Add parallel Print Page Options

ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ

25 ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବି?”

26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?”

27 ସେ ଉତ୍ତର ଦେଲେ, “‘ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର’(A) ଏବଂ, ‘ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି ଅନ୍ୟମାନଙ୍କୁ ପ୍ରେମ କର।’”(B)

28 ତା'ପରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଇଛ। ଏହା ହିଁ କର। ଏହା ଫଳରେ ତୁମ୍ଭେ ଅନନ୍ତ ଜୀବନ ଲାଭ କରିବ।”

Read full chapter