Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 34

ମୋଶାଙ୍କର ମୃତ୍ୟୁ

34 ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପି‌ସ୍‌ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ। ସଦାପ୍ରଭୁ ତାଙ୍କୁ ନପ୍ତାଲିଙ୍କର ସମସ୍ତ ଭୂମି ଇଫ୍ରୟିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦେଖାଇଲେ। ସେ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ଯିହୁଦାର ସମସ୍ତ ଦେଶ ତାଙ୍କୁ ଦେଖାଇଲେ। ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି, ଯେଉଁ ଦେଶ ବିଷୟରେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ଶପଥ କରିଥିଲୁ, ସେହି ଦେଶମାନ ଏହି। ‘ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ। ମାତ୍ର ତୁମ୍ଭେ ଯର୍ଦ୍ଦନ ପାର ହୋଇ ସେଠାକୁ ଯିବ ନାହିଁ।‌’”

ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ। ସଦାପ୍ରଭୁ ମୋୟାବ ଦେଶରେ ବୈ‌‌‌ତ୍‌‌‌ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାହାଙ୍କୁ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା। ଇସ୍ରାଏଲ ଲୋକମାନେ ମୋଶାଙ୍କ ପାଇଁ ତିରିଶ୍ ଦିନ ଧରି କାନ୍ଦିଲେ। ସେମାନେ ତାଙ୍କର ସମସ୍ତ ଦୁଃଖଦ ଦିନସବୁ ମୋୟାବର ସମତଳ ଭୂମିରେ କଟାଇଲେ।

ଯିହୋଶୂୟ ନୂତନ ନେତା ହେଲେ

ସେ ମଲା ପୂର୍ବରୁ ମୋଶା ଯିହୋଶୂୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିଯୁକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିଯୁକ୍ତି କଲେ। ଏହା ପରେ ନୂନର ପୁତ୍ର ଯିହୋଶୂୟ ଜ୍ଞାନ ଦାୟକ ଆତ୍ମାରେ ପରିପୂର୍ଣ୍ଣ ହେଲେ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଯିହୋଶୂୟଙ୍କ କଥା ଶୁଣିଲେ, ଯେପରି ସେମାନେ ମୋଶାଙ୍କ କଥା ଶୁଣିଥିଲେ ଓ ସେହି ଅନୁସାରେ କାର୍ଯ୍ୟ କରୁଥିଲେ।

10 ଇସ୍ରାଏଲ ଆଉ ଏପରି ଭବିଷ୍ୟ‌ଦ୍‌ବକ୍ତା ଦେଖି ନ ଥିଲେ। ଯିଏକି ସଦାପ୍ରଭୁଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ ଓ ସଦାପ୍ରଭୁଙ୍କ ସହିତ ମୁହାଁମୁହିଁ କଥା ହୋଇଥିଲେ। 11 ସଦାପ୍ରଭୁ ମୋଶାଙ୍କୁ ମିଶରରେ ମହାନ ଆଶ୍ଚର୍ଯ୍ୟ କର୍ମମାନ କରିବାକୁ ପଠାଇଲେ। ଫାରୋ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସେହିସବୁ ଆଶ୍ଚର୍ଯ୍ୟ କର୍ମମାନ ଦେଖିଲେ। 12 କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଜି ପର୍ଯ୍ୟନ୍ତ ଏପରି ମହା ଆଶ୍ଚର୍ଯ୍ୟ କର୍ମମାନ କରି ନାହାନ୍ତି ଯାହା ମୋଶା କରି ଦେଖାଇଛନ୍ତି। ମୋଶାଙ୍କ ଦ୍ୱାରା ହୋଇଥିବା ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସମସ୍ତ ଇସ୍ରାଏଲ ଲୋକ ଦେଖିଛନ୍ତି।

ଗୀତସଂହିତା 90:1-6

ଚତୁର୍ଥ ପୁସ୍ତକ

(ଗୀତସଂହିତା 90–106)

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
    ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
    ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
    ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
    ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
    ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
    ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।

ଗୀତସଂହିତା 90:13-17

13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:1-8

ଥେସଲନୀକୀଠାରେ ପାଉଲଙ୍କ କାର୍ଯ୍ୟ

ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା। ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲି‌ପ୍‌ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ। ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ। ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି।

ତୁମ୍ଭେମାନେ ଜାଣିଛ ଯେ, କେବେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଗ୍ଭହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ୱାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ୱର ଜାଣନ୍ତି ଯେ, ଏହା ସତ୍ୟ। ଆମ୍ଭେ ଲୋକମାନଙ୍କର ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଗ୍ଭହୁଁ ନାହୁଁ।

ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ। ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କେବଳ ପରମେଶ୍ୱରଙ୍କ ସୁସମାଗ୍ଭରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ୟ ତୁମ୍ଭମାନଙ୍କ ସହିତ ବାଣ୍ଟି ଦେବାକୁ ପ୍ରସ୍ତୁତ ଥିଲୁ।

ମାଥିଉ ଲିଖିତ ସୁସମାଗ୍ଭର 22:34-46

କେଉଁ ଆଜ୍ଞା ସବୁଠାରୁ ବଡ଼

(ମାର୍କ 12:28-34; ଲୂକ 10:25-28)

34 ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ହୋଇଗଲେ। ତା'ପରେ ସେମାନେ ସମସ୍ତେ ଏକାଠି ହେଲେ। 35 ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା। 36 ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”

37 ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’(A) 38 ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ। 39 ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’(B) 40 ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।”

ଫାରୂଶୀମାନଙ୍କୁ ଯୀଶୁଙ୍କର ଗୋଟିଏ ପ୍ରଶ୍ନ

(ମାର୍କ 12:35-37; ଲୂକ 20:41-44)

41 ଯେତେବେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 42 ଯୀଶୁ କହିଲେ, “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭେମାନେ କ’ଣ ମନେ କରୁଛ? ସେ କାହାର ପୁଅ?”

ସେମାନେ କହିଲେ, “ଦାଉଦଙ୍କ ପୁଅ।”

43 ଯୀଶୁ ଫାରୂଶୀମାନଙ୍କୁ ପଗ୍ଭରିଲେ, “ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି କାହିଁକି ସମ୍ବୋଧନ କଲେ? ଦାଉଦ ପବିତ୍ରଆତ୍ମାଙ୍କ ଶକ୍ତିରେ କହୁଥିଲେ। ଦାଉଦ କହିଲେ:

44 “ପ୍ରଭୁ ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ,
ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ନିୟନ୍ତ୍ରଣରେ ଦେବି
    ଏବଂ ତୁମ୍ଭେ ମୋର ଡାହାଣ ପଟେ ବସିବ।”(C)

45 ଯଦି ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହୁଛନ୍ତି। ତେବେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହୋଇ ପାରିବେ?”

46 ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଗ୍ଭରି ଫାନ୍ଦରେ ପକାଇବାକୁ କେହିହେଲେ ଚେଷ୍ଟା କରିବାକୁ ସାହସ କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center