Book of Common Prayer
ଦାଉଦଙ୍କର ଗୀତ।
41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
3 ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।
4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
5 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
6 ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
7 ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8 ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
ଓ ସେଥିପାଇଁ ବେମାର ଅଛି।
ସେ ଆଉ ଭଲ ହେବ ନାହିଁ।”
9 ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
ତୁମ୍ଭେ ମୋତେ ସାହାଯ୍ୟ କରିଲ।
ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।
ଆମେନ୍, ଆମେନ୍।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍।
44 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ।
ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ।
ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
2 ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ
ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ।
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ।
ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।
3 ଆମ୍ଭର ପିତୃପୁରୁଷଙ୍କ ଖଡ଼୍ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ।
ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ।
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ।
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା।
କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।
4 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ।
ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ।
5 ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ।
ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ।
6 ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ,
କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।
7 ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ।
ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
8 ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ।
ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
9 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ।
ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ।
ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ।
ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ।
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ।
ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ।
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ
ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ।
13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ।
ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି।
ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି।
ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ,
ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ।
17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ।
ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ।
ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ।
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ।
ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ।
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ।
ଯେଉଁଠାରେ ଶୃଗାଳମାନେ ବାସ କରନ୍ତି।
ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ।
20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ?
ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା।
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି।
ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ।
ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।
23 ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
କାହିଁକି ତୁମ୍ଭେ ଶୋଇ ରହିଛ?
ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ?
ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?
25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି।
ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26 ହେ ପରମେଶ୍ୱର, ଜାଗ୍ରତ ହୁଅ।
ଆମ୍ଭକୁ ସାହାଯ୍ୟ କର।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।
ସଦାପ୍ରଭୁଙ୍କର କର୍ମମାନ ଭୁଲ ନାହିଁ
11 “ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୁଲ ନାହିଁ। ସାବଧାନତା ସହକାରେ ତାହାଙ୍କ ନିର୍ଦ୍ଦେଶମାନ, ତାଙ୍କର ବିଧି ପାଳନ କର, ମୁଁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି। 12 ଏହା ପରେ ତୁମ୍ଭେମାନେ ଉତ୍ତମ ଖାଦ୍ୟ ଖାଇବାକୁ ପାଇବ ଓ ସୁନ୍ଦର ଗୃହମାନ ନିର୍ମାଣ କରିବ ସେଥିରେ ବାସ କରିବାକୁ। 13 ତୁମ୍ଭମାନଙ୍କ ଗୋବତ୍ସ, ମେଷ, ଛେଳିର ସଂଖ୍ୟା ବର୍ଦ୍ଧିଷ୍ଣୁ ହେବ। ତୁମ୍ଭେ ପ୍ରଚୁର ପରିମାଣର ସୁନା, ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ। 14 ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି। 15 ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ। 16 ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନାଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେ ସ୍ମରଣ କର। 17 ତୁମ୍ଭେ କେବେ କୁହ ନାହିଁ ଯେ, ‘ଆପଣା ପରାକ୍ରମ ଓ ବାହୁ ବଳଦ୍ୱାରା ଏହି ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଛ ବୋଲି।’ 18 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସ୍ମରଣ କର। ଏହି କଥା ମନେରଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦେଇଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।
19 “କେବେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିବ ନାହିଁ। ଅନ୍ୟ ଦେବତାଗଣଙ୍କୁ ମାନିବ ନାହିଁ କି ତାଙ୍କର ସେବା କରିବ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭେମାନେ ନିଶ୍ଚିତରେ ବିନଷ୍ଟ ହେବ। 20 ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଅନ୍ୟ ଦେଶକୁ ଧ୍ୱଂସ କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯଦି ଅନ୍ୟ ଦେବତାଗଣଙ୍କୁ ମାନ, ତେବେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। କାରଣ ତୁମ୍ଭେମାନେ ତାଙ୍କର ଆଜ୍ଞା ମାନିଲ ନାହିଁ।
11 ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। 12 ଯୀଶୁ କୁହନ୍ତି:
“ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି।
ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” (A)
13 ସେ ଆହୁରି କହନ୍ତି:
“ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” (B)
ଓ ସେ କୁହନ୍ତି:
“ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।” (C)
14 ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ। 15 ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ। 16 କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି। 17 ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18 ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି।
କାନ୍ନାରେ ବିବାହ
2 ଦୁଇ ଦିନ ପରେ ଗାଲିଲୀର କାନ୍ନା ସହରରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମା ସେଠାରେ ଥିଲେ। 2 ସେହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। 3 ସେହି ବିବାହ ଉତ୍ସବରେ ଯଥେଷ୍ଟ ପରିମାଣରେ ଦ୍ରାକ୍ଷାରସ ନ ଥିଲା। ଦ୍ରାକ୍ଷାରସ ସରିଯିବା ପରେ ଯୀଶୁଙ୍କର ମା ଆସି ତାହାଙ୍କୁ କହିଲେ, “ସେମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”
4 ଯୀଶୁ ଉତ୍ତର ଦେଲେ, “ପ୍ରିୟ ନାରୀ, କ’ଣ କରିବାକୁ ହେବ, ଏହା ତୁମ୍ଭେ ମୋତେ କହିବା ଉଚିତ୍ ନୁହେଁ। ମୋର ସମୟ ଏପର୍ଯ୍ୟନ୍ତ ଆସି ନାହିଁ।”
5 ଯୀଶୁଙ୍କର ମା ସେବକମାନଙ୍କୁ କହିଲେ, “ଯୀଶୁ ଯେପରି କହନ୍ତି, ତୁମ୍ଭେମାନେ ସେହିପରି କର।”
6 ସେହି ସ୍ଥାନରେ ଛଅଟି ପଥରର ବଡ଼ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ୟବହାର କରୁଥିଲେ। ପ୍ରତ୍ୟେକ ଜଳକୁଣ୍ଡରେ ପ୍ରାୟ ଶହେରୁ ଶହେ ପଗ୍ଭଶ ଲିଟର ପାଣି ଧରୁଥିଲା।
7 ଯୀଶୁ ସେବକମାନଙ୍କୁ କହିଲେ, “ସେହି ଜଳକୁଣ୍ଡରେ ପାଣି ଭର୍ତ୍ତି କର।” ତେଣୁ ସେବକମାନେ ଜଳକୁଣ୍ଡରେ ପାଣି ଭର୍ତ୍ତି କରିଦେଲେ।
8 ତା’ପରେ ଯୀଶୁ ସେବକମାନଙ୍କୁ କହିଲେ, “ବର୍ତ୍ତମାନ ସେଥିରୁ କିଛି ପାଣି କାଢ଼ି ନିଅ। ଏହି ପାଣି ନେଇ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।”
ତେଣୁ ସେମାନେ ସେହି ପାଣି ନେଇ ତାହାଙ୍କ ପାଖରେ ପହଞ୍ଚିଲେ। 9 ତା’ପରେ ଭୋଜି ଦାୟିତ୍ୱରେ ଥିବା ମୁଖ୍ୟ ଲୋକ ତାହାକୁ ଗ୍ଭଖିଲେ। ସେହି ପାଣି ଏବେ ଦ୍ରାକ୍ଷାରସରେ ପରିଣତ ହୋଇଯାଇଥିଲା। ସେ ଜାଣି ନ ଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସେହି ପାଣି କାଢ଼ିଥିବା ସେବକମାନେ ଜାଣିଥିଲେ। ତା’ପରେ ଭୋଜିକର୍ତ୍ତା ବରକୁ ଡାକିଲେ। 10 ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ତୃପ୍ତ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ।”
11 ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା। ସେ ଏହି ଆଶ୍ଚର୍ଯ୍ୟକାମ ଗାଲିଲୀର କାନ୍ନା ସହରରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦେଖାଇଲେ। ଏବଂ ତାହାଙ୍କର ଶିଷ୍ୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ।
12 ତା’ପରେ ଯୀଶୁ କଫର୍ନାହୂମ ସହରକୁ ଗଲେ। ତାଙ୍କ ସହିତ ତାଙ୍କର ମା, ତାଙ୍କର ଭାଇମାନେ ଓ ତାଙ୍କର ଶିଷ୍ୟମାନେ ଗଲେ। ସେମାନେ ସମସ୍ତେ କଫର୍ନାହୂମରେ କିଛି ଦିନ ରହିଲେ।
2010 by World Bible Translation Center