Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 13

ଦାଉଦଙ୍କର ଗୀତ

13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
    ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
    କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?

ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
    ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
    ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।

ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
    ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
    କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।

ଆଦିପୁସ୍ତକ 26:23-25

23 ସେହି ସ୍ଥାନରୁ ଇ‌ସ୍‌ହାକ ‌ବେ‌ର୍‌ଶେବାକୁ ଗଲେ। 24 ସେହି ରାତ୍ରିରେ ସଦାପ୍ରଭୁ ଇ‌ସ୍‌ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।” 25 ତେଣୁ ଇ‌ସ୍‌ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇ‌ସ୍‌ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ।

ଲୂକ ଲିଖିତ ସୁସମାଗ୍ଭର 17:1-4

ପାପ କର ନାହିଁ ଏବଂ କ୍ଷମା ଦେବା ପାଇଁ ପ୍ରସ୍ତୁତ ହୁଅ

(ମାଥିଉ 18:6-7,21-22; ମାର୍କ 9:42)

17 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ। ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ। ତେଣୁ ସାବଧାନ ରୁହ।

“ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ। ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center