Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 17:1-7

17 ଇସ୍ରାଏଲର ସମସ୍ତ ସମାଜ ଏକତ୍ରିତ ହୋଇ ସୀନୟ ମରୁଭୂମିରୁ ଯାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସେମାନେ ରଫୀଦୀମରେ ଛାଉଣି ସ୍ଥାପନ କଲେ ଏବଂ ସେଠାରେ ଲୋକମାନଙ୍କ ପାଇଁ ପିଇବା ପାଣି ନ ଥିଲା। ତେଣୁ ଲୋକମାନେ ମୋଶାଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ। “ଆମ୍ଭକୁ ପିଇବାକୁ ପାଣି ଦିଅ।”

ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ କାହିଁକି କଳି କରୁଛ? ତୁମ୍ଭେମାନେ ସଦାପ୍ରଭୁଙ୍କୁ କାହିଁକି ପରୀକ୍ଷା କରୁଛ?”

କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୃଷାର୍ତ୍ତ ଥିଲେ। ତେଣୁ ସେମାନେ ମୋଶାଙ୍କୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ’ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠାରେ ମରିବା ପାଇଁ?”

ତେଣୁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, “ମୁଁ ଏହି ଲୋକମାନଙ୍କ ପାଇଁ କ’ଣ କରିବି? ସେମାନେ ମୋତେ ପଥର ମାରି ହତ୍ୟା କରିବାକୁ ପ୍ରସ୍ତୁତ।”

ସଦାପ୍ରଭୁ, ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯାଅ। କେତେକ ଇସ୍ରାଏଲୀୟ ପ୍ରାଚୀନବର୍ଗଙ୍କୁ ତୁମ୍ଭ ସହିତ ନିଅ। ତୁମ୍ଭର ଆଶାବାଡ଼ି ମଧ୍ୟ ତୁମ୍ଭ ସହିତ ନିଅ। ସେହି ଆଶାବାଡ଼ି ନିଅ ଯେଉଁଥିରେ ତୁମ୍ଭେ ନୀଳନଦୀକୁ ଆଘାତ କରିଥିଲ। ମୁଁ ତୁମ୍ଭ ସମ୍ମୁଖରେ ହୋରେବରେ ସେହି ଶୈଳ ଉପରେ ଠିଆ ହେବି। ସେହି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରି ପାରିବେ।”

ଇସ୍ରାଏଲର ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋଶା ସେହିପରି କଲେ। ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?

ଗୀତସଂହିତା 78:1-4

ଅଫସର ମସ୍କୀଲ୍।

78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
    ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
    ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
    ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
    ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
    ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।

ଗୀତସଂହିତା 78:12-16

12 ପରମେଶ୍ୱର ତାଙ୍କର ମହାନଶକ୍ତି ସିୟୋନ
    ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖାଇଥିଲେ।
13 ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ
    ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ।
14 ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ୱର ମେଘଦ୍ୱାରା
    ଓ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇଲେ।
15 ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ
    ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
16 ପରମେଶ୍ୱର ଶୈଳରୁ ଝର ବାହାର କରାଇଲେ
    ଏବଂ ଏହାର ଜଳ ନଦୀପରି ବୋହିଲା।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:1-13

ଏକତାବଦ୍ଧ ହୋଇ ପରସ୍ପରର ଯତ୍ନ ନିଅ

ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ କୌଣସି କାର୍ଯ୍ୟ କରିବାକୁ ମୁଁ ତୁମ୍ଭକୁ କହିପାରେ କି? ତୁମ୍ଭେ ମୋତେ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଦେଇପାର କି? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତାରେ ଅଛୁ କି? ତୁମ୍ଭଠାରେ କରୁଣା ଓ ଦୟା ଅଛି କି? ଯଦି ଏଗୁଡ଼ିକ ତୁମ୍ଭଠାରେ ଅଛି, ତା'ହେଲେ ମୋ’ ପାଇଁ କିଛି କର ବୋଲି ମୁଁ ଗ୍ଭହେଁ, ଏହା ମୋତେ ଅତ୍ୟନ୍ତ ଆନନ୍ଦିତ କରିବ। ମୁଁ ଗ୍ଭହେଁ ଯେ ତୁମ୍ଭେମାନେ ଏକମନା ହୋଇ ସମ ବିଷୟରେ ବିଶ୍ୱାସ ଦ୍ୱାରା ସଂଯୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ରେମଭାବ ରଖ ଏବଂ ଏକ ଆତ୍ମାରେ ଏବଂ ସମ ଉଦ୍ଦେଶ୍ୟରେ ଏକତ୍ର ବାସ କର। ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ। କେବଳ ନିଜ ଜୀବନ ବିଷୟରେ ଆଗ୍ରହୀ ନ ହୋଇ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟରେ ମଧ୍ୟ ଆଗ୍ରହୀ ହୁଅ।

ଯୀଶୁ ଖ୍ରୀଷ୍ଟଙ୍କଠାରୁ ନିସ୍ୱାର୍ଥପର ହେବା ଶିଖ

ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ୱରଙ୍କ ସାଦୃଶ୍ୟ ଥିଲେ।
    ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ।
    ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।
ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ,
    ସେ ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଆଜ୍ଞକାରୀ ହୋଇ ନିଜକୁ ନମ୍ର କଲେ।
    ଏପରିକି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ବାଧ୍ୟ ଓ ନମ୍ର କଲେ।
ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ।
    ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ
    ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।
11 ଅତଏବ ପ୍ରତ୍ୟେକ ଲୋକ, “ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ” ଏହା ସ୍ୱୀକାର କରିବେ।
    ଏହା ସେମାନେ କହିବା ଦ୍ୱାରା ପିତା ପରମେଶ୍ୱରଙ୍କର ଗୌରବ ହେବ।

ପରମେଶ୍ୱରଙ୍କ ଇଚ୍ଛାନୁରୂପ ହୁଅ

12 ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। 13 ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।

ମାଥିଉ ଲିଖିତ ସୁସମାଗ୍ଭର 21:23-32

ଯିହୂଦୀ ନେତାମାନେ ଯୀଶୁଙ୍କ ଅଧିକାରକୁ ସନ୍ଦେହ କଲେ

(ମାର୍କ 11:27-33; ଲୂକ 20:1-8)

23 ଯୀଶୁ ମନ୍ଦିର ପରିସରକୁ ଗଲେ। ସେଠାରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନଯାଜକ ଓ ଲୋକମାନଙ୍କର ପ୍ରାଚୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାରରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”

24 ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ତୁମ୍ଭେମାନେ ଯଦି ମୋ’ ପ୍ରଶ୍ନର ଉତ୍ତର ଦେଇ ପାରିବ, ତେବେ ମୁଁ କହିବି ଯେ ଏଭଳି କାମ କରିବାକୁ ମୋର କେଉଁ ଅଧିକାର ରହିଛି। 25 କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?” ପରମେଶ୍ୱରଙ୍କ ପାଖରୁ ନା ମଣିଷ ପାଖରୁ?”

ମୁଖ୍ୟ ଯାଜକ ଓ ପ୍ରାଚୀନ ନେତାମାନେ ଯୀଶୁଙ୍କ ପ୍ରଶ୍ନ ବିଷୟରେ ଆଲୋଚନା କଲେ।” ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, ‘ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା,’ ତେବେ ଯୀଶୁ ପଗ୍ଭରିବେ, ‘ତେବେ ଯୋହନଙ୍କୁ ତୁମ୍ଭେମାନେ କାହିଁକି ବିଶ୍ୱାସ କଲ ନାହିଁ?’ 26 କିନ୍ତୁ ଆମ୍ଭେ ଯଦି କହିବା, ‘ଏହା ମନୁଷ୍ୟ ପାଖରୁ ଆସିଛି,’ ତେବେ ଏଠାରେ ଜମା ହୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭେମାନେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସେମାନେ ସମସ୍ତେ ଯୋହନଙ୍କୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ରୂପେ ବିଶ୍ୱାସ କରନ୍ତି।”

27 ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା, ଆମ୍ଭେ ତାହା ଜାଣି ନାହୁଁ।”

ଯୀଶୁ କହିଲେ, “ତେବେ କେଉଁ ଅଧିକାରରେ ମୁଁ ଏସମସ୍ତ କାର୍ଯ୍ୟ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।

ଯୀଶୁ ଦୁଇ ପୁଅର କାହାଣୀ କହିଲେ

28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’

29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।

30 “ତା'ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ।

31 “ତେବେ କୁହ, ‘କେଉଁ ପୁଅ ତା'ର ବାପାଙ୍କ ବାଧ୍ୟ ହେଲା?”

ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’

ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” 32 ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center