Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।
75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।
2 ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
3 ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
କିନ୍ତୁ ମୁଁ ତାକୁ ସ୍ଥିର କରିବି।
4-5 “କିଛି ଲୋକ ବହୁତ ଗର୍ବୀ,
ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।”’
6 କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
ପୃଥିବୀର କୌଣସି ଶକ୍ତି ନାହିଁ।
7 ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
9 ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”
ଜଣେ ଭବିଷ୍ୟଦ୍ବକ୍ତାଙ୍କ ବିଧବା ଇଲୀଶାୟଙ୍କୁ ସାହାଯ୍ୟ ଭିକ୍ଷା କରନ୍ତି
4 ଭବିଷ୍ୟଦ୍ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।”
2 ତହୁଁ ଇଲୀଶାୟ କହିଲେ, “ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ଏବେ କୁହ, ତୁମ୍ଭ ଘରେ କ’ଣ ଅଛି?”
ତହୁଁ ସ୍ତ୍ରୀଲୋକଟି କହିଲା, “ଏକ ତୈଳ ପାତ୍ର ଛଡ଼ା ମୋର ଘରେ ଆଉ କିଛି ନାହିଁ।”
3 ତା’ପରେ ଇଲୀଶାୟ କହିଲେ, “ଯାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡ଼ିକ ଧାର କରି ଆଣ। ସେମାନଙ୍କର ଅନେକ ଶୂନ୍ୟ ପାତ୍ର ଥିବ, ସେଗୁଡ଼ିକୁ ସବୁ ଆଣ। 4 ତା’ପରେ ତୁମ୍ଭ ଘରକୁ ଯାଇ ଦ୍ୱାର ବନ୍ଦ କର। କେବଳ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସେହି ଘରେ ରହିବ। ତା’ପରେ ସେହି ପାତ୍ରମାନଙ୍କରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।”
5 ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀଲୋକଟି ନିଜ ଘରକୁ ଆସି ଘରର ଦ୍ୱାର ବନ୍ଦ କଲା। ଘର ଭିତରେ ସେ ଓ ତା’ର ଦୁଇପୁତ୍ର ମାତ୍ର ରହିଲେ। ତା’ର ପୁତ୍ରମାନେ ପାତ୍ରଗୁଡ଼ିକୁ ଆଣିଲେ ଓ ସେ ସେଥିରେ ତୈଳ ଢାଳିଲେ। 6 ସେ ଅନେକ ପାତ୍ର ପୂର୍ଣ୍ଣ କଲା। ଶେଷରେ ତା’ର ପୁଅମାନଙ୍କୁ କହିଲା, “ମୋତେ ଆଉ ଗୋଟିଏ ପାତ୍ର ଦିଅ।”
ମାତ୍ର ପୁଅମାନଙ୍କ ମଧ୍ୟରୁ ଗୋଟିଏ ପୁଅ କହିଲା ସମସ୍ତ ପାତ୍ର ପୂର୍ଣ୍ଣ ହୋଇଅଛି, “ଆଉ କୌଣସି ପାତ୍ର ନାହିଁ।” ସେହି ସମୟରେ ସେ ପାତ୍ରରୁ ତୈଳ ବନ୍ଦ ହେଲା।
7 ତା’ପରେ ସ୍ତ୍ରୀଲୋକଟି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, “ଏବେ ଯାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶୋଧ କର ଓ ଅବଶିଷ୍ଟ ଅର୍ଥରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।”
ନିଜ ଶିଷ୍ୟମାନଙ୍କୁ ଯୀଶୁଙ୍କ ଚେତାବନୀ(A)
16 “ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ। 17 କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ। 18 ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ। 19 ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ। 20 ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।
21 “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। 22 ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ। 23 ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।
24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆଲ୍ଜିବୂଲ୍’ [a] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।
2010 by World Bible Translation Center