Revised Common Lectionary (Semicontinuous)
ଅଫସର ମସ୍କୀଲ୍।
78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
2 ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
3 ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
4 ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।
5 ସଦାପ୍ରଭୁ ଯାକୁବ ସହିତ ଏକ ଚୁକ୍ତି କଲେ।
ପରମେଶ୍ୱର ଇସ୍ରାଏଲକୁ ବ୍ୟବସ୍ଥା ପ୍ରଦାନ କଲେ।
ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ଆଜ୍ଞା ଦେଲେ,
ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦେବା ସମ୍ବନ୍ଧେ।
6 ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ।
ତା'ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ।
7 ତେଣୁ ସମସ୍ତ ଲୋକ ପରମେଶ୍ୱରଙ୍କର ଆଜ୍ଞା ମାନିବେ।
ସେମାନେ କଦାପି ଭୁଲିବେ ନାହିଁ ଯେ ପରମେଶ୍ୱର କ’ଣ କରିଥିଲେ।
ସେମାନେ ଯତ୍ନ ସହକାରେ ପରମେଶ୍ୱରଙ୍କ ଆଜ୍ଞାସବୁ ପାଳନ କରିବେ।
10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। 11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। 12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।
ସାତ ଜଣ ସ୍ୱର୍ଗ ଦୂତଙ୍କର ତୂରୀନାଦ
6 ତା'ପରେ ସାତ ଜଣ ସ୍ୱର୍ଗଦୂତ ସାତୋଟି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।
7 ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।
8 ଦ୍ୱିତୀୟ ସ୍ୱର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ୱଳନ୍ତ ପର୍ବତ ପରି ଦିଶୁଥିବା ଏକ ବସ୍ତୁ ସମୁଦ୍ରରେ ପଡ଼ିଲା। ଏହା ଦ୍ୱାରା ସମୁଦ୍ରର ଏକ ତୃତୀୟାଂଶ ଜଳ ରକ୍ତରେ ପୂର୍ଣ୍ଣ ହୋଇଗଲା। 9 ସମୁଦ୍ରରେ ଥିବା ଏକ ତୃତୀୟାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀୟାଂଶ ଜାହାଜ ନଷ୍ଟ ହୋଇଗଲା।
10 ଯେତେବେଳେ ତୃତୀୟ ସ୍ୱର୍ଗଦୂତ ତୂରୀ ବଜାଇଲେ, ସେତେବେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥାରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀୟାଂଶ ନଦୀ ଓ ଏକ ତୃତୀୟାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା। 11 ସେହି ତାରାର ନାମ ‘ନାଗଦଅଣା’ ଥିଲା। ଏହା ଦ୍ୱାରା ପୃଥିବୀର ଏକ ତୃତୀୟାଂଶ ଜଳଭାଗ ପିତା ହୋଇଗଲା। ଏହି ପିତା ଜଳ ପାନକରି ଅନେକ ଲୋକ ମୃତ୍ୟୁବରଣ କଲେ।
12 ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।
13 ମୁଁ ସେତେବେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜୋର୍ରେ କହିଲା, “ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଳେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।”
ପ୍ରଥମ ତୂରୀର ଆରମ୍ଭ ପ୍ରଥମ ଆତଙ୍କ
9 ଏହା ପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତେବେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସେହି ତାରାକୁ ପାତାଳ ଅତଳ ଗହ୍ୱରର ପ୍ରବେଶ ଦ୍ୱାରର ଗ୍ଭବି ଦିଆଗଲା। 2 ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା
3 ଓ ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସେମାନଙ୍କୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା। 4 ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳରେ ପରମେଶ୍ୱରଙ୍କର ମୁଦ୍ରା ନାହିଁ, କେବଳ ସେହି ଲୋକମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା। 5 କିନ୍ତୁ ମନୁଷ୍ୟମାନଙ୍କୁ ମାରିଦେବା ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ଯ୍ୟନ୍ତ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା। ସେହି ଯନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ଯନ୍ତ୍ରଣାଦାୟକ ହେବ। 6 ସେହି ସମୟରେ ଲୋକମାନେ ମରଣ ଗ୍ଭହିଁବେ, କିନ୍ତୁ ମରିପାରିବେ ନାହିଁ। ମରଣ ଖୋଜିବା ସତ୍ତ୍ୱେ ମରଣ ସେମାନଙ୍କୁ ମିଳିବ ନାହିଁ।
7 ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା। 8 ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା। 9 ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା। 10 ବିଛାର ନାହୁଡ଼ ଭଳି ସେମାନଙ୍କ ଲାଙ୍ଗୁଡ଼ରେ ନାହୁଡ଼ ଥିଲା। ପାଞ୍ଚମାସ ପର୍ଯ୍ୟନ୍ତ ଲୋକମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ସେମାନଙ୍କୁ ଯେଉଁ କ୍ଷମତା ଦିଆଯାଇଥିଲା, ତାହା ସେମାନଙ୍କ ଲାଙ୍ଗୁଡ଼ରେ ଥିଲା। 11 ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା।
12 ପ୍ରଥମ କ୍ଳେଶଟି ଶେଷ ହୋଇଗଲା, ଏହା ପରେ ଆହୁରି ଦୁଇଟି ବଡ଼ କ୍ଳେଶ ଆସିବ।
2010 by World Bible Translation Center