Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37:1-17

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
    ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
    ଓ ସେମାନେ ଶାନ୍ତି ଉପଭୋଗ କରିବେ।

12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
    ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
    ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ଓ ତୀର ଧରି ବାହାରି ପଡ଼ନ୍ତି।
    ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
    ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
    ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
    ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
    କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।

ଋତର ବିବରଣ ପୁସ୍ତକ 3:1-13

ଶସ୍ୟଅମଳ ଖଳା

ଏହା ପରେ ନୟମୀ ଋତର ଶାଶୁ ତାଙ୍କୁ କହିଲେ, “ହେ ମୋର କନ୍ୟା, ମୁଁ ତୁମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହେବ। ହୋଇପାରେ ବୋୟାଜ ହେଉଛନ୍ତି ଉପଯୁକ୍ତ ପ୍ରସ୍ତାବ। ବୋୟାଜ ହେଉଛି ଆମ୍ଭର ନିକଟ ସମ୍ପର୍କୀୟ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣା ଖଳାରେ ରାତ୍ରି ସମୟରେ ଜବ ଝାଡ଼ୁଅଛି। ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ। ଖାଇ ସାରିବା ପରେ ସେ ଯେତେବେଳେ ଶୟନ କରିବାକୁ ଯିବେ, ସେହି ସ୍ଥାନକୁ ଆଗେଇ ଯାଅ, ତାଙ୍କର ପାଦରୁ ଆବରଣ କାଢ଼ି ସେଠାରେ ପଡ଼ିରୁହ। ତହିଁରେ ତୁମ୍ଭକୁ କ’ଣ କରିବାକୁ ହେବ ତାହା ସେ ଜଣାଇବେ।”

ଏହା ପରେ ଋତ ଉତ୍ତର ଦେଲା, “ତୁମ୍ଭେ ଯାହା କହିଲ, ମୁଁ ତାହା ନିଶ୍ଚିତ କରିବି।”

ଏଣୁ ଋତ ସେହି ଖଳାକୁ ଯାଇ ନିଜର ଶାଶୁର କଥା ଅନୁସାରେ କାର୍ଯ୍ୟମାନ କଲା। ପୁଣି ଖାଇପିଇ ସାରି ବୋୟାଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖରେ ଶୟନ କରିବାକୁ ଗଲେ। ତହିଁରେ ଋତ ଧୀରେ ଧୀରେ ଯାଇ ବୋୟାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡ଼ି ରହିଲା।

ମଧ୍ୟରାତ୍ର ସମୟରେ ସେହି ଲୋକ ଉଠିପଡ଼ି ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲା ତା'ର ପାଦ ନିକଟରେ ଏକ ସ୍ତ୍ରୀ ଶୟନ କରିଛି। ବୋୟାଜ ପଗ୍ଭରିଲା, “ତୁମ୍ଭେ କିଏ?”

ସେ କହିଲା, “ମୁଁ ହେଉଛି ଋତ, ତୁମ୍ଭର ଦାସୀ। ଏଣୁ ଆପଣାପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ। କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।

10 ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ। 11 ହେ ଯୁବତୀ, ଭୟ କର ନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁଁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହୁତ ଭଲ। 12 ଏହା ସତ୍ୟ ଯେ, ମୁଁ ତୁମ୍ଭର ନିକଟ ସମ୍ପର୍କୀୟ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ଯିଏ କି ମୋ'ଠାରୁ ତୁମ୍ଭର ଆହୁରି ନିକଟତମ ସମ୍ପର୍କୀୟ। 13 ଆଜି ରାତି ଏହିଠାରେ ରୁହ। ଆସନ୍ତା କାଲି ସକାଳେ ମୁଁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହୁଅନ୍ତି ତେବେ ଉତ୍ତମ କଥା। ଯେବେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମରେ ପ୍ରତିଜ୍ଞା କରୁଅଛି, ମୁଁ ତୁମ୍ଭକୁ ବିବାହ କରିବି ଏବଂ ଏଲିମେଲକର ଭୂମି ଫେରାଇ ଆଣିବି। ତେଣୁ ସକାଳ ପର୍ଯ୍ୟନ୍ତ ଏହିଠାରେ ଶୟନ କର।”

ଋତର ବିବରଣ ପୁସ୍ତକ 4:13-22

13 ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। 14 ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ,

“ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି।
    ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ।
15 ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ
    ଓ ତୁମ୍ଭକୁ ପ୍ରତିପାଳନ କରିବ।
ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା
    ତୁମ୍ଭକୁ ଅଧିକ ପ୍ରେମ କରିବ।”

16 ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା'ର ପ୍ରତିପାଳନ କଲା। 17 ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।

ଋତ ଏବଂ ବୋୟାଜର ପରିବାର

18 ପେରସର ବଂଶାବଳୀ ଏହି ପ୍ରକାର,

ପେରସର ପୁତ୍ର ହିଷ୍ରୋଣ,

19 ହିଷ୍ରୋଣର ପୁତ୍ର ଅରାମ

ଓ ଅରାମର ପୁତ୍ର ଅମ୍ମୀନାଦବ,

20 ଅମ୍ମୀନାଦବର ପୁତ୍ର ନହଶୋନ୍

ଓ ନହଶୋନର ପୁତ୍ର ସ‌ଲ୍‌ମୋନ,

21 ସ‌ଲ୍‌ମୋନର ପୁତ୍ର ବୋୟାଜ

ଓ ବୋୟାଜର ପୁତ୍ର ଓବେଦ,

22 ଓବେଦର ପୁତ୍ର ଯିଶୟ

ଓ ଯିଶୟର ପୁତ୍ର ଦାଉଦ।

ଲୂକ ଲିଖିତ ସୁସମାଗ୍ଭର 6:17-26

ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ

(ମାଥିଉ 4:23-25; 5:1-12)

17 ତା'ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। 18 ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। 19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ।

20 ଶିଷ୍ୟମାନଙ୍କ ଆଡ଼କୁ ଗ୍ଭହିଁ ଯୀଶୁ କହିଲେ,

“ହେ ଦୀନହୀନ ଲୋକମାନେ! ତୁମ୍ଭେମାନେ ଧନ୍ୟ
    କାରଣ ତୁମ୍ଭେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।
21 ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ,
    କାରଣ ତୁମ୍ଭେମାନେ ପରିତୃପ୍ତ ହେବ।
ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ,
    କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।

22 “ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ। 23 ସେତେବେଳେ ଆନନ୍ଦରେ ନାଚି ଉଠିବ। କାରଣ ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ମହା ପୁରସ୍କାର ରହିଛି। ସେମାନଙ୍କର ପୂର୍ବପୁରୁଷମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଠିକ୍ ସେହିଭଳି ବ୍ୟବହାର ଦେଖାଇ ଥିଲେ ଯେଉଁଭଳି ଏବେ ସେମାନେ ତୁମ୍ଭକୁ ବ୍ୟବହାର ଦେଖାଉଛନ୍ତି।

24 “କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍
    କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ।
25 ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ।
    କାରଣ ତୁମ୍ଭେମାନେ ଭୋକିଲା ହେବ।
ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ,
    କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।

26 “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center