Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 55

ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।

55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
    ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
    ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
    ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
    ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
    ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
    ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
    ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି। ସେଲା
ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
    ଏକ ନିରାପଦ ସ୍ଥାନକୁ ପଳାୟନ କରନ୍ତି।

ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
    ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
    ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
    ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
    ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।

12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
    ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
    ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
    ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
    ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।

15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
    ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
    କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
    ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
    ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
    ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ। ସେଲା

20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
    ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଙ୍ଗ କରେ।
    ତା'ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚି‌କ୍‌କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
    ତା'ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖ‌ଡ଼୍‌ଗ ତୁଲ୍ୟ କାଟନ୍ତି।

22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
    ତହିଁରେ ସେ ତୁମ୍ଭର ଯତ୍ନ ନେବେ।
    ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
    ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।

ଗୀତସଂହିତା 138:1-139:23

ଦାଉଦଙ୍କର ଗୀତ

138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
    ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
    ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
    ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
    ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।

ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
    ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
    କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
    କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
    ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
    ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
    ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
    ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ, ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।[a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା'ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା'ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
    ହେ ହତ୍ୟାକାରୀଗଣ, ମୋ'ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
    ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
    ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
    ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
    ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।

ଯିହୋଶୂୟଙ୍କର ପୁସ୍ତକ 23

ଯିହୋଶୂୟ ଇସ୍ରାଏଲଗଣଙ୍କୁ ଉତ୍ସାହିତ କଲେ

23 ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ। ଏହି ସମୟରେ ସମସ୍ତ ଇସ୍ରାଏଲର ପ୍ରାଚୀନବର୍ଗ, ସେମାନଙ୍କର ପ୍ରଧାନ, ସେମାନଙ୍କର ବିଗ୍ଭରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ହୋଇଗଲି। ତୁମ୍ଭେମାନେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକୁ ସାହାଯ୍ୟ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ମୋର ମନେ ଅଛି, ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ମଧ୍ୟବର୍ତ୍ତୀ ଓ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦେଇଅଛି। ଅଧିକୃତ ହୋଇ ନ ଥିବା ଦେଶ ତୁମ୍ଭ ଦ୍ୱାରା ଅଧିକୃତ ହେବ। କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ଏ ପର୍ଯ୍ୟନ୍ତ ନିଜ ଅଧୀନକୁ ଆଣି ପାରି ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।

“ତୁମ୍ଭେମାନେ ନିଶ୍ଚିତ ଯତ୍ନଶୀଳ ହେବ ସଦାପ୍ରଭୁଙ୍କର ସେହି ବାକ୍ୟକୁ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁମ୍ଭେମାନେ ମୋଶାଙ୍କ ଦ୍ୱାରା ଲିଖିତ ନିୟମ ପୁସ୍ତକର ସମସ୍ତ କଥାକୁ ଠିକ୍ ଠିକ୍ ଭାବେ ପାଳନ କରିବ। କେବେ ବି ସେ ନିୟମରୁ ବିଚ୍ୟୁତ ହେବ ନାହିଁ। ଏପରି ମଧ୍ୟ ବହୁତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସେମାନେ ଇସ୍ରାଏଲୀୟ ନୁହନ୍ତି। ସେମାନେ, ସେମାନଙ୍କର ନିଜର ପ୍ରଭୁଙ୍କୁ ମାନୁଛନ୍ତି। ସେମାନଙ୍କ ସହିତ ବନ୍ଧୁତା ରଖ ନାହିଁ। ସେମାନଙ୍କ ପ୍ରଭୁଙ୍କର ପୂଜା କର ନାହିଁ। କି ସେମାନଙ୍କର ସେବା କର ନାହିଁ। ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଅନୁସରଣ କରିବ। ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ଯେପରି କରି ଆସୁଅଛ।

“ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ। 10 ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। 11 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ସର୍ବଦା ପ୍ରେମ କରୁଥିବ।

12 “କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ। 13 ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଓ ଘଉଡ଼ାଇ ଦେବାରେ ତୁମ୍ଭର ପକ୍ଷ ହେବେ ନାହିଁ। ଏହି ଲୋକମାନେ ତୁମ୍ଭ ପାଇଁ ଏକ ଫାଶ ପରି ହେବେ। ସେମାନେ ତୁମ୍ଭ ପିଠି ପାଇଁ ଗ୍ଭବୁକ୍ ପରି ଓ ତୁମ୍ଭ ଆଖି ପାଇଁ କଣ୍ଟା ପରି ହେବେ। ଯେପର୍ଯ୍ୟନ୍ତ ତୁମ୍ଭେ ସେହି ଉତ୍ତମ ଦେଶ ଛାଡ଼ିବା ପାଇଁ ବାଧ୍ୟ ନ ହୋଇଛ, ଯାହା ସଦାପ୍ରଭୁ ତୁମ୍ଭଙ୍କୁ ଦେଇଥିଲେ।

14 “ମୋର ମୃତ୍ୟୁ ସମୟ ନିକଟ ହେଲାଣି। ତୁମ୍ଭେମାନେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦେଇଛନ୍ତି। ଏବଂ ତୁମ୍ଭ ପାଇଁ କ’ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦେଇଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତୁମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକୁ ସବୁ ଦେଇଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି। 15 ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ସେହିପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ୟ ହେବାକୁ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭୁଲ୍ କର, ତେବେ ତୁମ୍ଭ ପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦେଇଥିବା ଉତ୍ତମ ଦେଶରୁ ତୁମ୍ଭକୁ ଦୂରକୁ ନେଇଯିବେ। 16 ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ସଙ୍ଗରେ କରିଥିବା ଚୁକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭୁଙ୍କୁ ଉପାସନା କର ବା ଅନ୍ୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହା ପରେ ତୁମ୍ଭକୁ ସଦାପ୍ରଭୁ ଦେଇଥିବା ଭଲ ଭୂମିକୁ ହରାଇବାକୁ ପଡ଼ିବ।”

ରୋମୀୟଙ୍କ ପ୍ରତି ପତ୍ର 15:25-33

25 ପରମେଶ୍ୱରଙ୍କ ଲୋକଙ୍କ ସେବାରେ ଏବେ ମୁଁ ଯିରୁଶାଲମ ଯାଉଛି। 26 ଯିରୁଶାଲମଠାରେ ଥିବା ପରମେଶ୍ୱରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସେମାନେ ସେମାନଙ୍କର ସହାୟ ହୋଇପାରିବେ। 27 ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍। 28 ଅତଏବ, ମୁଁ ଏହି ସେବାମୂଳକ କର୍ମ ଏକାଠି ଶେଷ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ଯିରୁଶାଲମର ଗରିବମାନଙ୍କୁ ଦେଲା ପରେ ତୁମ୍ଭମାନଙ୍କ ନଗର ବାଟ ଦେଇ ସ୍ପେନ ଯିବି।

ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ଓ ସେଠାରେ ରହିବି। 29 ମୁଁ ଜାଣେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତେବେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ଆଶୀର୍ବାଦ ନେଇ ଆସିବି।

30 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର। 31 ପ୍ରାର୍ଥନା କର ଯେ, ମୁଁ ଯିହୂଦାଠାରେ ଅବିଶ୍ୱାସୀଲୋକମାନଙ୍କ କବଳରୁ ରକ୍ଷା ପାଇବି। ଏବଂ ଏଥିପାଇଁ ମଧ୍ୟ ପ୍ରାର୍ଥନା କରେ ଯେ, ଯିରୁଶାଲମଠାରେ ଯାହା ସାହାଯ୍ୟ ପହଞ୍ଚିବ ସେଥିରେ ପରମେଶ୍ୱରଙ୍କ ଲୋକେ ପ୍ରସନ୍ନ ହେବେ। 32 ତା'ପରେ ଯଦି ପରମେଶ୍ୱର ଇଚ୍ଛା କରନ୍ତି ତା'ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନେବି। 33 ଶାନ୍ତିଦାତା ପରମେଶ୍ୱର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।

ମାଥିଉ ଲିଖିତ ସୁସମାଗ୍ଭର 27:11-23

ଯୀଶୁଙ୍କୁ ପୀଲାତଙ୍କର ପ୍ରଶ୍ନ

(ମାର୍କ 15:2-5; ଲୂକ 23:3-5; ଯୋହନ 18:33-38)

11 ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”

ଯୀଶୁ ଉତ୍ତର ଦେଲେ, “ହଁ।”

12 କିନ୍ତୁ ଯେତେବେଳେ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ତାହାଙ୍କୁ ଅଭିଯୁକ୍ତ କଲେ ସେ କିଛି ଉତ୍ତର ଦେଲେ ନାହିଁ।

13 ତେଣୁ ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ସେମାନେ ତୁମ୍ଭ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉ ନାହଁ?”

14 କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦେବାକୁ ମନାକଲେ। ଏଥିରେ ପୀଲାତ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ।

ପୀଲାତ ଚେଷ୍ଟା କରିବା ସତ୍ତ୍ୱେ ଯୀଶୁଙ୍କୁ ମୁକ୍ତ କରିବାରେ ଅସଫଳ ହେଲେ

(ମାର୍କ 15:6-15; ଲୂକ 23:13-25; ଯୋହନ 18:39–19:16)

15 ପ୍ରତ୍ୟେକ ବର୍ଷ ନିସ୍ତାରପର୍ବ ଅବସରରେ ରାଜ୍ୟପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକକୁ ମୁକ୍ତ କରିବାକୁ ଗ୍ଭହୁଁଥିଲେ, କେବଳ ସେହି ଲୋକକୁ ମୁକ୍ତ କରାଯାଉଥିଲା। 16 ସେହି ସମୟରେ ବାର‌‌‌‌‌ବ୍‌‌‌‌‌ବା[a] ନାମରେ ଜଣେ କୁଖ୍ୟାତ ବନ୍ଦୀ ଥିଲା।‌‌‌‌‌‌ ‌‌‌

17 ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?” 18 ପୀଲାତ ଜାଣିଥିଲେ ଯେ ଲୋକମାନେ ଯୀଶୁଙ୍କ ପ୍ରତି ଈର୍ଷାପରାୟଣ ଥିଲେ। ସେଥିପାଇଁ ତାହାଙ୍କ ହାତରେ ଯୀଶୁଙ୍କୁ ସମର୍ପି ଦେଇଛନ୍ତି।

19 ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”

20 କିନ୍ତୁ ପ୍ରଧାନଯାଜକ ଓ ପ୍ରାଚୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସେମାନେ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିବା ପାଇଁ ଓ ଯୀଶୁଙ୍କୁ ମାରିଦେବା ପାଇଁ ଅନୁରୋଧ କରନ୍ତୁ।

21 ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?”

ସେମାନେ କହିଲେ, “ବାର‌‌‌‌‌ବ୍‌‌‌‌‌ବା।”

22 ତା'ପରେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ତେବେ ଯେଉଁ ଯୀଶୁଙ୍କୁ ଖ୍ରୀଷ୍ଟ କୁହାଯାଏ ତାହାଙ୍କ ପ୍ରତି ମୁଁ କ’ଣ କରିବି?”

ସମସ୍ତେ କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”

23 ପୀଲାତ ପଗ୍ଭରିଲେ, “କାହିଁକି? ସେ କ’ଣ ଅପରାଧ କରିଛନ୍ତି?”

କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଇ ଦିଆଯାଉ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center