Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ।
70 ହେ ପରମେଶ୍ୱର, ମୋତେ ରକ୍ଷା କର!
ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର!
2 ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
ସେମାନଙ୍କୁ ନିରାଶ ଓ ଅପମାନିତ କର!
ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି।
ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର।
3 ଲୋକମାନେ ମୋତେ ପରିହାସ କରନ୍ତି।
ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
4 ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି,
ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି।
ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି,
ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।”
5 ମୁଁ ଏକ ନିଃସହାୟ ଲୋକ।
ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର!
ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ।
ସଦାପ୍ରଭୁ ବିଳମ୍ବ କର ନାହିଁ।
71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
ମୋତେ ନିରାଶ ହେବାକୁ ଦିଅ ନାହିଁ।
2 କାରଣ ତୁମ୍ଭେ ଯଥାର୍ଥ ଅଟ।
ମୋତେ ଉଦ୍ଧାର କର ଓ ବଞ୍ଚାଅ।
ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
3 ମୋର ଦୁର୍ଗ ହୁଅ।
ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
7 ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ,
ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।
8 ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।
9 ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ।
ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।
10 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି।
ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ।
11 ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ।
ପରମେଶ୍ୱର ତାଙ୍କୁ କରିତ୍ୟାଗ କରିଛନ୍ତି।
ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”
12 ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ,
ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର।
13 ମୋର ଶତ୍ରୁମାନଙ୍କୁ ପରାସ୍ତ କର!
ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର।
ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି।
ସେମାନେ ଅପମାନିତ ହୁଅନ୍ତୁ।
14 କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି।
ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି।
15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ।
ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ,
ଯେପରିକି କେତେଥର ଗଣତି କରି ପାରିବ ନାହିଁ।
16 ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି।
ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି।
17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି।
ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି।
18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି।
ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର।
ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।
19 ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ।
ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ।
ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।
20 ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ।
ମୋ’ ଜୀବନକୁ ପୁନଃସ୍ଥାପନ କର।
ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।
21 ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର
ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ।
22 ତା’ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି।
ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି।
ତୁମେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି
ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
23 ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ।
ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
24 ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ,
କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ
ପରାସ୍ତ ଓ ଅପମାନିତ ହେବେ।
ଆସଫର ମସ୍କୀଲ୍।
74 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ?
ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?
2 ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ।
ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ
ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
3 ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ।
ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।
4 ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ।
ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।
5 ଜଙ୍ଗଲରେ କୁରାଢ଼ୀ ବ୍ୟବହାର କରୁଥିବା ଲୋକମାନଙ୍କ ପରି
ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।
6 ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା
ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
7 ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ।
ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା,
କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।
8 ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ,
ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦଗ୍ଧ କରି ଦେଲେ।
9 ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ।
କୌଣସି ଭବିଷ୍ୟଦ୍ବକ୍ତା ଆଉ ନାହାନ୍ତି।
କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।
10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ?
ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?
11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ?
ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।
12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ।
ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।
13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି
ଲୋହିତ ସମୁଦ୍ରକୁ ଦୁଇଭାଗ କଲ।
14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ।
ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ।
ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ
ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ,
ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ।
ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ,
କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ।
ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।
20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର।
ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
21 କଷ୍ଟ ପାଉଥିବା ଲୋକମାନଙ୍କୁ
ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ।
ଗରିବ ଏବଂ ଅଭାବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର।
ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!
23 ତୁମ୍ଭର ଶତ୍ରୁମାନଙ୍କର ଉଦ୍ଘୋଷ କେବେ ଭୁଲିଯାଅ ନାହିଁ।
ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।
4 ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟଦ୍ବକ୍ତ୍ରୀ ଥିଲେ। ସେ ଲପ୍ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ। 5 ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା। 6 ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ। 7 ମୁଁ ଯାବୀନ୍ର ସେନାପତି ସୀଷରାକୁ ଆଗେଇ ନେବି, ତା’ର ରଥକୁ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖରେ ତୁମ୍ଭକୁ ଓ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି।’”
8 ଏହା ପରେ ବାରକ୍ ଦବୋରାଙ୍କୁ କହିଲେ, “ମୁଁ ଯାଇ ଏପରି କରିବି ଯଦି ତୁମ୍ଭେ ମୋ’ ସହିତ ଯିବ। ଯଦି ତୁମ୍ଭେ ମୋ’ ସହିତ ନ ଯିବ ତେବେ ମୁଁ ଯିବି ନାହିଁ।”
9 ତେଣୁ ସେ କହିଲେ, “ମୁଁ ତୁମ୍ଭ ସହିତ ଯିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡ଼କୁ ଯିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀଲୋକ ଦ୍ୱାରା ସୀଷରାକୁ ପରାସ୍ତ କରିବେ।”
ତେଣୁ ଦବୋରା ବାରକ୍ ସହିତ କେଦଶକୁ ଗଲେ। 10 ବାରକ୍ କେଦଶ ସହରର ସବୂଲୂନ୍ ପରିବାରବର୍ଗ ଓ ନପ୍ତାଲିର ଲୋକମାନଙ୍କୁ ଏକତ୍ରିତ କରିଥିଲେ। ଅତଏବ, ସେ 10,000 ସୈନ୍ୟ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।
11 ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ।
12 କେହି ଜଣେ ସୀଷରାକୁ କହିଲେ, ଯେ ବାରକ୍ ଅବିନୟମର ପୁତ୍ର ତାବୋର ପର୍ବତ ଉପରକୁ ଗଲେ। 13 ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋତ୍ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ।
14 ଏହା ପରେ ଦବୋରା ବାରକକୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହେବେ ସୀଷରାକୁ ପରାସ୍ତ କରିବା ପାଇଁ, ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତୁମ୍ଭ ଆଗେ ଆଗେ ଗଲେ।” ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କୁ ତାବୋର ପର୍ବତର ପ୍ରଦେଶକୁ ଆଣିଲେ। 15 ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରାକୁ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକୁ ଓ ତାଙ୍କର ସୈନ୍ୟମାନଙ୍କ ପ୍ରତି ଦ୍ୱନ୍ଦ କଲେ। ସେମାନେ କ’ଣ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବାରକ୍ ଏବଂ ତାଙ୍କର ସୈନ୍ୟମାନେ ସୀଷରାର ସୈନ୍ୟମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷରା ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଦୌଡ଼ି ପଳାୟନ କଲେ। 16 ବାରକ୍ ସୀଷରା ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶମୟ ପର୍ଯ୍ୟନ୍ତ ସେମାନଙ୍କୁ ପଛେ ପଛେ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଣ୍ତା ଦ୍ୱାରା ହଣା ହୋଇ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।
17 କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହାତ୍ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା। 18 ଯାୟେଲ ଦେଖିଲେ ସୀଷରା ତାଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି। ତେଣୁ ସେ ବାହାରକୁ ଆସି ତାଙ୍କୁ ଦେଖା କଲେ। ଯାୟେଲ ସୀଷରାକୁ କହିଲେ, “ମହାଶୟ, ମୋର ତମ୍ବୁକୁ ଆସନ୍ତୁ, ଭୟ କରନ୍ତୁ ନାହିଁ।” ତେଣୁ ସେ ତମ୍ବୁ ଭିତରକୁ ଯିବା ମାତ୍ରେ ତାଙ୍କୁ ଯାୟେଲ ଏକ କମ୍ବଳ ଘୋଡ଼ାଇ ଦେଲେ।
19 ସୀଷରା ଯାୟେଲକୁ କହିଲେ, “ମୁଁ ଭାରି ତୃଷାର୍ତ୍ତ, ମୋତେ କିଛି ପାଣି ପିଇବାକୁ ଦିଅ।” ଯାୟେଲ ତାଙ୍କୁ ଏକ ଚମଡ଼ା ବୋତଲରେ କିଛି କ୍ଷୀର ପିଇବାକୁ ଦେଲେ ଓ ତା’ପରେ ତାକୁ କମ୍ବଳ ଘୋଡ଼ାଇ ଦେଲେ।
20 ତା’ପରେ ସୀଷରା ଯାୟେଲକୁ କହିଲା, “ଯାଅ, ତମ୍ବୁର ପ୍ରବେଶ ଦ୍ୱାରରେ ଠିଆ ହୁଅ। ଯଦି କେହି ଆସି ତୁମ୍ଭକୁ ପଗ୍ଭରନ୍ତି, ‘ଭିତରେ କେହି ଅଛନ୍ତି କି?’ ତୁମ୍ଭେ, କହିବା ଉଚିତ୍, ‘ନାଁ ଭିତରେ କେହି ନାହାନ୍ତି।’”
21 କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା’ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା।
22 ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା।
23 ସେହି ଦିନ, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଆଗରେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ।
15 ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, 16 “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ। 17 ଯିହୂଦା ଆମ୍ଭ ଦଳରେ ଥିଲା ଓ ଆମ୍ଭ ସହିତ ଏକତ୍ର ସେବା କାର୍ଯ୍ୟ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ଯିହୂଦା ସେମାନଙ୍କର ନେତା ହେବ।”
18 ଯିହୂଦାକୁ ଏହି ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆ ଯାଇଥିଲା। ସେଥିରେ ସେ ଗୋଟିଏ ଜମି କିମି ଦେଲା। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହୋଇ ପଡ଼ିଲା। ପରେ ତା’ର ପେଟ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା। 19 ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକଲ୍ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।”
20 ପିତର ପୁଣି କହିଲେ, “ଗୀତସଂହିତାରେ ଯିହୂଦା ସମ୍ପର୍କରେ ଲେଖା ଯାଇଅଛି:
‘ତା’ର ବାସଗୃହ ଜନ ଶୂନ୍ୟ ହେଉ,
ସେଠାରେ କୌଣସି ବ୍ୟକ୍ତି ବାସ ନ କରନ୍ତୁ।’ (A)
ଏବଂ ଆହୁରି ମଧ୍ୟ ଲେଖାଅଛି:
‘ତାହାଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟ ଅନ୍ୟ କେହି ବ୍ୟକ୍ତି କରନ୍ତୁ।’(B)
21-22 ତେଣୁ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହେବା ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦେବା ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତେବେଳେ ଆମ୍ଭମାନଙ୍କ ଭିତରେ ଯେତେ ଜଣ ଥିଲେ ସେମାନଙ୍କ ମଧ୍ୟରୁ ଆଉ ଜଣକୁ ହିଁ ବଛାଯିବ। ଅନ୍ୟଭାଷାରେ କହିବାକୁ ଗଲେ, ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ୟରୁ ଊର୍ଦ୍ଧ୍ୱକୁ ନିଆ ହୋଇଯିବା ପର୍ଯ୍ୟନ୍ତ ଏହି ଲୋକ ଜଣକ ଆମ୍ଭ ସଙ୍ଗରେ ରହିଥିବା ଉଚିତ୍।”
23 ଏଥିପାଇଁ ପ୍ରେରିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୋଷେଫ, ଯାହାଙ୍କୁ ବର୍ଶବ୍ବା ବୋଲି କୁହାଯାଉଥିଲା, ଏହାଙ୍କୁ ଯୂସ୍ତ ମଧ୍ୟ କୁହାଯାଉଥିଲା ଏବଂ ଅନ୍ୟ ଜଣେ ମଥିୟ। 24 ପୁଣି ପ୍ରେରିତମାନେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, “ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସେବା କାର୍ଯ୍ୟ ଓ ପ୍ରେରିତ ପଦ ଛାଡ଼ିଦେଇ ଯିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି। 25 ସେହି ପଦରେ ପ୍ରେରିତ ହେବା ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦେଖାଇଦିଅ।” 26 ତା’ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।
55 କିଛି ଦୂରରେ ଅନେକ ସ୍ତ୍ରୀଲୋକ ଏସବୁ ଦେଖୁଥିଲେ। ଏହି ସ୍ତ୍ରୀଲୋକମାନେ ଯୀଶୁଙ୍କ ଯତ୍ନ ନେବା ପାଇଁ ଗାଲିଲୀରୁ ତାହାଙ୍କ ସହିତ ଆସିଥିଲେ। 56 ସେମାନଙ୍କ ମଧ୍ୟରେ ମଗ୍ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ(ଯାକୁବ ଓ ଯୋହନ)ଙ୍କ ମା ଥିଲେ।
ଯୀଶୁଙ୍କୁ କବର ଦିଆଗଲା(A)
57 ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। 58 ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। 59 ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। 60 ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। 61 ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।
ଯୀଶୁଙ୍କ କବର ପାଖରେ ପହରା
62 ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। 63 ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନରୁତ୍ଥିତ ହେବି।’ 64 ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”
65 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” 66 ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।
2010 by World Bible Translation Center