Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 97

97 ସଦାପ୍ରଭୁ ଶାସନ କରନ୍ତି।
    ସକଳ ପୃଥିବୀ ଆନନ୍ଦ କରୁ।
    ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ।
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ।
    ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।
ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି
    ତାଙ୍କର ଶତ୍ରୁଗଣକୁ ବିନାଶ କରେ।
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା,
    ଏହା ଦେଖି ଲୋକେ ଭୟ କଲେ।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ,
    ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।
ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ
    ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।

ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି।
    ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି।
ସେହି ଲୋକମାନେ ଲଜ୍ଜିତ ହେବେ।
    ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି।
    ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି,
    କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ।
    ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ।
10 ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି!
    ସେ ଆପଣା ସ‌ଦ୍‌ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି।
    ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି।
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
    ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି।
12 ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର।
    ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର।

ଗୀତସଂହିତା 99-100

99 ସଦାପ୍ରଭୁଙ୍କ ଆଗରେ ଗାନ କର।
    ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
    ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
ସଦାପ୍ରଭୁ ସିୟୋନରେ ମହାନ
    ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
    ଓ ଭୟ କରନ୍ତୁ,
    ଏହା ପବିତ୍ର ଅଟେ।
ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
    ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
    ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
    ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
    ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
    ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
    ସେମାନେ ତାଙ୍କର ଆଦେଶ ମାନିଲେ
    ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
    ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
    ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
    ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
    ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।

ଧନ୍ୟବାଦାର୍ଥକ ଗୀତ।

100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
    ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
    ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
    ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
    ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
    ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି।
    ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
    ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

ଗୀତସଂହିତା 94-95

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ, ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
    ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
    ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
    ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
    ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
    ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା!
    ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
    ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
    ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।

    ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
    ଜି‌ଦ୍‌ଖୋର ହୁଅ ନାହିଁ।
ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
    ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
    ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
    ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
    ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 6:1-16

ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକକୁ ନିଜ ଘରକୁ ପଠାଇ ଦିଆଗଲା

ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ପଲେଷ୍ଟୀୟମାନଙ୍କ ଦେଶରେ ସାତ ମାସ ରହିଲା। ତା'ପରେ ସେମାନେ ସେମାନଙ୍କର ଯାଜକମାନଙ୍କୁ, ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ସହ ଆମ୍ଭେ କ’ଣ କରିବାକୁ ହେବ?” ଦୟାକରି ଆମ୍ଭମାନଙ୍କୁ ଜଣାଅ, କିପରି ଭାବରେ ଏହାକୁ ଫେରାଇବାକୁ ହେବ।

ତହିଁରେ ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଫେରାଇ ଦେବ, ତେବେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରୁ ଦୂରେଇ ଯିବା ପାଇଁ ଏହା ସହିତ ଉପହାର ଓ ନୈବେଦ୍ୟ ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ପବିତ୍ର ହେବ, ଏବଂ ତୁମ୍ଭେମାନେ କଳ୍ପନା କରିବ, କାହିଁକି ପରମେଶ୍ୱର ତୁମ୍ଭମାନଙ୍କୁ ଦଣ୍ତ ଦେବା ବନ୍ଦ କଲେ ନାହିଁ।”

ତା'ପରେ ସେମାନେ ପଗ୍ଭରିଲେ, “ଆମ୍ଭମାନଙ୍କୁ କ୍ଷମା ଦେବା ପାଇଁ ଆମ୍ଭେମାନେ କି ପ୍ରକାର ଉପହାର ଇସ୍ରାଏଲର ପରମେଶ୍ୱରଙ୍କୁ ପଠାଇବା ଉଚିତ୍?”

ସେମାନେ ଉତ୍ତର ଦେଲେ, “ପାଞ୍ଚୋଟି ସୁବର୍ଣ୍ଣର ଅର୍ଶ ଏବଂ ପାଞ୍ଚୋଟି ସୁବର୍ଣ୍ଣର ମୂଷା, ପଲେଷ୍ଟୀୟ ଶାସକମାନଙ୍କ ସଂଖ୍ୟାନୁସାରେ, କାରଣ ତୁମ୍ଭେମାନେ ସମସ୍ତେ ଏବଂ ତୁମ୍ଭମାନଙ୍କର ଶାସକଗଣ ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେଲ। ତୁମ୍ଭେମାନେ ଆପଣାମାନଙ୍କ ଅର୍ଶ ପ୍ରତିମା ଓ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର। ଯେଉଁଗୁଡ଼ିକ ତୁମ୍ଭର ଭୂମିକୁ ଆକ୍ରମଣ କରନ୍ତି ଓ ଧ୍ୱଂସ କରନ୍ତି ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଦିଅ। ତାହାହେଲେ ସେ ହୁଏତ ତୁମ୍ଭମାନଙ୍କୁ, ତୁମ୍ଭର ଦେବତାଗଣଙ୍କୁ ଓ ତୁମ୍ଭର ଦେଶକୁ ଦଣ୍ତିତ କରିବା ବନ୍ଦ କରିବ। ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ।

“ସେଥିପାଇଁ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର, ଦୁଇଟି ଯୁଆଳି ଯୋଗ୍ଭ ହୋଇ ନ ଥିବା ଦୁହାଳି ଗାଈ ଆଣ। ଏହିପରି ଦୁଇଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରିକି ଗୁହାଳରେ ଭର୍ତ୍ତି କର। ସଦାପ୍ରଭୁଙ୍କ ସିନ୍ଦୁକକୁ ସେହି ଶଗଡ଼ ଉପରେ ରଖ ଓ ସୁବର୍ଣ୍ଣର ନ‌କ୍‌ସାକୁ ଥଳି ଭିତରେ ସିନ୍ଦୁକ ପାର୍ଶ୍ୱରେ ରଖ। ଏହିସବୁ ନ‌କ୍‌ସାଗୁଡ଼ିକ ତୁମ୍ଭକୁ କ୍ଷମା କରିବା ପାଇଁ ପରମେଶ୍ୱରଙ୍କୁ ଉପହାର। ତା'ପରେ ଶଗଡ଼କୁ ତା'ର ରାସ୍ତାରେ ପଠାଇ ଦିଅ। ଏହାକୁ ଲକ୍ଷ୍ୟ ରଖ। ଯଦି ଏହା ଆମ୍ଭର ସୀମା ଦେଇ ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ହୃ‌‌‌‌ଦ୍‌‌‌‌ବୋଧ କରିବୁ ଯେ, ପରମେଶ୍ୱର ଆମ୍ଭମାନଙ୍କ ଉପରକୁ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈ‌ଥ୍‌ଶେମଶକୁ ଯାଏ, ଆମ୍ଭେମାନେ ଜାଣିବୁ ଯେ, ଇସ୍ରାଏଲର ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରି ନାହିଁ। ଏହା ଦୈବାତ୍ ଘଟିଯାଇଛି।”

10 ତା'ପରେ ସେମାନେ ଏହା କହିଲେ, ସେମାନେ ଯାହା ନିର୍ଦ୍ଦେଶ ଦେଲେ ଲୋକମାନେ ତାହା କଲେ, ଏବଂ ଦୁଇଟି ଦୁହାଁଳି ଗାଇକୁ ଶଗଡ଼ରେ ଯୋଚି ଦେଲେ ଓ ସେମାନଙ୍କ ବାଛୁରିଗୁଡ଼ିକ ଗୁହାଳରେ ବାନ୍ଧି ଦେଲେ। 11 ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଶ ପ୍ରତିମାର ସିନ୍ଦୁକ ରଖିଲେ। 12 ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ।

13 ସେହି ସମୟରେ ବୈ‌ଥ୍‌-ଶେମଶର ଲୋକମାନେ ତଳଭୂମିରେ ଗହମ ଅମଳ କରୁଥିଲେ, ଯେତେବେଳେ ସେମାନେ ଆଖି ଉଠାଇଲେ, ସେମାନେ ପବିତ୍ର ସିନ୍ଦୁକ ଦେଖିଲେ ଓ ଆନନ୍ଦିତ ହେଲେ। 14-15 ଏବଂ ବୈଥ୍-ଶେମଶରେ ଯିହୋଶୂୟ ନାମକ ଜଣେ ଲୋକର କ୍ଷେତ୍ରରେ ଶଗଡ଼ଟି ପହଞ୍ଚିଲାପରେ, ଏହା ଏକ ବିରାଟ ପଥର ନିକଟରେ ଅଟକି ଗଲା।

ଲେବୀୟମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଓ ଥଳି ଭିତରେ ଥିବା ସୁବର୍ଣ୍ଣର ନ‌କ୍‌ସାକୁ ବିରାଟ ପଥର ଉପରେ ରଖିଲେ।

ତା'ପରେ ବୈଥ୍-ଶେମଶୀର ଲୋକମାନେ ଶଗଡ଼ଟିକୁ କାଟିଲେ ଏବଂ ଗାଈ ଦୁଇଟିକୁ ହତ୍ୟା କଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ନିକଟରେ ବଳି ଦେଲେ। ସେହି ଦିନ ସେମାନେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଉତ୍ସର୍ଗ କଲେ।

16 ତହୁଁ ପଲେଷ୍ଟୀୟମାନଙ୍କର ପାଞ୍ଚ ଅଧିପତି ତାହା ଦେଖି ସେହି ଦିନ ଇକ୍ରୋଣକୁ ଫେରି ଆସିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5:27-42

27 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଆଣି ମହାସଭାରେ ଉପସ୍ଥିତ କରାଇଲେ। ତା'ପରେ ମହାଯାଜକ ସେମାନଙ୍କୁ ପଗ୍ଭରିଲେ, 28 “ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”

29 ପିତର ଓ ଅନ୍ୟ ପ୍ରେରିତମାନେ ଉତ୍ତର ଦେଲେ, “ଆମ୍ଭେମାନେ ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ୱରଙ୍କ ଆଜ୍ଞା ନିଶ୍ଚୟ ମାନିବୁ। 30 ତୁମ୍ଭେମାନେ ଯେଉଁ ଯୀଶୁଙ୍କୁ କ୍ରୁଶରେ ଝୁଲେଇ ହତ୍ୟା କରିଛ ତାହାଙ୍କୁ ଆମ୍ଭ ପିତୃପୁରୁଷମାନଙ୍କର ପରମେଶ୍ୱର ମୃତ୍ୟୁରୁ ଉଠାଇଛନ୍ତି। 31 ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କ ହୃଦୟ ଓ ଜୀବନ ପରିବର୍ତ୍ତନ କରିବା ପାଇଁ ତାହାଙ୍କୁ ନେତା ଓ ଉଦ୍ଧାରକର୍ତ୍ତା କରି ନିଜ ଡାହାଣ ପଟେ ସ୍ଥାପିତ କରିଛନ୍ତି। 32 ଆମ୍ଭେ ସମସ୍ତେ ଏ ଘଟଣାଗୁଡ଼ିକର ସାକ୍ଷୀ। ପବିତ୍ରଆତ୍ମା ମଧ୍ୟ ଏ ଘଟଣାଗୁଡ଼ିକର ସାକ୍ଷୀ। ପରମେଶ୍ୱର ନିଜର ଆଜ୍ଞା ମାନୁଥିବା ଲୋକମାନଙ୍କୁ ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। ସେମାନେ ମଧ୍ୟ ଏହାର ସାକ୍ଷୀ।”

33 ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 34 କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ। 35 ତା'ପରେ ସେ ସେମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ। 36 ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଗ୍ଭରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା'ର ସମସ୍ତ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲା ନାହିଁ। 37 ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। 38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ। ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ। 39 କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।”

ସେମାନେ ତାହାଙ୍କ ଉପଦେଶ ମାନିଲେ। 40 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକି ନେଇ ପ୍ରହାର କଲେ। ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା'ପରେ ସେମାନଙ୍କୁ ଛାଡ଼ି ଦେଲେ। 41 ପ୍ରେରିତମାନେ ମହାସଭା ଛାଡ଼ି ଗ୍ଭଲିଗଲେ। ସେମାନେ ଖୁସୀ ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବାକୁ ଯୋଗ୍ୟ ବିବେଚିତ କରାଯାଇଛି। 42 ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଗ୍ଭର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସେମାନେ ପ୍ରଗ୍ଭର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ।

ଲୂକ ଲିଖିତ ସୁସମାଗ୍ଭର 21:37-22:13

37 ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ। 38 ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ।

ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ

(ମାଥିଉ 26:1-5,14-16; ମାର୍କ 14:1-2,10-11; ଯୋହନ 11:45-53)

22 ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।

ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା

(ମାଥିଉ 26:14-16; ମାର୍କ 14:10-11)

ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା। ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା। ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ। ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।

ନିସ୍ତାରପର୍ବର ଖାଦ୍ୟ ତିଆରି

(ମାଥିଉ 26:17-25; ମାର୍କ 14:12-21; ଯୋହନ 13:21-30)

ଖମୀରହୀନ ରୋଟୀ ପର୍ବର[a] ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”

ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”

ଯୀଶୁ ସେମାନଙ୍କୁ କହିଲେ, 10 “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। 11 ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର[b] ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ 12 ତା'ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”

13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center