Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 49:1-12

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

49 ହେ ଜାତିଗଣ ସମୂହ ଶୁଣ,
    ହେ ପୃଥିବୀବାସୀ ଲୋକମାନେ ଶୁଣ,
    ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
    ଓ ବୁଦ୍ଧିମାନର କଥା କହିବି।
ମୁଁ ସେ ସବୁ ଯେ ଶୁଣି ଅଛି
    ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।

ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
    ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
    କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
    କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
    ତା'ର ଜୀବନକୁ ପ୍ରାୟଶ୍ଚିତ କରି ପାରିବ।
କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
    ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା'ର ଶରୀରକୁ ରକ୍ଷା କରି ପାରିବ,
    ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
    ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
    ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
    କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
    ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।

ଉପଦେଶକ 1:1-11

ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର।

ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ?

ପୃଥିବୀ ଚିରକାଳସ୍ଥାୟୀ

ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି।

ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ।

ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।

ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।

କୌଣସି କଥା ନୂଆ ନୁହେଁ

ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ।

10 ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।

11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।

ମାର୍କ ଲିଖିତ ସୁସମାଗ୍ଭର 10:17-22

ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର

(ମାଥିଉ 19:16-30; ଲୂକ 18:18-30)

17 ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”

18 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। 19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”

20 ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”

21 ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମୋର ଅନୁସରଣ କର।”

22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା'ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center