Revised Common Lectionary (Semicontinuous)
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
16 ପରମେଶ୍ୱର ସେ ଦେଶରେ ଦୁର୍ଭିକ୍ଷ କରାଇଲେ।
ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
17 ସଦାପ୍ରଭୁ ସେମାନଙ୍କ ଆଗରେ ଯୋଷେଫ[a] ନାମକ ଏକ ବ୍ୟକ୍ତିକୁ ମିଶରକୁ ପଠାଇଥିଲେ।
ଯୋଷେଫ ଦାସ ପରି ବିକ୍ରୀ ହୋଇଥିଲା।
18 ସେମାନେ ଯୋଷେଫଙ୍କର ପାଦରେ ବେଡ଼ି ପକାଇଲେ।
ସେମାନେ ଏକ ଲୁହାର କଡ଼ା ତା'ର ବେକରେ ପକାଇଲେ।
19 ଯୋଷେଫ କ୍ରୀତଦାସ ହୋଇ ରହିଲା ତା'ର ବାକ୍ୟ ସତ୍ୟ ହେବା ପର୍ଯ୍ୟନ୍ତ।
ସଦାପ୍ରଭୁଙ୍କର ବାକ୍ୟ ଯୋଷେଫ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
20 ତେଣୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ।
ତେଣୁ ସେହି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
21 ସେ ଯୋଷେଫକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ।
ରାଜାଙ୍କର ପ୍ରତ୍ୟେକ ଜିନିଷର ଭାର ଯୋଷେଫ ନେଲେ।
22 ଯୋଷେଫ ଅନ୍ୟ କାର୍ଯ୍ୟକାରୀତାମାନଙ୍କୁ ନିର୍ଦ୍ଦେଶ ଦେଲେ, ଯେପରି ସେ ମଲେ।
ଯୋଷେଫ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
ଏଷୌର ପରିବାର
36 ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)। 2 ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ ବିବାହ କରିଥିଲେ। ସେମାନେ ହେଲେ ହିତ୍ତୀୟ ଏଲୋନର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦ୍ଦୀୟ ସିବିୟୋନର ପୌତ୍ରୀ ଅହଲୀବାମାକୁ। 3 ନବାୟୋତର ଭଉଣୀ, ଇଶ୍ମାଏଲଙ୍କ କନ୍ୟା ବାସମତକୁ ବିବାହ କରିଥିଲେ। 4 ଏହା ପରେ ଏଷୌର ଔରସରେ ଆଦା ଇଲୀଫସକୁ ଓ ବାସମତ୍ ରୂୟେଲକୁ ଜନ୍ମ କଲେ। 5 ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯିୟୁଶ, ଯାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶରେ ଜନ୍ମ ହୋଇଥିଲେ।
6-7 ଯାକୁବ ଓ ଏଷୌର ପରିବାର ବହୁତ ବଢ଼ିଯିବାରୁ ସେମାନେ କିଣାନରେ ବାସ କରି ପାରିଲେ ନାହିଁ। ତେଣୁ ଏଷୌ ଯାକୁବଠାରୁ ଦୂରକୁ ଗ୍ଭଲିଗଲେ। ଏଷୌ ତାଙ୍କର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତାଙ୍କର ଯେତେ ଧନ ସମ୍ପତ୍ତି ଥିଲା ତାକୁ ଧରି ସେୟୀର ପର୍ବତରେ ବାସ କଲେ। 8 ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା।
ଏଫିସ ଓ କରିନ୍ଥରେ ଆପଲ୍ଲ
24 ଆପଲ୍ଲ ନାମକ ଜଣେ ଯିହୂଦୀୟ ସେଠାରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିୟା। ସେ ଏଫିସ ନଗରକୁ ଆସିଲେ। ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ରରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା। 25 ତାହାଙ୍କୁ ପ୍ରଭୁଙ୍କ ପଥ ବିଷୟରେ ଶିକ୍ଷା ଦିଆଯାଇଥିଲା ଓ ସେ ଉତ୍ସାହଜନକ ଆତ୍ମାରେ ପୂର୍ଣ୍ଣ ହୋଇ କଥା କହୁଥିଲେ। କେବଳ ଯୋହନଙ୍କର ବାପ୍ତିସ୍ମ ବିଷୟରେ ଜାଣିଥିଲେ ମଧ୍ୟ ସେ ଯୀଶୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଶିକ୍ଷା ଠିକ୍ ଭାବରେ ଦେଉଥିଲେ। 26 ସେ ନିର୍ଭୟରେ ସମାଜଗୃହରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନେଇ ଆସିଲେ। ସେମାନେ ପରମେଶ୍ୱରଙ୍କ ପଥ ବିଷୟରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।
27 ସେ ଯେତେବେଳେ ଆଖାୟାକୁ ବାହାରିଲେ, ସେତେବେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବା ପାଇଁ ଶିଷ୍ୟମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରିଥିବା ଲୋକମାନଙ୍କର ବହୁତ ସାହାଯ୍ୟ କଲେ। 28 କାରଣ ସେ ଯିହୂଦୀମାନଙ୍କ ସହିତ ସର୍ବସାଧାରଣରେ ଦୃଢ଼ଭାବେ ଯୁକ୍ତିତର୍କ କରି ସେମାନଙ୍କୁ ପରାସ୍ତ କଲେ ଓ ଧର୍ମଶାସ୍ତ୍ରରୁ ପ୍ରମାଣ କରି ଦେଖାଇ ଦେଲେ ଯେ କେବଳ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି।
2010 by World Bible Translation Center