Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
Error: Book name not found: Sir for the version: Odia Holy Bible: Easy-to-Read Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 55:10-13

10 “ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆସେ, ପୁନର୍ବାର ଫେରି ଯାଏ ନାହିଁ;
    ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ,
କୃଷିକାରୀକୁ ବୀଜ ବପନ କରିବାରେ ସାହାଯ୍ୟ କରେ
    ଓ ଭୋଜନକାରୀକୁ ଶସ୍ୟ ଯୋଗାଏ।
11 ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ
    ଆମ୍ଭ ନିକଟକୁ ଫେରି ଆସିବ ନାହିଁ;
ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ
    ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ।

12 “ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି
    ଶାନ୍ତିରେ ଆଗେ ଆଗେ ଯିବ।
ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ
    ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ।
13 କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ।
    ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ
    ଓ କେବେ ଧ୍ୱଂସ ହେବ ନାହିଁ।”

ଗୀତସଂହିତା 92:1-4

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।

ଗୀତସଂହିତା 92:12-15

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:51-58

51 କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା। 52 ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉ‌ତ୍‌‌ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ। 53 ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ। 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ।

“ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା”(A)

55 ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି?
    କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି”(B)

56 ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା। 57 କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି।

58 ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।

ଲୂକ ଲିଖିତ ସୁସମାଗ୍ଭର 6:39-49

39 ଯୀଶୁ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କଥା କହିଲେ, “ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ଦେଖାଇ ପାରିବ କି? ନା! ତାହା କଲେ ଉଭୟ ଗୋଟିଏ ଖାଲରେ ଖସି ପଡ଼ିବେ। 40 ଜଣେ ଛାତ୍ର ତା’ ଶିକ୍ଷକଠାରୁ ବଡ଼ ହେଇ ପାରିବ ନାହିଁ। କିନ୍ତୁ ଛାତ୍ର ଜଣକ ପ୍ରତ୍ୟେକ ବିଷୟ ସମ୍ପୂର୍ଣ୍ଣ ଶିଖି ସାରିବା ପରେ ନିଜ ଶିକ୍ଷକଙ୍କ ସମାନ ହୋଇଯାଏ।

41 “ତୁମ୍ଭେମାନେ ନିଜ ଭାଇ ଆଖିରେ ପଡ଼ିଥିବା ଗୋଟିଏ ଛୋଟ ଗୁଣ୍ଡଟି ଆଡ଼କୁ କାହିଁକି ଗ୍ଭହୁଁଛ? ତୁମ୍ଭମାନଙ୍କୁ କ’ଣ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖାଯାଉ ନାହିଁ? 42 ତୁମ୍ଭେ ଯେତେବେଳେ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖି ପାରୁ ନାହିଁ, ସେତେବେଳେ ନିଜ ଭାଇକୁ କିପରି କହି ପାରିବ: ‘ଭାଇ, ଆସ ତୁମ୍ଭ ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରିଦେବି’। ଆରେ କପଟୀ! ଆଗ ନିଜ ଆଖିରେ ପଡ଼ିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖି ପାରିବ ଓ ଭାଇର ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରି ପାରିବ।

ଦୁଇ ପ୍ରକାରର ଫଳ

(ମାଥିଉ 7:17-20; 12:34-35)

43 “ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ। ଠିକ୍ ସେହିଭଳି ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ। 44 ପ୍ରତ୍ୟେକ ଗଛ ତା'ର ଫଳ ଦ୍ୱାରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷାକୋଳି ପାଆନ୍ତି ନାହିଁ। 45 ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।

ଦୁଇ ପ୍ରକାରର ମଣିଷ

(ମାଥିଉ 7:24-27)

46 “ତୁମ୍ଭେମାନେ ମୋତେ କାହିଁକି ‘ପ୍ରଭୁ’, ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭେମାନେ ତ ତାହା କରୁ ନାହଁ? 47 ଯେଉଁ ଲୋକ ମୋ’ ପାଖକୁ ଆସେ, ମୋ’ ଉପଦେଶ ଶୁଣେ ଓ ତାହାକୁ ମାନେ, 48 ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ଼ ପଥର ଉପରେ ମୂଳଦୁଆ ପକାଏ! ଯେତେବେଳେ ବଢ଼ି ଆସେ, ପାଣି ସେ ଘରକୁ ଭସେଇ ନେବାକୁ ଧ‌‌କ୍‌‌କା ମାରେ, କିନ୍ତୁ ଆଦୌ ହଲେଇ ପାରେ ନାହିଁ। କାରଣ ଘରଟି ମ‌ଜ୍‌ଭୂତ ଭାବରେ ତିଆରି ହୋଇଥାଏ।

49 “କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center