Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
22 “ଆୟୁବ, ତୁମ୍ଭେ କେବେ ମୋର ଭଣ୍ଡାର ଘରକୁ ଯାଇଛ କି,
ଯେଉଁଠାରେ କି ମୁଁ ବରଫ ଏବଂ କୁଆପଥର ରଖିଛି?
23 ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ,
କଷ୍ଟ ସମୟ ପାଇଁ ଯୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚୟ କରିଛି।
24 ତୁମ୍ଭେ ସେହି ସ୍ଥାନକୁ ଯାଇଛ କି ଯେଉଁଠାରୁ ସୂର୍ଯ୍ୟ ଉଦୟ ହୁଏ
ଏବଂ ଯେଉଁଠାରୁ ପୂର୍ବବାୟୁ ସାରା ପୃଥିବୀରେ[a] ଗ୍ଭରିଆଡ଼େ ବିଚ୍ଛୁରିତ ହୋଇଯାଏ?
25 ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶରେ ଖାଲ ଖୋଳି ରଖିଛି?
କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି?
26 କିଏ ବର୍ଷା ତିଆରି କରନ୍ତି ଏପରି ଜାଗାରେ
ଯେଉଁଠାରେ କେହି ମନୁଷ୍ୟ ରହନ୍ତି ନାହିଁ?
27 ସେହି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ।
ଘାସ ଉଠିବାକୁ ଆରମ୍ଭ କରେ।
28 ବର୍ଷାର କ’ଣ ପିତା ଅଛି?
କିଏ କାକର ବୁନ୍ଦା ତିଆରି କରେ?
29 ବରଫର କ’ଣ ମାତା ଅଛି?
କିଏ କୁଆପଥରର ଜନ୍ମଦାତା ଅଟେ?
30 ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ।
ଏପରିକି ସମୁଦ୍ର ଜଳ ମଧ୍ୟ ଜମାଟ ବାନ୍ଧି ଯାଏ।
31 “ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି?
ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି?
32 ତୁମ୍ଭେ କ’ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ?
ତୁମ୍ଭେ କ’ଣ ଭାଲୁକୁ ତା'ର ଛୁଆମାନଙ୍କ ସହିତ କଢ଼େଇ ନେବ?
33 ତୁମ୍ଭେ ଆକାଶ ମଣ୍ଡଳର ନିୟମସବୁ ଜାଣ କି?
ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି?
34 “ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦେଇ ପାରିବ,
ସେମାନେ ବର୍ଷାରେ ତୁମ୍ଭକୁ ଘୋଡ଼ାଇ ପାରିବେ?
35 ତୁମ୍ଭେ ବିଜୁଳି କି ଡାକି ପାରିବ କି?
ସେ ତୁମ୍ଭ ନିକଟକୁ ଆସି କହିବ କି?
‘ଆମ୍ଭେ ଏଠାରେ ଅଛୁ;
ମହାଶୟ, ଆପଣ କ’ଣ ଗ୍ଭହାନ୍ତି।’
ଏହା କ’ଣ ତୁମ୍ଭେ ଯେଉଁଠାକୁ ଯିବ ତୁମ୍ଭ ସାଥୀରେ ଯାଇପାରିବ କି?
36 “ଆୟୁବ, କିଏ ମଣିଷକୁ ବୁଦ୍ଧିମାନ କରେ?
କିଏ ତାଙ୍କ ଭିତରେ ଜ୍ଞାନ ଭର୍ତ୍ତୀ କରେ?
37 ଏପରି କିଏ ବୁଦ୍ଧିମାନ ଅଛି, ଯିଏ ମେଘକୁ ଗଣିପାରେ
ଏବଂ କିଏ ତାଙ୍କୁ ବକ୍ସିସ୍ ଦେଇ ତାଙ୍କ ବୃଷ୍ଟି ଢାଳି ଦେବ?
38 ତେଣୁ ଧୂଳି ରାସ୍ତା କାଦୁଅରେ ପରିଣତ ହୁଏ
ଏବଂ ମାଟିମୁଣ୍ଡା ଲାଗିଯାଆନ୍ତି।
ପବିତ୍ରଆତ୍ମାଙ୍କର ପ୍ରତିଜ୍ଞା
15 “ମୋତେ ଯଦି ତୁମ୍ଭେ ପ୍ରେମ କର, ତେବେ ମୋର ଆଜ୍ଞା ଅନୁସାରେ ତୁମ୍ଭେ କାମ କରିବ। 16 ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ। 17 ସେହି ସାହାଯ୍ୟକାରୀ ଜଣକ ସତ୍ୟମୟ ଆତ୍ମା। ଏ ଜଗତ ତାହାଙ୍କୁ ଗ୍ରହଣ କରି ପାରିବ ନାହିଁ। ଯେହେତୁ ଜଗତ ତାହାଙ୍କୁ ଦେଖୁ ନାହିଁ ବା ଜାଣି ନାହିଁ। କିନ୍ତୁ ତୁମ୍ଭେ ତାହାଙ୍କୁ ଜାଣିଛ। ସେ ତୁମ୍ଭ ସହିତ ରହନ୍ତି ଓ ତୁମ୍ଭ ହୃଦୟରେ ବାସ କରିବେ।
2010 by World Bible Translation Center