଖାଅ।
    ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
ହେ ପରମେଶ୍ୱର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିୟତମଗଣ ରକ୍ଷାପାଇବେ।
    ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ୟବହାର କର।

ପରମେଶ୍ୱର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ,
    “ମୁଁ ଯୁଦ୍ଧରେ ଜିତିବି ଏବଂ ଏହି ଜୟଲାଭରେ ଆନନ୍ଦିତ ହେବି।
ଏବଂ ଏହି ଦେଶକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବି।
    ମୁଁ ଶିଖି‌ମ୍‌କୁ ସେମାନଙ୍କୁ ଦେବି।
    ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେବି।
ଗିଲିୟଦ୍ ମୋର, ମନଃଶି ମୋର, ଇଫ୍ରୟିମ ମୋର ଶିରସ୍ତ୍ରାଣ, ଯିହୁଦା ମୋର ରାଜଦଣ୍ଡ ସ୍ୱରୂପ।
    ମୋୟାବ ମୋର ପାଦର ପ୍ରକ୍ଷାଳନପାତ୍ର।
    ଇଦୋମ୍ ମୋର ପାଦୁକା ବହିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି
    ଏବଂ ଜୟଧ୍ୱନି କରିବି।”

10 କିଏ ମୋତେ ଶତ୍ରୁମାନଙ୍କ ଦୁର୍ଗକୁ ନେଇଯିବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ?
11     କିଏ ମୋତେ ସେହି ସକଳ ସହରକୁ ନେବ?
କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? ତୁମ୍ଭେ ନୁହଁ କି, ପରମେଶ୍ୱର? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ୟାଗ କଲ।
    ତୁମ୍ଭେ ଆମ୍ଭ ସୈନ୍ୟମାନଙ୍କ ସହିତ ଆଉ ଯାଉ ନାହଁ।
12 ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର।
    ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ।
13 କେବଳ ପରମେଶ୍ୱର ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
    ପରମେଶ୍ୱର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।

ଗୀତସଂହିତା 33

33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
    ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
    ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
    ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
    ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
    ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
    ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
    ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
    ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
    ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
    କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
    ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
    ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
    ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
    ଜଣେ ଶକ୍ତିଶାଳୀ ସୈନିକ କେବଳ ତା’ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
    ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
    ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
    ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
    ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
    ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
    ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 16

ଦାଉଦଙ୍କ ସହିତ ସୀବଃଙ୍କ ସାକ୍ଷାତ

16 ଦାଉଦ ପର୍ବତ ଶୃଙ୍ଗ ପାର ହୋଇ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇଟି ଗଧ ସଙ୍ଗରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପେଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳୀନ ଫଳ ଏବଂ ଏକ କୁମ୍ଫା ଦ୍ରାକ୍ଷାରସ ଥିଲା। ରାଜା ଦାଉଦ ସୀବଃକୁ ପଗ୍ଭରିଲେ, “ଏଗୁଡ଼ିକ କାହା ପାଇଁ?”

ସୀବଃ ଉତ୍ତର ଦେଲା, “ଏହି ଗଧଗୁଡ଼ିକ ତୁମ୍ଭର ଲୋକମାନେ ଚଢ଼ିବା ପାଇଁ ଏବଂ ରୋଟୀ ଓ ଗ୍ରୀଷ୍ମକାଳୀନ ଫଳଗୁଡ଼ିକ ଯୁବକମାନଙ୍କର ଖାଇବା ପାଇଁ, ଦ୍ରାକ୍ଷାରସ ତୁମ୍ଭମାନଙ୍କ ସହିତ ମରୁଭୂମିକୁ ନେବା ପାଇଁ ଯେଉଁମାନେ ମୂର୍ଛା ହୋଇ ଯାଆନ୍ତି।”

ରାଜା ଦାଉଦ ପଗ୍ଭରିଲେ, “ତୁମ୍ଭ ମୁନିବର ପୁତ୍ର କାହିଁ।”

ସୀବଃ ରାଜାଙ୍କୁ କହିଲା, “ସେ ଯିରୁଶାଲମରେ ଅଛନ୍ତି। କାରଣ ସେ କହିଲେ, ‘ଇସ୍ରାଏଲ ପରିବାର ଆଜି ମୋର ଅଜାଙ୍କ ରାଜ୍ୟକୁ ଫେରି ଆସିବ।’”

ତା’ପରେ ରାଜା ସୀବଃକୁ କହିଲେ, “ସେହି କାରଣରୁ, ବର୍ତ୍ତମାନ ମୁଁ ତୁମ୍ଭକୁ ମଫୀବୋଶତର ସର୍ବସ୍ୱ ଦେଉଛି।”

ସୀବଃ କହିଲା, “ମୁଁ ଆପଣଙ୍କୁ ପ୍ରଣାମ କରୁଅଛି ହେ ପ୍ରଭୁ ମହାରାଜ, ଆପଣଙ୍କୁ ଖୁସୀ କରିବା ପାଇଁ ମୁଁ ସର୍ବଦା ଆଶା କରୁଛି।”

ଦାଉଦଙ୍କୁ ଶିମିୟିର ଅଭିଶାପ

ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା’ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।

ଶିମିୟି ଗାଳି ଦେଉ ଦେଉ ଦାଉଦ ଓ ତାଙ୍କର ସୈନ୍ୟମାନଙ୍କ ଉପରକୁ ପଥର ଫିଙ୍ଗୁ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ୟଦଳ ଓ ଲୋକମାନେ ଦାଉଦଙ୍କୁ ଘେରି କରି ରହିଥିଲେ। ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ। ସଦାପ୍ରଭୁ ତୁମ୍ଭଙ୍କୁ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ୟା କଲ ଏବଂ ଶାଉଲଙ୍କର ରାଜପଦ ଗ୍ଭେରାଇ ନେଲ। କିନ୍ତୁ ବର୍ତ୍ତମାନ ଠିକ୍ ସେହି ମନ୍ଦ କର୍ମ ତୁମ୍ଭ ପାଇଁ ଘଟିବାକୁ ଯାଉଛି। ସଦାପ୍ରଭୁ ସେହି ରାଜ୍ୟକୁ ତୁମ୍ଭ ପୁଅ ଅବଶାଲୋମକୁ ହସ୍ତାନ୍ତର କରିଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସୁ ମଣିଷ।”

ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, “ଏ ମଲା କୁକୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦିଅନ୍ତୁ ମୁଁ ପାର ହୋଇ ତା’ର ମୁଣ୍ଡ କାଟି ଆଣିବି।”

10 କିନ୍ତୁ ରାଜା କହିଲେ, “ସରୁୟାର ପୁତ୍ରମାନେ, କାହିଁକି ତୁମ୍ଭେମାନେ ମୋ’ ବିଷୟରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମିୟି ମୋତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକୁ କହିଛନ୍ତି, ମୋତେ ଅଭିଶାପ ଦେବା ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରି ପାରିବ, ଜିନିଷଗୁଡ଼ିକ ବିଷୟରେ ସେ କରନ୍ତି?” 11 ଦାଉଦ ଅବିଶୟକୁ ଓ ନିଜର ଦାସମାନଙ୍କୁ କହିଲେ, “ଦେଖ, ମୋର ନିଜ ପୁତ୍ର ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ୟାମୀନ ଗୋଷ୍ଠୀବର୍ଗର ଏହି ଲୋକ ମୋତେ ମାରିବାକୁ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକୁ ଏକା ଛାଡ଼ିଦିଅ। ତାକୁ ଅଭିଶାପ ଦେବାକୁ ଦିଅ। କାରଣ ସଦାପ୍ରଭୁ ତାକୁ ଅନୁମତି ଦେଇ ଅଛନ୍ତି। 12 ଏହା ହୋଇପାରେ ଯେ, ସଦାପ୍ରଭୁ ମୋ’ ପ୍ରତି ଅନ୍ୟାୟ ହେଉଥିବାର ଦେଖିବେ ଏବଂ ଶିମିୟିର ଅଭିଶାପ ବଦଳରେ ସେ ମୋତେ ଆଶୀର୍ବାଦ କରିବେ।”

13 ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିୟି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତାରେ ଅନୁସରଣ କରୁଥିଲା ଓ ଅଭିଶାପ ଦେଉଥିଲା। ଏବଂ ସେ ତାଙ୍କୁ ପଥର ଫିଙ୍ଗୁଥାଏ ଓ ଧୂଳି ପକାଉ ଥାଏ।

14 ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ଯର୍ଦ୍ଦନ ନଦୀ କୂଳରେ ପହଞ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଳାନ୍ତ ହୋଇଯାଇ ଥିଲେ। ତେଣୁ ସେମାନେ ସେଠାରେ ବିଶ୍ରାମ ନେଲେ ଓ କ୍ଳାନ୍ତ ମେଣ୍ଟାଇଲେ।

15 ଅବଶାଲୋମ, ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଯିରୁଶାଲମକୁ ଫେରି ଆସିଲେ। 16 ଦାଉଦଙ୍କର ସାଙ୍ଗ ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ହୂଶୟ ଅବଶାଲୋମକୁ କହିଲା, “ମହାରାଜ ଚିରଜୀବୀ ହୁଅନ୍ତୁ, ମହାରାଜ ଚିରଜୀବୀ ହୁଅନ୍ତୁ।”

17 ଅବଶାଲୋମ ହୂଶୟକୁ କହିଲେ, “ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ୱସ୍ତ ନୁହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?”

18 ହୂଶୟ ଅବଶାଲୋମକୁ କହିଲା, “ସଦାପ୍ରଭୁ ଓ ଏହି ସମୁଦାୟ ଇସ୍ରାଏଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁଁ ତୁମ୍ଭର ସମର୍ଥନ କରିବି ଏବଂ ତୁମ୍ଭ ସହିତ ମୁଁ ରହିବି। 19 ମୁଁ କାହାର ସେବା କରିବି, ଅତୀତରେ ମୁଁ ତୁମ୍ଭର ପିତାଙ୍କର ସେବା କରିଛି। ତେଣୁ ମୁଁ ବର୍ତ୍ତମାନ ତୁମ୍ଭର ସେବା କରିବି।”

ଅବଶାଲୋମ ଅହୀଥୋଫଲଙ୍କୁ ପରାମର୍ଶ ପାଇଁ ପଗ୍ଭରିଲେ

20 ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ମନ୍ତ୍ରଣା ଦିଅ।”

21 ଅହୀଥୋଫଲ ଅବଶାଲୋମକୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କରିବାକୁ ଯାଅ। ଏହା ସମୁଦାୟ ଇସ୍ରାଏଲୀୟମାନେ ଶୁଣିବେ। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭକୁ ଘୃଣା କରନ୍ତି। ତାହାହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦେବା ପାଇଁ ଅଧିକ ଉତ୍ସାହିତ ହେବେ।”

22 ଏହା ପରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା’ପରେ ଅବଶାଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇସ୍ରାଏଲୀୟମାନେ ଏହା ଦେଖିଲେ। 23 ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ବୋଲି ବିବେଚନା କରାଯାଏ। ଦାଉଦ ଓ ଅବଶାଲୋମ ଉଭୟ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 22:17-29

17 “ତା’ପରେ ମୁଁ ଯିରୁଶାଲମକୁ ଫେରି ଆସିଲି। ସେଠାରେ ମନ୍ଦିରରେ ଦିନେ ପ୍ରାର୍ଥନା କଲାବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି। 18 ସେହି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମୋତେ କହିଲେ, ‘ତୁମ୍ଭେ ସଙ୍ଗେ ସଙ୍ଗେ ଯିରୁଶାଲମ ଛାଡ଼ିଦିଅ, କାରଣ ତୁମ୍ଭେ ମୋ’ ବିଷୟରେ ଯାହା କହିବ, ସେମାନେ ଗ୍ରହଣ କରିବେ ନାହିଁ।’

19 “କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରତ୍ୟେକ ସମାଜଗୃହକୁ ଯାଇ ସେଠାରେ ତୁମ୍ଭକୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି। 20 ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି।’

21 “କିନ୍ତୁ ପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।’”

22 ପାଉଲ ଏ କଥା କହିବା ପର୍ଯ୍ୟନ୍ତ ଯିହୂଦୀମାନେ ଶୁଣୁଥିଲେ। ତା’ପରେ ସେମାନେ ସମସ୍ତେ ମିଶି ଖୁବ୍ ଜୋ‌ର୍‌‌ରେ ପାଟି କରି କହିଲେ, “ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ୟ ନୁହଁ।” 23 ସେମାନେ ଚିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ୟକୁ ଧୂଳି ଫୋପାଡ଼ିଲେ। 24 ତା’ପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଗ୍ଭରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ। 25 ସେମାନେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସେଠାରେ ଠିଆ ହୋଇଥିବା ଜଣେ ସେନା ଅଧିକାରୀଙ୍କୁ କହିଲେ, “ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହୋଇ ନାହିଁ, ତାହାକୁ କୋରଡ଼ା ମାରିବା କ’ଣ ଆଇନ ସଙ୍ଗତ ଅଟେ?”

26 ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, “ତୁମ୍ଭେ ଜାଣ, ତୁମ୍ଭେ କ’ଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?”

27 ତେଣୁ ସେନାଧ୍ୟକ୍ଷ ଯାଇ ପାଉଲଙ୍କୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ କ’ଣ ପ୍ରକୃତରେ ଜଣେ ରୋମୀୟ ନାଗରିକ?”

ପାଉଲ ଉତ୍ତର ଦେଲେ, “ହଁ।”

28 ସେନାଧ୍ୟକ୍ଷ କହିଲେ, “ମୁଁ ଜଣେ ରୋମୀୟ ନାଗରିକ ହେବା ପାଇଁ ପ୍ରଚୁର ଟଙ୍କା ଦେଇଥିଲି।।”

ପାଉଲ କହିଲେ, “କିନ୍ତୁ ମୁଁ ଜଣେ ରୋମୀୟ ନାଗରିକ ଭାବେ ଜନ୍ମ ନେଇଥିଲି।”

29 ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ।

ମାର୍କ ଲିଖିତ ସୁସମାଗ୍ଭର 11:1-11

ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ(A)

11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”

ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।

ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,

“‘ହୋଶାନ୍ନା [a]
    ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ଧନ୍ୟ।’ (B)

10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
    ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”

11 ଯୀଶୁ ଯିରୁଶାଲମ ଆସି ମନ୍ଦିର [b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center