Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି। ସେଲା
8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
ଏକ ନିରାପଦ ସ୍ଥାନକୁ ପଳାୟନ କରନ୍ତି।
9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।
12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।
15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
ବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା
8 ଶୂହୀୟ ବିଲ୍ଦଦ୍ ଉତ୍ତର ଦେଇ କହିଲା,
2 “ତୁମ୍ଭେ କେତେକାଳ ଏହିପରି କଥା କହିବ?
ତୁମ୍ଭର କଥାସବୁ ପ୍ରବଳ ବାୟୁ ତୁଲ୍ୟ ଅଟେ।
3 ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି?
ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି?
4 ଯଦି ତୁମ୍ଭର ପୁତ୍ରକନ୍ୟାଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛନ୍ତି,
ସେଥିପାଇଁ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ପ୍ରଦାନ କରିଛନ୍ତି।
5 କିନ୍ତୁ ବର୍ତ୍ତମାନ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ଦେଖ
ଏବଂ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କର।
6 ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ଦୋଷ ତେବେ,
ସେ ନିଶ୍ଚିତ ଭାବରେ ତୁମ୍ଭକୁ ସାହାଯ୍ୟ କରିବେ ଏବଂ
ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
7 ତୁମ୍ଭର ପ୍ରଥମ ଅବସ୍ଥା ଯାହା ଥିଲା
ତାହାଠାରୁ ତୁମ୍ଭକୁ ସେ ଅଧିକ ଉନ୍ନତ କରିବେ।
8 “ପ୍ରାଚୀନ କାଳର ଲୋକମାନଙ୍କୁ ପଗ୍ଭର ଓ ସେମାନଙ୍କ ପୂର୍ବପୁରୁଷମାନେ
ସେମାନଙ୍କୁ ଯାହା ଶିକ୍ଷା ଦେଇଥିଲେ, ତାକୁ ମନୋଯୋଗ ଦେଇ ଶୁଣ।
9 ଯାହା ଦେଖାଯାଉଛି, ସତେ ଯେମିତି ଆମ୍ଭେ ଗତକାଲି ଜନ୍ମ ଗ୍ରହଣ କରିଛୁ।
ଆମ୍ଭେ କିଛି ଜାଣି ନାହୁଁ
ପୃଥିବୀରେ ଆମ୍ଭର ଦିନ ଛାୟା ପରି।
10 ସେହି ପୂର୍ବର ଲୋକମାନେ ତୁମ୍ଭକୁ ଶିକ୍ଷା ଦେବେ।
ସେମାନେ ଯାହା ଶିକ୍ଷା କରିଥିଲେ, ତୁମ୍ଭକୁ ତାହା ଶିକ୍ଷା ଦେବେ।
11 ବିଲ୍ଦଦ୍ ଉତ୍ତର ଦେଲା, “ଶୁଖିଲା ଭୂମିରେ କ’ଣ ନଳବଣ ବଢ଼ିପାରେ?
ଜଳବିନା କ’ଣ ସନ୍ତରା ବଢ଼ିପାରେ।
12 ଯଦି ଜଳ ଶୁଖିଯାଏ, ସେହିସବୁ ବୃକ୍ଷ ମଧ୍ୟ ଶୁଖିଯିବ,
ଏପରିକି ଯେତେବେଳେ ସେମାନେ ବଢ଼ୁଥିଲା ବେଳେ ଅନ୍ୟ କୌଣସି ବୃକ୍ଷ ପୂର୍ବରୁ ସେମାନେ ଶୁଖି ଯାଆନ୍ତି।
13 ଯେଉଁ ଲୋକମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି ସେମାନେ ସେହି ଘାସ ସଦୃଶ।
ପରମେଶ୍ୱରଙ୍କୁ ଭୁଲି ଯାଇଥିବା ଲୋକର କୌଣସି ଆଶା ନ ଥାଏ।
14 ସେ ଲୋକର ଆଉ ଯିବା ପାଇଁ କିଛି ନାହିଁ।
ତା'ର ସୁରକ୍ଷା ବୁଢ଼ିଆଣୀର ଜାଲପରି।
15 ସେ ଯଦି ତା’ ଉପରେ ଆଉଜି ପଡ଼େ,
ତାହା ଛିଣ୍ଡିଯିବ।
ସେ ତାକୁ ଧରି ରଖିଲେ
ଏହା ତାକୁ ଧରି ରଖି ପାରିବ ନାହିଁ।
16 ସେହି ବ୍ୟକ୍ତି ଏକ ଲତା ସଦୃଶ ଯିଏ ପ୍ରଚୁର ପାଣି ଓ ସୂର୍ଯ୍ୟ କିରଣରେ ବଢ଼େ।
ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନରେ ବ୍ୟାପି ଥାଏ।
17 ଏହା ତା'ର ଚେର ଦ୍ୱାରା
ଗଦାଏ ପଥରକୁ ଗୁଡ଼ାଇ ଦିଏ।
18 ଯଦି ସେହି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ୟୁତ କରାଯାଏ ଏହା ମରିଯିବ
ଏବଂ କେହି ଜାଣି ପାରିବେ ନାହିଁ।
ପୂର୍ବରୁ ଏପରି ଏକ ଲତା ଏଠାରେ ଥିଲା।
19 କିନ୍ତୁ ସେ ଗଛ ଖୁସୀ ଥିଲା।
ତାହା ଜାଗାରେ ଅନ୍ୟ ଏକ ଲତା ମାଡ଼ିବ।
20 ପରମେଶ୍ୱର ଅନ୍ୟାୟସବୁକୁ କେବେ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ
କି ଦୁଷ୍ଟ ଲୋକକୁ ସାହାଯ୍ୟ କରନ୍ତି ନାହିଁ।
21 ପରମେଶ୍ୱର ପୁଣି ତୁମ୍ଭ ମୁଖରେ ହସ ଫୁଟାଇବେ।
ତୁମ୍ଭ ଓଠରେ ଖୁସୀର ଶବ୍ଦ ଭରି ଦେବେ।
22 ତୁମ୍ଭର ଶତ୍ରୁମାନେ ଲଜ୍ଜାର ପୋଷାକ ପିନ୍ଧିବେ
ଓ ଦୁଷ୍ଟ ଲୋକର ଗୃହ ଗୁଡ଼ିକ ଧ୍ୱଂସ ହେବ।”
ବିବାହ ବିଷୟରେ
7 ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। 2 କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। 3 ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। 4 ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି। 5 ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। 6 ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। 7 ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା'ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
8 ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା'ହେଲେ ଭଲ। 9 କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା'ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।
2010 by World Bible Translation Center