Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:41-48

ବୌ

41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
    ଯେଉଁମାନେ ମୋତେ ଅପମାନିତ କରୁଥିଲେ।
    ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
    ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
    ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
    ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।

ଦ୍ୱିତୀୟ ବିବରଣ 26:16-27:7

ସଦାପ୍ରଭୁଙ୍କର ନିର୍ଦ୍ଦେଶମାନ ପାଳନ କର

16 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆଜି ତୁମ୍ଭକୁ ଏହିସବୁ ବିଧି ଓ ଶାସନ ପାଳନ କରିବାକୁ ଆଜ୍ଞା ଦେଉ ଅଛନ୍ତି। ଏଥିପାଇଁ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ତାହା ସବୁ ପାଳନ କରିବ। 17 ତୁମ୍ଭେମାନେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ହେବେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ୱର ଶୁଣ। 18 ଏବଂ ସଦାପ୍ରଭୁ ଆଜି ତାଙ୍କ ପ୍ରତିଜ୍ଞା ଅନୁସାରେ ଘୋଷଣା କରିଛନ୍ତି ଯେ, ତୁମ୍ଭେ ତାଙ୍କର ସଞ୍ଚିତ ଜାତି ହେବ ଓ ତାଙ୍କର ସମସ୍ତ ଆଜ୍ଞା ମାନିବା ଉଚିତ୍। 19 ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରୁ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ୟାତି ଓ ସମ୍ମାନ ଦେବେ। ଏବଂ ତୁମ୍ଭେମାନେ ତାଙ୍କର ନିଜର ପବିତ୍ର ଲୋକ ହେବ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।”

ଲୋକଙ୍କ ପାଇଁ ପଥରର ସ୍ମୃତି ଫଳକ

27 ମୋଶା ଏବଂ ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଛି, ସେଗୁଡ଼ିକ ପାଳନ କର। ଯେଉଁ ଦିନ ତୁମ୍ଭେମାନେ ଯେତେବେଳେ ଯର୍ଦ୍ଦନ ନଦୀ ପାରହେଲ ଏବଂ ସେହି ଦେଶରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି। ସେହି ଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲେପନ କରିବ। ତୁମ୍ଭେମାନେ ସେଠାରେ ପ୍ରବେଶ କରିବା ମାତ୍ରେ, ତୁମ୍ଭେମାନେ ଏହିସବୁ ନିୟମ ସେହି ପ୍ରସ୍ତର ଉପରେ ଲେଖିବା ଉଚିତ୍। ଏହାକର ଯେତେବେଳେ ତୁମ୍ଭେମାନେ ଯର୍ଦ୍ଦନ ନଦୀ ପାର ହୋଇ ସେହି ଦେଶରେ ପ୍ରବେଶ କରିବାକୁ ଯାଉଛ, ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭଙ୍କୁ ଦେଉଛନ୍ତି। ଦୁ‌‌ଗ୍‌‌ଧମଧୁପ୍ରବାହୀତ ହେଉଥିବାର ଦେଶ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କର ସଦାପ୍ରଭୁ ପରମେଶ୍ୱର ଯେହେତୁ ପ୍ରତିଜ୍ଞା କରିଥିଲେ।

“ପୁଣି ଆଜି ମୁଁ ଯେଉଁ ପ୍ରସ୍ତର ଗୁଡ଼ିକ ବିଷୟରେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲି, ତୁମ୍ଭେମାନେ ଯର୍ଦ୍ଦନ ପାର ହେଲା ପରେ ଏବଲ ପର୍ବତରେ ସେହି ପ୍ରସ୍ତର ସବୁ ସ୍ଥାପନ କରିବ ଓ ତାହା ସବୁ ଚୂନରେ ଲେପିବ। ଆଉ ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ଅର୍ଥାତ୍ ପଥରରେ ଏକ ଯଜ୍ଞବେଦି ନିର୍ମାଣ କରିବ। ସେହି ପଥର କାଟିବାରେ ଲୁହା ବ୍ୟବହାର କରିବ ନାହିଁ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯଜ୍ଞବେଦି ସମସ୍ତ ଅଚଞ୍ଛା ପଥରରେ ନିର୍ମାଣ କରିବା ଉଚିତ୍ ଓ ତୁମ୍ଭେମାନେ ସେହି ସ୍ଥାନରେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ହୋମବଳି ଉତ୍ସର୍ଗ କରିବା ଉଚିତ୍। ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।

ମାଥିଉ ଲିଖିତ ସୁସମାଗ୍ଭର 19:16-22

ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା

(ମାର୍କ 10:17-31; ଲୂକ 18:18-30)

16 ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?”

17 ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।”

18 ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?”

ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’ 19 ନିଜ ପିତାମାତାଙ୍କୁ ସମ୍ମାନ ଦେବ(A) ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’(B)’’

20 ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”

21 ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା'ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା'ପରେ ଆସ ଓ ମୋର ଅନୁସରଣ କର।”

22 ଯୁବକଟି ଏ କଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖରେ ରଖିବାକୁ ଗ୍ଭହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center