Revised Common Lectionary (Semicontinuous)
ଯୋଷେଫ ତାଙ୍କୁ ତାଙ୍କର ପରିଚୟ ଦେଲେ
45 ଯୋଷେଫ ନିଜକୁ ବେଶି ଦିନ ନିୟନ୍ତ୍ରଣରେ ରଖି ପାରି ନ ଥିଲେ। ଯୋଷେଫ ସମସ୍ତ ଲୋକଙ୍କୁ ସମ୍ମୁଖକୁ ଡାକି କହିଲେ, “ସମସ୍ତେ ଏଠାରୁ ଗ୍ଭଲିଯାଅ।” ତେଣୁ କେହି ନ ଥିଲାବେଳେ ଯୋଷେଫ ନିଜକୁ ଭାଇମାନଙ୍କ ସମ୍ମୁଖରେ ପରିଚିତ କରାଇଲେ। 2 ଯୋଷେଫ କ୍ରନ୍ଦନ କରିବା ସମସ୍ତ ମିଶରୀୟମାନେ ଶୁଣିଲେ, ଯେଉଁମାନେ ଫାରୋଙ୍କ ଗୃହରେ ଥିଲେ। 3 ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ ଅଟେ। ମୋର ପିତା କୁଶଳରେ ତ?” କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସେମାନେ ଭୟ କରୁଥିଲେ।
4 ତେଣୁ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, “ମୋ’ ନିକଟକୁ ଆସ, ମୁଁ ନିବେଦନ କରୁଛି ମୋ’ ନିକଟକୁ ଆସ।” ତେଣୁ ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ। ତେଣୁ ଯୋଷେଫ ସେମାନଙ୍କୁ କହିଲେ, “ମୁଁ ତୁମ୍ଭର ଭାଇ ଯୋଷେଫ, ମୁଁ ହେଉଛି ସେହି ଭାଇ ଯାହାକୁ ତୁମ୍ଭେମାନେ ବିକ୍ରି କଲ କ୍ରୀତଦାସ ପରି କ୍ରେତାମାନଙ୍କୁ, ଯେଉଁମାନେ ସେମାନଙ୍କର ମିଶରୀୟ ରାସ୍ତାରେ ଥିଲେ। 5 ବର୍ତ୍ତମାନ ତୁମ୍ଭେ ବ୍ୟସ୍ତ ହୁଅ ନାହିଁ। ମୋତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ୱର ମୋତେ ଏଠାକୁ ପଠାଇଲେ। 6 ଦୁର୍ଭିକ୍ଷ ବର୍ତ୍ତମାନ ଦୁଇ ବର୍ଷ ଧରି ଗ୍ଭଲିଛି। ଆହୁରି ଏହିପରି ପାଞ୍ଚ ବର୍ଷ ହେବ। ଶସ୍ୟ କଅଁଳିବ ନାହିଁ। 7 ତେଣୁ ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗେଇ ନେବା ପାଇଁ। ତେଣୁ ମୁଁ ଏଠାରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରି ପାରିବି। 8 ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ୱରଙ୍କ ଯୋଜନା। ପରମେଶ୍ୱର ମୋତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।”
ଇସ୍ରାଏଲ ମିଶରକୁ ନିମନ୍ତ୍ରିତ ହେଲେ
9 ଯୋଷେଫ କହିଲେ, “ଶୀଘ୍ର ମୋର ପିତାଙ୍କ ନିକଟକୁ ଯାଅ। ତାଙ୍କୁ କୁହ ତୁମ୍ଭର ପୁତ୍ର ଯୋଷେଫ ଏହି ବାର୍ତ୍ତା ଦେଇଛନ୍ତି। ‘ପରମେଶ୍ୱର ମୋତେ ମିଶରର ରାଜ୍ୟପାଳ କରିଛନ୍ତି। ତେଣୁ ମୋ’ ପାଖକୁ ଆସ ଅପେକ୍ଷା କର ନାହିଁ। ଶୀଘ୍ର ଆସ। 10 ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବଶ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋର ନିକଟବର୍ତ୍ତୀ ହେବ। 11 ମୁଁ ତୁମ୍ଭମାନଙ୍କର ଆଗାମୀ ପାଞ୍ଚ ବର୍ଷ ପାଇଁ ଯତ୍ନ ନେବି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।’
12 ଯୋଷେଫ ତାଙ୍କର ଭାଇମାନଙ୍କୁ ଏ କଥା କହିଲେ, “ମୁଁ ଯୋଷେଫ ବୋଲି, ତୁମ୍ଭେ ନିଶ୍ଚିତରେ ଜାଣିଥିବ। ଏପରିକି ମୋର ଭାଇ ବିନ୍ୟାମୀନ ଜାଣୁ ଯେ ମୁଁ ଯୋଷେଫ, ତୁମ୍ଭର ଭାଇ କହୁଅଛି। 13 ତେଣୁ ତୁମ୍ଭେମାନେ ମୋର ଏଠାରେ ଐଶ୍ୱର୍ଯ୍ୟାଦି ଯାହା ଦେଖୁଛ, ତାହା ମୋ’ ପିତାଙ୍କୁ ଜଣାଅ। ମୋର ଏଠାରେ ଯାହା ଦେଖୁଛ ତାହା ସବୁ ମୋର ପିତାଙ୍କୁ ଯାଇ କୁହ। ବର୍ତ୍ତମାନ ତୁମ୍ଭେ ଶୀଘ୍ର ଯାଇ ମୋର ପିତାଙ୍କୁ ଏଠାକୁ ଆଣ।” 14 ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ। 15 ପୁଣି ଯୋଷେଫ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
3 ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।
ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଭୁଲି ନାହାନ୍ତିଁ
11 ତା'ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ। 2 ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ?
29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। 30 ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। 31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। 32 ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ।
10 ଯୀଶୁ ସମବେତ ହୋଇଥିବା ଲୋକମାନଙ୍କୁ ଡାକିଲେ। ସେ ସେମାନଙ୍କୁ କହିଲେ, “ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ। 11 ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ ବରଂ ତା'ର ମୁଖରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।”
12 ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଏସବୁ କରିବା ଫଳରେ ଫାରୂଶୀମାନେ ତୁମ୍ଭ ଉପରେ ରାଗିଯାଇଅଛନ୍ତି ବୋଲି ତୁମ୍ଭେ ଜାଣିଛ ତ?”
13 ଯୀଶୁ କହିଲେ, “ଯେଉଁ ଗ୍ଭରା ମୋର ସ୍ୱର୍ଗୀୟ ପିତା ନିଜେ ଲଗେଇ ନାହାନ୍ତି, ସେଗୁଡ଼ିକୁ ସମୂଳେ ଉପାଡ଼ି ଦିଆଯିବ। 14 ସେମାନଙ୍କୁ ଛାଡ଼ିଦିଅ। ସେମାନେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦେଖାଏ, ତେବେ ଉଭୟ ଖାତ ଭିତରେ ଖସି ପଡ଼ିବେ।”
15 ଏ କଥା ଶୁଣି ପିତର କହିଲେ, “ଏହି କାହାଣୀର ଅର୍ଥ ଆମ୍ଭକୁ ବୁଝାଇ ଦିଅନ୍ତୁ।’’
16 ଯୀଶୁ କହିଲେ, “ଏବେ ବି କ’ଣ ତୁମ୍ଭ ବୁଝିବାରେ ଅସୁବିଧା ଅଛି? 17 ତୁମ୍ଭେ କ’ଣ ଜାଣିନ ଯେ, ଯେଉଁଖାଦ୍ୟ ଜଣେ ଲୋକର ପାଟି ଭିତରକୁ ଯାଏ, ତାହା ପେଟ ଭିତରକୁ ଯାଏ ଓ ପରିଶେଷରେ ଦେହରୁ ବାହାରିଯାଏ। 18 କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟିରେ କହେ, ତାହା ପ୍ରକୃତରେ ତା'ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ। 19 କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଗ୍ଭର, ଯୌନାଗ୍ଭର, ଗ୍ଭେରି, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ। 20 ଏଗୁଡ଼ିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବା ଘଟଣା ମଣିଷକୁ ଅପବିତ୍ର କରି ପାରେ ନାହିଁ।”
ଜଣେ ଅଣଯିହୂଦୀ ସ୍ତ୍ରୀକୁ ଯୀଶୁଙ୍କ ସହାୟତା
(ମାର୍କ 7:24-30)
21 ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ। 22 ସେହି ଅଞ୍ଚଳର ଜଣେ କିଣାନୀୟା ସ୍ତ୍ରୀ ଆସି ବଡ଼ ପାଟି କରି କହିଲା, “ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମୋ’ ପ୍ରତି ଦୟା କରନ୍ତୁ। ମୋ’ ଝିଅ ଦେହରେ ଗୋଟିଏ ଭୂତ ପଶି ରହିଛି, ମୋ’ ଝିଅ ଭାରି କଷ୍ଟ ପାଉଛି।”
23 ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, “ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି। ତାକୁ ଗ୍ଭଲି ଯିବାକୁ କହି ଦିଅନ୍ତୁ।”
24 ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”
25 ତା'ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।”
26 ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠିକ୍ କାମ ହେବ ନାହିଁ।”
27 ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।”
28 ତା'ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ'ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।
2010 by World Bible Translation Center