Revised Common Lectionary (Semicontinuous)
2 କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି?
କାହିଁକି ସେମାନେ ମନ୍ଦ ଯୋଜନା କରନ୍ତି?
2 ସେମାନଙ୍କ ରାଜା ଓ ନେତାମାନେ ଏକତ୍ରିତ ହୋଇ,
ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ୱାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି।
3 ସେହି ନେତାମାନେ କୁହନ୍ତି,
“ଆସ ଆମ୍ଭେ ପରମେଶ୍ୱର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା।
ଆସ ସେମାନଙ୍କଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହୋଇଯିବା।”
4 କିନ୍ତୁ ମୋର ପ୍ରଭୁ ଯିଏକି ‘ସ୍ୱର୍ଗର ରାଜା’
ସେମାନଙ୍କ ଏପରି କଥାକୁ ପରିହାସ କରିବେ।
5-6 କିନ୍ତୁ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତି
ଏବଂ କୁହନ୍ତି, “ମୁଁ ଏହି ବ୍ୟକ୍ତିକୁ ରାଜା ହେବାକୁ ପସନ୍ଦ କରିଛି
ଏବଂ ସେ ସିୟୋନ ପର୍ବତରେ ଶାସନ କରିବ।
ସିୟୋନ ହେଉଛି ମୋର ପବିତ୍ର ପର୍ବତ।”
ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ନେତାମାନଙ୍କୁ ସ୍ଥାପନ କରିଅଛି।
7 ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି।
ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି
ଓ ତୁମ୍ଭେ ମୋର ପୁତ୍ର ହେଲ।
8 ଯଦି ତୁମ୍ଭେ ମୋତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ୟ ଦାନ କରିବି।
ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହେବେ।
9 ତୁମ୍ଭେ ସେହି ରାଜ୍ୟସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି
ଧ୍ୱଂସ କରିଦେଇ ପାରିବ।”
10 ଏଣୁ ହେ ରାଜାଗଣ, ତୁମ୍ଭେ ବୁଦ୍ଧିମାନ ହୁଅ।
ହେ ଶାସକଗଣ, ଏହି କଥାକୁ ଶିକ୍ଷା କର।
11 ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ।
12 ଦେଖାଇଦିଅ ଯେ ତୁମ୍ଭେମାନେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ[a] ଅଟ
ତା’ ନ ହେଲେ ସେ କ୍ରୋଧିତ ହେବେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ।
ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ୱାସୀ ସେମାନେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି।
କିନ୍ତୁ ଅନ୍ୟମାନେ ସାବଧାନ ହେବା ଉଚିତ୍ କାରଣ ସଦାପ୍ରଭୁଙ୍କ କ୍ରୋଧର ଶିକାର ସେମାନେ ଯେକୌଣସି ସମୟରେ ଧନ୍ୟ।
ଭଗ୍ନ ପାତ୍ର
19 ସଦାପ୍ରଭୁ ମୋତେ କହିଲେ, “ଯାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।” 2 ଆଉ ଲୋକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସେମାନଙ୍କୁ ନେଇ ହାର୍ଶିତ୍ ଫାଟକ ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିଯାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସେହି ସ୍ଥାନରେ ପ୍ରଗ୍ଭର କର। 3 ଆଉ କୁହ, ‘ହେ ଯିହୁଦାର ରାଜାଗଣ ଓ ଯିରୁଶାଲମ ନିବାସୀମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ଯିଏ ଶୁଣିବ ସେ ଭୟରେ ଶିହରି ଉଠିବ। 4 କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ୟାଗ କରିଛନ୍ତି। ସେମାନେ ଏହି ସ୍ଥାନକୁ ପରଦେଶୀୟ ଦେବଗଣରେ ପରିପୂର୍ଣ୍ଣ କରିଛନ୍ତି। ସେମାନେ ପୂର୍ବରୁ ପୂଜା କରୁ ନ ଥିବା ଦେବଗଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସେମାନଙ୍କର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦେବଗଣଙ୍କୁ ଜାଣି ନ ଥିଲେ ସେହିମାନଙ୍କୁ ସେମାନେ ଅନୁସରଣ କରୁଛନ୍ତି। ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି। 5 ଯିହୁଦାର ରାଜାଗଣ ବାଲ୍ଦେବ ଉଦ୍ଦେଶ୍ୟରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସେମାନେ ନିଜର ସନ୍ତାନଗଣଙ୍କୁ ବାଲ୍ଦେବ ଉଦ୍ଦେଶ୍ୟରେ ହୋମବଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସେମାନଙ୍କୁ ଏହା କହିବାକୁ ଆଦେଶ କରି ନାହୁଁ କି କହି ନାହୁଁ ଓ ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ। 6 ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ, ଏପରି ସମୟ ଆସୁଅଛି। 7 ପୁଣି ସେହି ସ୍ଥାନରେ ଆମ୍ଭେ ଯିହୁଦାର ଓ ଯିରୁଶାଲମର ସମସ୍ତ ସାଜସଜ୍ଜା ବ୍ୟର୍ଥ କରିବା। ତା'ପରେ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କର ଖଡ଼୍ଗରେ ଧ୍ୱଂସ ହେବାକୁ ଆମ୍ଭେ ଦେବା। ଆମ୍ଭେ ସେମାନଙ୍କର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦେବା। 8 ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା। ଯେତେବେଳେ ଲୋକମାନେ ଯିରୁଶାଲମ ଦେଇ ଯିବେ, ସେମାନେ ଯାହା ଦେଖିବେ ସେଥିରେ ଆଘାତ ପାଇବେ। ଯେତେବେଳେ ସେମାନେ ଧ୍ୱସ୍ତ ନଗରୀକୁ ଦେଖିବେ, ସେମାନେ ଆତଙ୍କିତ ହେବେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ଶୀସ୍ ଶବ୍ଦ କରିବେ। 9 ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’
10 “ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସେମାନେ ଲକ୍ଷ୍ୟ କଲାବେଳେ ସେମାନଙ୍କର ସାକ୍ଷାତରେ ଏହି ପାତ୍ରକୁ ଭାଙ୍ଗିବ। 11 ସେହି ସମୟରେ ସେମାନଙ୍କୁ କହିବ, ‘ସୈନ୍ୟାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କେହି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ଯୋଡ଼ା ହୁଏ ନାହିଁ। ସେହିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସେମାନେ ସମସ୍ତେ ତୋଫତ୍ରେ କବର ନେବେ।’ 12 ସଦାପ୍ରଭୁ କହନ୍ତି ‘ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ଯ୍ୟ କରିବା। ଆମ୍ଭେ ଏହି ନଗରକୁ ତୋଫତ୍ ତୁଲ୍ୟ କରିବା। 13 ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି[a] ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”
14 ତା'ପରେ ଯିରିମିୟ ତୋଫତ୍ର ସେହି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଏହା କହିଥିଲେ। 15 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସେମାନଙ୍କ ପ୍ରତି ଘଟାଇବା କାରଣ ସେମାନେ ମୋର ବାକ୍ୟ ନ ମାନି ଅବାଧ୍ୟ ହୋଇଅଛନ୍ତି।’”
ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ
6 ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ। 7 ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର। 8 ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ। 9 ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍। 10 ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।
11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।
13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟଦ୍ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା'ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ।
2010 by World Bible Translation Center