Revised Common Lectionary (Semicontinuous)
ସଦାପ୍ରଭୁଙ୍କର ମୁକ୍ତିର ବାର୍ତ୍ତା
61 ସଦାପ୍ରଭୁଙ୍କର ସେବକ କୁହନ୍ତି, “ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ'ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦେବାକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଗ୍ଭର କରିବା ନିମନ୍ତେ ମୋତେ ପ୍ରେରଣ କରିଛନ୍ତି। 2 କେତେବେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ୱର ଦୁଷ୍ଟାଗ୍ଭରୀଙ୍କ ଉପରେ ପ୍ରତିଶୋଧ ନେବେ ଓ ଶୋକାର୍ତ୍ତମାନଙ୍କୁ ସାନ୍ତ୍ୱନା କରିବେ। ସେ ସବୁ ପ୍ରଗ୍ଭର କରିବାକୁ ପରମେଶ୍ୱର ମୋତେ ପ୍ରେରଣ କରିଛନ୍ତି। 3 ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’
4 “ସେମାନେ ପୁରାତନ ଧ୍ୱସ୍ତ ବିଧ୍ୱସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ବିନଷ୍ଟ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।
8 କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟ ବିଗ୍ଭରକୁ ଭଲ ପାଉ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ଚୁକ୍ତି କରିବା। 9 ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।”
ପରମେଶ୍ୱରଙ୍କ ସେବକ ପରିତ୍ରାଣ ଆଣିବେ
10 “ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି,
ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ;
କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ
ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ
ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି
ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।
11 କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ
ଓ ଉଦ୍ୟାନରେ ବୁଣା ଯାଇଥିବା ମଞ୍ଜି ଯେପରି ଅଙ୍କୁରିତ ହୋଇ ବଢ଼େ,
ସେହିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧ୍ୟରେ ଧର୍ମ
ଓ ପ୍ରଶଂସା ଅଙ୍କୁରିତ କରିବେ।”
ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।
126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
2 ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
ଅନ୍ୟ ଜାତିର ଲୋକମାନେ କହିଲେ,
“ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
3 ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
ତହିଁରେ ଆମ୍ଭେମାନେ ଖୁସୀ ଅଟୁ।
4 ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
5 ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
6 ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା'ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
16 ସଦାସର୍ବଦା ଆନନ୍ଦିତ ରୁହ। 17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। 18 ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଥାଅ। ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ପାଇଁ ଏହା ଗ୍ଭହାନ୍ତି।
19 କଦାପି ପବିତ୍ରଆତ୍ମାର କାର୍ଯ୍ୟ ବନ୍ଦ କର ନାହିଁ। 20 ଭବିଷ୍ୟଦ୍ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନେକର ନାହିଁ। 21 କିନ୍ତୁ ପ୍ରତ୍ୟେକ କଥାର ସତ୍ୟାସତ୍ୟ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ। 22 ସମସ୍ତ ପ୍ରକାରର ମନ୍ଦଠାରୁ ଦୂରରେ ରୁହ।
23 ପରମେଶ୍ୱରଙ୍କଠାରେ ଆମ୍ଭେ ପ୍ରାର୍ଥନା କରୁ ଯେ, ସେହି ଶାନ୍ତିର ପରମେଶ୍ୱର ତୁମ୍ଭମାନଙ୍କୁ ପବିତ୍ର କରନ୍ତୁ ଓ ପୂର୍ଣ୍ଣଭାବରେ ତାହାଙ୍କ ନିଜର କରି ନିଅନ୍ତୁ। ଆମ୍ଭେ ପ୍ରାର୍ଥନା କରୁ ଯେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲା ବେଳେ ତୁମ୍ଭମାନଙ୍କର ସମ୍ପୂର୍ଣ୍ଣ ଅସ୍ତିତ୍ୱ-ଅର୍ଥାତ୍ ଆତ୍ମା, ପ୍ରାଣ ଓ ଶରୀର-ମନ୍ଦରହିତ ହୋଇ ସୁରକ୍ଷିତ ରହୁ। 24 ଯେଉଁ ପରମେଶ୍ୱର ତୁମ୍ଭମାନଙ୍କୁ ଡାକିଛନ୍ତି, ତୁମ୍ଭେମାନେ ତାହାଙ୍କ ଉପରେ ଭରସା ରଖ। ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି, ସେ ସବୁକିଛି କରିବେ।
6 ଯୋହନ[a] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। 7 ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ଯେପରି ସମସ୍ତଲୋକ ଆଲୋକ ବିଷୟରେ ଶୁଣିପାରିବେ ଓ ବିଶ୍ୱାସ କରିବେ, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 8 ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ ସାକ୍ଷୀ ହୋଇ କହିବା ପାଇଁ ଆସିଥିଲେ।
ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି
(ମାଥିଉ 3:1-12; ମାର୍କ 1:1-8; ଲୂକ 3:1-9,15-17)
19 “ଆପଣ କିଏ?” ଏହା ଯୋହନଙ୍କୁ ପଗ୍ଭରିବା ପାଇଁ ଯିରୁଶାଲମରୁ ଯିହୂଦୀ ନେତାମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେ ସେମାନଙ୍କୁ ସତ କଥା କହିଲେ। 20 ଯୋହନ ବିନା ଦ୍ବିଧାରେ କହିଲେ। ଯୋହନ ମୁକ୍ତ ଓ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”
21 ସେଥିରେ ସେମାନେ ଯୋହନଙ୍କୁ ପଗ୍ଭରିଲେ, “ତାହାହେଲେ ଆପଣ କିଏ? ଆପଣ କ'ଣ ଏଲିୟ?”[a]
ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”
ପୁଣି ସେମାନେ ପଗ୍ଭରିଲେ, “ଆପଣ କ'ଣ ସେହି ଭବିଷ୍ୟଦ୍ବକ୍ତା?”[b]
ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟଦ୍ବକ୍ତା ନୁହେଁ।”
22 ସେଥିରେ ସେମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କୁହନ୍ତି, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅନ୍ତୁ। ଆପଣ ନିଜ ବିଷୟରେ କ'ଣ କହୁଛନ୍ତି?”
23 ଯୋହନ ସେମାନଙ୍କୁ ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟକୁ ବ୍ୟବହାର କରି କହିଲେ:
“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(A)
24 ଫାରୂଶୀମାନେ ଯୋହନଙ୍କୁ ପଚାରିବା ପାଇଁ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ଆପଣ କହୁଛନ୍ତି ଯେ ଆପଣ ଖ୍ରୀଷ୍ଟ ନୁହଁନ୍ତି। ଆପଣ କହୁଛନ୍ତି ଯେ ଆପଣ ଏଲୀୟ ନୁହଁନ୍ତି କିମ୍ବା ସେହି ଭବିଷ୍ୟଦ୍ବକ୍ତା ନୁହଁନ୍ତି, ତେବେ ଆପଣ କାହିଁକି ଲୋକମାନଙ୍କୁ ବାପ୍ତିସ୍ମ[c] ଦେଉଛନ୍ତି?”
26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେବା ପାଇଁ ଅଧିକାର ପାଇଅଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ଦାସ ଭାବେ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମଧ୍ୟ ଯୋଗ୍ୟ ନୁହେଁ।”
28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଥିବା ବେଥାନୀଆ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।
2010 by World Bible Translation Center