Revised Common Lectionary (Semicontinuous)
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
23 ଏହା ପରେ ଇସ୍ରାଏଲ ମିଶରକୁ ଆସିଲା।
କିନ୍ତୁ ଯାକୁବ ହାମ ଦେଶରେ ବାସ କଲା।
24 ସେ ତାଙ୍କର ଲୋକ ସଂଖ୍ୟା ବଢ଼ାଇଲେ।
ସେମାନେ ସେମାନଙ୍କର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
25 ମିଶରୀୟମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ
ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
26 ଏଣୁ ପରମେଶ୍ୱର ତାଙ୍କ ଦାସ ମୋଶା
ଏବଂ ମନୋନୀତ ଯାଜକ ହାରୋଣଙ୍କୁ ପଠାଇଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
ମୋଶାଙ୍କ ପାଇଁ ପ୍ରମାଣ
4 ଏହା ପରେ ମୋଶା ପରମେଶ୍ୱରଙ୍କୁ ଉତ୍ତର ଦେଲେ, “କିନ୍ତୁ ଇସ୍ରାଏଲର ଲୋକମାନେ ମୋତେ ବିଶ୍ୱାସ କରିବେ ନାହିଁ, ଯେତେବେଳେ ତୁମ୍ଭେ ମୋତେ ପଠାଇଛ ବୋଲି ମୁଁ କହିବି। ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି।’”
2 କିନ୍ତୁ ପରମେଶ୍ୱର ମୋଶାଙ୍କୁ କହିଲେ, “ତୁମ୍ଭ ହାତରେ କ’ଣ ଅଛି?”
ମୋଶା ଉତ୍ତର ଦେଲେ, “ଏହା ମୋର ଆଶାବାଡ଼ି।”
3 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗିଦିଅ।”
ତେଣୁ ମୋଶା ସେହି ଆଶାବାଡ଼ିଟିକୁ ଭୂମିରେ ଫିଙ୍ଗି ଦେଲେ ଏବଂ ସେହି ଆଶାବାଡ଼ିଟି ଏକ ସର୍ପ ପାଲଟି ଗଲା। ମୋଶା ଡରିଗଲେ ଓ ତା'ଠାରୁ ଦୌଡ଼ି ପଳାଇଲେ। 4 କିନ୍ତୁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।”
ତେଣୁ ମୋଶା ସର୍ପ ନିକଟକୁ ଯାଇ ତା'ର ଲାଞ୍ଜଟିକୁ ଧରିଲେ। ଯେତେବେଳେ ମୋଶା ଏପରି କଲେ, ସେହି ସର୍ପଟି ପୁନରାୟ ଆଶାବାଡ଼ିରେ ପରିଣତ ହୋଇଗଲା। 5 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।”
6 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତକୁ ତୁମ୍ଭର ଛାତିରେ ରଖ।”
ତେଣୁ ମୋଶା ତାଙ୍କର ହାତକୁ ଛାତିରେ ରଖିଲେ ଏବଂ ବାହାର କରି ଆଣିଲେ। ଏହା କୁଷ୍ଠରେ ଆଚ୍ଛାଦିତ ହୋଇ, ହିମପରି ଧଳା ହୋଇଗଲା।
7 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ହସ୍ତ ପୁନରାୟ ତୁମ୍ଭର ଛାତିରେ ରଖ।” ତେଣୁ ମୋଶା ତାଙ୍କର ହାତ ତାଙ୍କର ଛାତିରେ ଦେଲେ, ମୋଶା ତାଙ୍କର ହାତ ବାହାର କରିବାରୁ ହାତଟି ପରିବର୍ତ୍ତନ ହୋଇ ପୂର୍ବପରି ହୋଇଗଲା।
8 ଏହା ପରେ ପରମେଶ୍ୱର କହିଲେ, “ଯଦି ଲୋକମାନେ ତୁମ୍ଭକୁ ବିଶ୍ୱାସ ନ କରିବେ, ଯଦି ସେମାନେ ପ୍ରଥମ ଚିହ୍ନ ଯୋଗୁଁ ବିଶ୍ୱାସ ନ କରନ୍ତି, ସେମାନେ ନିଶ୍ଚିତ ଭାବରେ ଏହି ଚିହ୍ନକୁ ବିଶ୍ୱାସ କରିବେ। 9 ଯଦି ସେମାନେ ଏହି ଦୁଇଟି ପ୍ରମାଣ ଦେଖିବା ପରେ ତୁମ୍ଭକୁ ବିଶ୍ୱାସ ନ କରନ୍ତି ଏବଂ ଯଦି ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ନୀଳନଦୀରୁ କିଛି ଜଳ ନେଇ ଭୂମିରେ ଢାଳିବ ତାହା ଭୂମିରେ ପଡ଼ିଲା ମାତ୍ରେ ରକ୍ତ ହୋଇଯିବ।”
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ
(ମାର୍କ 1:29-34; ଲୂକ 4:38-41)
14 ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି। 15 ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା'ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।
16 ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ:
“ସେ ଆମ୍ଭର ରୋଗ ସବୁ ନେଇଗଲେ
ଏବଂ ଆମ୍ଭର ଅସୁସ୍ଥତା ବହିଲେ।”(A)
2010 by World Bible Translation Center