Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 140

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
    ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
    ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ସେଲା

ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
    ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
    ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
    ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
    ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
    ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
    ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
    ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ। ସେଲା

ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
    ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
    ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
    ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
    ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
    ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।

12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
    ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
    ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 23:16-22

16 ପୁଣି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେଉଁ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି,
    ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ।
ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି।
    ସେମାନେ କେବଳ ନିଜ ହୃଦୟର ଦର୍ଶନ କଥା କହନ୍ତି।
    ମାତ୍ର ସେମାନେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ।
17 ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି।
    ସେମାନେ ସେମାନଙ୍କୁ କୁହନ୍ତି,
    ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’
ପୁଣି ଯେଉଁମାନେ ଅବାଧ୍ୟ ହୋଇ
    ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି,
ସେମାନଙ୍କୁ କୁହାଯାଏ,
    ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’
18 ମାତ୍ର କୌଣସି ଭବିଷ୍ୟ‌ଦ୍‌ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ
    ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ।
    କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।
19 ତେଣୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ
    ଭୟଙ୍କର ଘୂର୍ଣ୍ଣିବାତ୍ୟା ସ୍ୱରୂପ ଆସିବ
    ଓ ତାହା ଦୁଷ୍ଟମାନଙ୍କର ମସ୍ତକକୁ ଦଳି ପକାଇବ।
20 ଯେପର୍ଯ୍ୟନ୍ତ ସଦାପ୍ରଭୁ
    ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି,
ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ।
    ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ।
21 ଆମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ନ ଥିଲୁ।
    ତଥାପି ସେମାନେ ଆପେ ଆପେ ଧାଇଁଲେ।
ଆମ୍ଭେ ସେମାନଙ୍କୁ କିଛି ବାକ୍ୟ ପ୍ରଦାନ କରି ନ ଥିଲୁ।
    ମାତ୍ର ସେମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ।
22 ସେମାନେ ଯଦି ଆମ୍ଭ ସ୍ୱର୍ଗୀୟ ସଭାରେ ଠିଆ ହେଇଆନ୍ତେ,
    ତେବେ ସେମାନେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇ ଥା’ନ୍ତେ।
ଆଉ ସେମାନେ ସେମାନଙ୍କୁ କୁପଥରୁ
    ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।”

ମାଥିଉ ଲିଖିତ ସୁସମାଗ୍ଭର 10:16-25

ନିଜ ଶିଷ୍ୟମାନଙ୍କୁ ଯୀଶୁଙ୍କ ଚେତାବନୀ

(ମାର୍କ 13:9-13; ଲୂକ 21:12-17)

16 “ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ। 17 କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ। 18 ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ। 19 ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ। 20 ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।

21 “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। 22 ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ। 23 ଗୋଟିଏ ନଗରରେ ସେମାନେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ୟ କହୁଛି ଇସ୍ରାଏଲର ସମସ୍ତ ନଗରୀରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ୟପୁତ୍ର ପୁନର୍ବାର ଆସିବେ।

24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆ‌‌‌ଲ୍‌ଜିବୂଲ୍’[a] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center