Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 125

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ମଲାଖି ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:16-4:6

16 ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସେମାନଙ୍କ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସେହିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସେହି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।

17 ସଦାପ୍ରଭୁ କହିଲେ, “ସେମାନେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ଯ୍ୟ କରିବାକୁ ସ୍ଥିର କରିଥାଏ ନ୍ୟାୟ ଦେବା ପାଇଁ। ମୁଁ ମୋ’ ଅନ୍ୱେଷଣକାରୀମାନଙ୍କୁ ସ୍ନେହ କରିବି ଯେପରି ଜଣେ ବାପା ତା'ର ଆଜ୍ଞାଧୀନ ପୁତ୍ରକୁ ସ୍ନେହ କରେ। 18 ତେଣୁ ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସିବ ଏବଂ ତୁମ୍ଭେମାନେ ଉତ୍ତମ ବ୍ୟକ୍ତି ଓ ମନ୍ଦ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣି ପାରିବ। ପରମେଶ୍ୱରଙ୍କ ଅନୁସରଣକାରୀ ଓ ପରମେଶ୍ୱରଙ୍କ ଅନୁସରଣ କରୁ ନ ଥିବା ବ୍ୟକ୍ତିମାନଙ୍କୁ ତୁମ୍ଭେମାନେ ବାରି ପାରିବ।

“ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।

“ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦୟକାଳୀନ ସୂର୍ଯ୍ୟର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପରେ ଝ‌କ୍‌ମକ୍ କରିବ। ଏହା ସୂର୍ଯ୍ୟକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭେମାନେ ବାଛୁରି ସଦୃଶ ଗୁହାଳରୁ ବାହାରି ସ୍ୱାଧୀନ ଓ ସୁଖୀ ହେବ। ତା'ପରେ ତୁମ୍ଭେମାନେ ସେହି ଦୁଷ୍ଟାଗ୍ଭରୀଙ୍କ ଉପରେ ବିଚରଣ କରିବ। ସେମାନେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହେବେ। ଏହିସବୁ ସେହି ଦିନ ଘଟିବ ଯେଉଁ ଦିନ ଆମ୍ଭେ ସୃଷ୍ଟି କରିଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।

“ମୋଶାଙ୍କର ବ୍ୟବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହୋରେବ ପର୍ବତରେ ଏହି ବ୍ୟବସ୍ଥା ଓ ନିୟମମାନ ତାଙ୍କୁ ଦେଇଥିଲୁ। ସେହି ବ୍ୟବସ୍ଥା ଇସ୍ରାଏଲର ସମସ୍ତ ଲୋକଙ୍କ ପାଇଁ ଥିଲା।”

ସଦାପ୍ରଭୁ କହିଲେ, “ଦେଖ, ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ। ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସେମାନଙ୍କର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ୱର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ୱଂସ କରିବା।”

ମାର୍କ ଲିଖିତ ସୁସମାଗ୍ଭର 9:9-13

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁ‌ତ୍‌ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା'ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।

10 ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବାର ଅର୍ଥ କ’ଣ? 11 ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?”

12 ଯୀଶୁ ସେମାନଙ୍କୁ କହିଲେ, “ହଁ, ସେମାନେ ଠିକ୍ କହୁଛନ୍ତି। ସବୁ ବିଷୟ ସୁବ୍ୟବସ୍ଥିତ କରିବାକୁ ନିଶ୍ଚୟ ଏଲିୟ ହିଁ ପ୍ରଥମେ ଆସିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କ ସମ୍ବନ୍ଧରେ ଶାସ୍ତ୍ରରେ କାହିଁକି ଲେଖା ଅଛି ଯେ, ସେ ବହୁତ ଯାତନା ଭୋଗ କରିବେ ଓ ଲୋକେ ତାହାଙ୍କ ସହିତ ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାର କରିବେ। 13 ମୁଁ ତୁମ୍ଭକୁ କହୁଛି ଯେ ଏଲିୟ ଏବେ ଆସି ସାରିଛନ୍ତି, ଏବଂ ଲୋକମାନେ ଯାହା ଗ୍ଭହିଁଛନ୍ତି ତାହାଙ୍କ ପ୍ରତି ସେଭଳି ଖରାପ ବ୍ୟବହାର କରିଛନ୍ତି। ତାହାଙ୍କ ପ୍ରତି ଏଭଳି ବ୍ୟବହାର କରାଯିବ ବୋଲି ଶାସ୍ତ୍ରରେ ଲେଖା ଅଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center