Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 89

ଇଷ୍ରାହୀୟ ଏଥନର ମସ୍କୀଲ୍।

89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
    ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
    ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
    ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
    ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’”

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
    ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
    “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
    ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
    ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
    ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
    ସେ ଏକ ଶବପରି ଥିଲା।
    ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
    ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
    ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
    ତୁମ୍ଭର ଶକ୍ତି ମହାନ।
    ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
    ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
    ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
    ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି।
    ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
    ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
    ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
    ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
    ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
    ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
    ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
    ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
    ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
    ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
    ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
    ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
    ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।
30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି
    ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।
31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି
    ଏବଂ ମୋ’ ଆଜ୍ଞା ନ ପାଳନ୍ତି,
32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ
    ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।
33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ।
    ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ
    କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ।
    ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।
36 ଦାଉଦର ବଂଶ ସଦାକାଳ ରହିବ।
    ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।
37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ।
    ଏହା ଆକାଶପରି ଚିରଦିନ ପାଇଁ ରହିବ।”

38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି,
    ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ।
    ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।
40 ତୁମ୍ଭେ ତା’ର ସମସ୍ତ ପ୍ରାଚୀର ଭାଙ୍ଗିଅଛ।
    ତୁମ୍ଭେ ତା’ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି।
    ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ।
    ତୁମ୍ଭେ ତା’ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।
43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ।
    ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।
44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ।
    ତୁମ୍ଭେ ତା’ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
45 ତୁମ୍ଭେ ତା’ର ଜୀବନକୁ କ୍ଷୀଣ କଲ।
    ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।

46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ?
    ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ?
    ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?
47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ।
    ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।
48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ।
    ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ।

49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା।
    ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି,
    ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ।
    ଆମେନ୍! ଆମେନ୍!

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 63:1-6

ସଦାପ୍ରଭୁ ତାଙ୍କର ସନ୍ତାନଙ୍କୁ ବିବେଚନା କରନ୍ତି

63 ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ
    ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ?
ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ
    ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ?
ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ
    ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”

“ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ
    ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ରପରି କାହିଁକି?”

ସେ ଉତ୍ତର କରନ୍ତି, “ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ
    ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲେ।
ଆମ୍ଭେ ନିଜର କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ନିଜର କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ।
    ଏଣୁ ସେମାନଙ୍କର ପ୍ରାଣ ରକ୍ତର ଛିଟାରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସେହି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।
କାରଣ ପ୍ରତିଶୋଧର ଦିନ ଆମ୍ଭ ହୃଦୟରେ ଥିଲା
    ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହୋଇଅଛି।
ଆମ୍ଭେ ଅନାଇଲୁ, ମାତ୍ର ସାହାଯ୍ୟକାରୀ କେହି ନ ଥିଲେ।
    ସହାୟକ ନ ଥିବାରୁ ଆମ୍ଭେ ଆଶ୍ଚର୍ଯ୍ୟ ହେଲୁ।
ଏଣୁ ଆମ୍ଭ ନିଜ ବାହୁ ଆମ୍ଭ ନିକଟକୁ ପରିତ୍ରାଣ ଆଣିଲା
    ଓ ଆମ୍ଭର କୋପ ଆମ୍ଭର ସହାୟତା କଲା।
ପୁଣି ଆମ୍ଭେ ନିଜର କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ
    ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ; ପୁଣି ଭୂମିରେ ସେମାନଙ୍କର ପ୍ରାଣର ରକ୍ତ ଢାଳି ଦେଲୁ।”

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:1-17

ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କ ଆଦେଶ ଦ୍ୱାରା ପ୍ରେରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।

ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ୱାସ କରୁଥିବାରୁ ମୋର ପ୍ରକୃତ ପୁତ୍ର ଅଟ।

ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

ଅସତ୍ୟ ଉପଦେଶ ବିରୁଦ୍ଧରେ ସତର୍କତା

ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ଅସତ୍ୟ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦେଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସେଗୁଡ଼ିକ ଦ୍ୱାରା କେବଳ ତର୍କବିତର୍କ ହୁଏ। ସେଗୁଡ଼ିକ ପରମେଶ୍ୱରଙ୍କ କାମ ପାଇଁ ସାହାଯ୍ୟ କରେ ନାହିଁ। କେବଳ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ କାମ ସାଧନ ହୋଇଥାଏ। ଏହି ଆଦେଶର ଲକ୍ଷ୍ୟ ଯେ, ଲୋକମାନେ ପ୍ରେମ ଗ୍ରହଣ କରନ୍ତୁ। ଏହି ପ୍ରେମ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ୟକ ଓ ସେମାନେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସେମାନଙ୍କ ସତ୍ୟ ବିଶ୍ୱାସ ତାହାଙ୍କଠାରେ ଥିବା ଦରକାର। କେତେ ଲୋକ ଏହି ବିଷୟ ଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ, ପଥଭ୍ରଷ୍ଟ ହୋଇଛନ୍ତି। ସେମାନେ ଏବେ ମୂଲ୍ୟହୀନ କଥାଗୁଡ଼ିକ କୁହନ୍ତି। ସେହି ଲୋକମାନେ ବ୍ୟବସ୍ଥାର [a] ଶିକ୍ଷାଦାତା ହେବାକୁ ଗ୍ଭହାନ୍ତି। କିନ୍ତୁ ସେମାନେ କ’ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସେମାନେ ଯେଉଁ ବିଷୟ ଗୁଡ଼ିକୁ ନିଶ୍ଚିତ ଭାବେ ଜାଣିବା ଭଳି ଜୋର୍ ଦେଇ କହୁଛନ୍ତି, ସେହି ଶିକ୍ଷାଗୁଡ଼ିକୁ ସେମାନେ ନିଜେ ମଧ୍ୟ ବୁଝି ନ ଥା’ନ୍ତି।

ଆମ୍ଭେ ଜାଣୁ ଯେ, ବ୍ୟବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ୟବହାର କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ, 10 ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସ‌ତ୍‌‌ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ। 11 ଏହି ଉପଦେଶ ପରମେଶ୍ୱର ମୋତେ ପ୍ରଗ୍ଭର କରିବାକୁ ଦେଇଥିବା ସୁସମାଗ୍ଭରର ଅଂଶବିଶେଷ। ଏହି ମହିମାମୟ ସୁସମାଗ୍ଭର ପରମଧନ୍ୟ ପରମେଶ୍ୱରଙ୍କଠାରୁ ଆସିଛି।

ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ

12 ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି। 13 ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି। 14 କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସେହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସ ଓ ପ୍ରେମ ମଧ୍ୟ ମୋତେ ମିଳିଲା।

15 ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ। 16 କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ। 17 ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍।

ମାର୍କ ଲିଖିତ ସୁସମାଗ୍ଭର 11:1-11

ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ(A)

11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା’ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”

ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା’ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।

ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,

“‘ହୋଶାନ୍ନା [a]
    ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ଧନ୍ୟ।’ (B)

10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
    ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”

11 ଯୀଶୁ ଯିରୁଶାଲମ ଆସି ମନ୍ଦିର [b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center