Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37:1-9

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା'ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 7:1-9

ଅରାମର ଦୁଃଖ

ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।

ଅନନ୍ତର ଦାଉଦ ବଂଶକୁ ଏକ ବାର୍ତ୍ତା ପଠାଗଲା। ସେହି ବାର୍ତ୍ତାଟି ହେଲା, “ଅରାମ ଓ ଇସ୍ରାଏଲ ସୈନ୍ୟମାନେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକତ୍ର ଶିବିର ସ୍ଥାପନ କରିଛନ୍ତି।” ଯେତେବେଳେ ରାଜା ଆହସ ଏହି କଥା ଶୁଣିଲେ ସେ ଏବଂ ତାଙ୍କର ଲୋକମାନେ ଭୟଭୀତ ହୋଇପଡ଼ିଲେ। ପବନରେ ବୃକ୍ଷଗୁଡ଼ିକ ଦୋହଲିଲା ପରି ସେମାନେ ଭୟରେ କମ୍ପିତ ହେଲେ।

ତା'ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।

“ଆହସଙ୍କୁ କୁହ, ‘ସାବଧାନ ଓ ସୁସ୍ଥିର ହୁଅ। ଭୟଭୀତ ହୁଅ ନାହିଁ। ସେହି ଦୁଇବ୍ୟକ୍ତି ରତ୍ସୀନ ଓ ରମଲିୟର ପୁତ୍ରକୁ ଭୟ କର ନାହିଁ। ସେ ଦୁଇଜଣ ଦୁଇଟି ନିଆଁଖୁଣ୍ଟା ସଦୃଶ। ଅତୀତରେ ସେମାନେ ଜ୍ୱଳନ୍ତ ଅଗ୍ନି ସଦୃଶ ଥିଲେ। ମାତ୍ର ବର୍ତ୍ତମାନ ସେମାନେ କେବଳ ଧୂମ ସଦୃଶ। ରତ୍ସୀନ, ଅରାମ ଓ ରମଲିୟର ପୁତ୍ରର କ୍ରୋଧକୁ ଭୟ କର ନାହିଁ। ଅରାମ, ଇଫ୍ରୟିମ ଏବଂ ରମଲିୟଙ୍କର ପୁତ୍ର ଏକତ୍ର ହୋଇ ତୁମ୍ଭ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କହିଲେ, “ଆମ୍ଭେମାନେ ଯାଇ ଯିହୁଦା ବିରୁଦ୍ଧରେ ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଭେମାନେ ଟାବେଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂପେ ସ୍ଥାପନ କରିବା।”’”

ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ତାଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ। ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ। ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”

ମାଥିଉ ଲିଖିତ ସୁସମାଗ୍ଭର 20:29-34

ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କଲେ

(ମାର୍କ 10:46-52; ଲୂକ 18:35-43)

29 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୀଖୋରୁ ଗଲାବେଳେ ବହୁ ସଂଖ୍ୟାରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ। 30 ରାସ୍ତା ପାଖରେ ଦୁଇଜଣ ଅନ୍ଧ ବସିଥିଲେ। ସେମାନେ ଶୁଣିଲେ ଯେ ଯୀଶୁ ସେ ବାଟ ଦେଇ ଯାଉଛନ୍ତି। ସେମାନେ ପାଟି କଲେ, “ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।”

31 ଲୋକେ ସେମାନଙ୍କୁ ଧମକ ଦେଇ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, “ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।”

32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”

33 ସେମାନେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଆମ୍ଭେ ଯେପରି ଦେଖି ପାରିବୁ, ତାହା ଗ୍ଭହୁଁଛୁ।”

34 ଯୀଶୁଙ୍କ ମନରେ ସେମାନଙ୍କ ପାଇଁ ଦୟା ଆସିଲା। ସେ ସେମାନଙ୍କର ଆଖି ଛୁଇଁଦେଲେ, ଓ ସେମାନେ ତୁରନ୍ତ ଦେଖି ପାରିଲେ। ତା'ପରେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center