Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:49-56

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 33:1-13

ପରମେଶ୍ୱରଙ୍କ ପ୍ରତିଜ୍ଞା

33 ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା। “ଯିଏ ଏହି ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ସେ ଏହାକୁ ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଛନ୍ତି। ସଦାପ୍ରଭୁ ତାଙ୍କର ନାମ। ସେହି ସଦାପ୍ରଭୁ ଏହା କହନ୍ତି। ‘ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷୟ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।’ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।

“‘ଯିରୁଶାଲମର ଲୋକମାନେ ବହୁ ଦୁଷ୍କର୍ମ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ପ୍ରଚଣ୍ଡ କୋପରେ ବିନାଶ କରିଅଛୁ ପୁଣି କ‌‌ଲ୍‌‌ଦୀୟମାନେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିବେ। ଆମ୍ଭର କ୍ରୋଧ ଯୋଗୁଁ ସେମାନଙ୍କ ଗୃହ ଶବରେ ପରିପୂର୍ଣ୍ଣ ହେବ।

“‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା। ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା। ତା’ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା’ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’

10 “ତୁମ୍ଭେମାନେ କହୁଅଛ, ‘ଏହି ସ୍ଥାନ ନରଶୂନ୍ୟ ଓ ପଶୁଶୂନ୍ୟ ହୋଇ ଏକ ଧ୍ୱଂସିତ ନଗର ହେବ।’ ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହେବ। 11 ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”

12 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ। 13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗର ସମୂହରେ, ନିମ୍ନଭୂମିର ନଗରମାନଙ୍କରେ, ଦକ୍ଷିଣଦିଗସ୍ଥ ସକଳ ନଗରରେ, ବିନ୍ୟାମୀନ ଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନଙ୍କରେ ଲୋକମାନେ ସେମାନଙ୍କର ମେଷପଲକୁ ଗଣନା କରିବେ।”

ମାଥିଉ ଲିଖିତ ସୁସମାଗ୍ଭର 19:16-22

ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା(A)

16 ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?”

17 ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।”

18 ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?”

ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’ 19 ନିଜ ପିତାମାତାଙ୍କୁ ସମ୍ମାନ ଦେବ [a] ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’ [b]’’

20 ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”

21 ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା’ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା’ପରେ ଆସ ଓ ମୋର ଅନୁସରଣ କର।”

22 ଯୁବକଟି ଏ କଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖରେ ରଖିବାକୁ ଗ୍ଭହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center