Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 16

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।

ଦ୍ୱିତୀୟ ବିବରଣ 32:15-27

15 “କିନ୍ତୁ ଯିଶୁରୁଣ ହୃଷ୍ଟପୁଷ୍ଟ ହେଲା ଓ ପଦାଘାତ କଲା।
    ତୁମ୍ଭକୁ ଭଲ ଭାବରେ ଖୁଆଇଲେ ଏବଂ ତୁମ୍ଭେ ମୋଟା ହୋଇଅଛ।
ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ୟାଗ କଲା।
    ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ଯିଏ କି ତାଙ୍କୁ ରକ୍ଷା କଲେ।
16 ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଈର୍ଷା କଲେ।
ସେମାନେ ଅନ୍ୟ ଦେବଗଣଙ୍କର ପୂଜା କଲେ।
ସେମାନେ ପ୍ରତିମା ପୂଜା କଲେ।
    ଏବଂ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ କଲେ।
17 ସେମାନେ ବଳିଦାନ କଲେ ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ବାସ୍ତବରେ ଦେବତା ନୁହନ୍ତି।
    ଯେଉଁମାନେ ନୂତନ ଦେବଗଣ ଥିଲେ, ସେମାନେ ତାଙ୍କୁ ଜାଣି ନ ଥିଲେ।
    ସେହି ନୂତନ ଦେବଗଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ୟ ଜାଣି ନ ଥିଲେ।
18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ।
    ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।

19 “ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସେମାନଙ୍କୁ ପ୍ରତ୍ୟାଖାନ କଲେ,
    କାରଣ ତା'ର ପୁତ୍ରକନ୍ୟାଗଣ ତାଙ୍କୁ ବିରକ୍ତି କଲେ।
20 ତେଣୁ ସଦାପ୍ରଭୁ କହିଲେ, ‘ଆମ୍ଭେ ତାଙ୍କଠାରୁ ଦୂର ହେବା,
    ତା'ପରେ ଦେଖିବା ତାଙ୍କର କ’ଣ ହେଉଛି।
ସେମାନେ ବିଦ୍ରୋହୀ ଲୋକ
    ସେମାନେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ୱସ୍ତତା ନାହିଁ
21 ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ।
    ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ।
ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି।
    ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି।
22 ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ,
    ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି।
ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ।
    ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ।

23 “‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅମଙ୍ଗଳ ଦେବା।
    ଆମ୍ଭେ ଆପଣା ବାଣସବୁ ସେମାନଙ୍କ ଉପରେ ବ୍ୟୟ କରିବା।
24 ସେମାନେ ଭୋକ ଯୋଗୁଁ କ୍ଷୀଣ ହେବେ।
    ସେମାନେ ବ୍ୟାଧିର ଜ୍ୱଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ।
ମୁଁ ସେମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଦଂଶନ କରିବା ପାଇଁ ବନ୍ୟଜନ୍ତୁମାନଙ୍କୁ,
    ଏବଂ ଧୂଳିରେ ଗୁରୁଣ୍ଡୁଥିବା ବିଷାକ୍ତ ପୋକଜୋକ ପଠାଇବି।
25 ରାସ୍ତାରେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ।
    ସେମାନଙ୍କ ଗୃହରେ ଭୟଙ୍କର କାର୍ଯ୍ୟମାନ ହେବ।
ସୈନ୍ୟମାନେ ଯୁବକ ଓ ଯୁବତୀମାନଙ୍କୁ ହତ୍ୟା କରିବେ।
    ସେମାନେ ବୁଢ଼ା ଓ ପିଲାମାନଙ୍କୁ ହତ୍ୟା କରିବେ।

26 “‘ଆମ୍ଭେ ଚିନ୍ତା କଲୁ ଇସ୍ରାଏଲୀୟମାନଙ୍କୁ ଧ୍ୱଂସ କରିବା ପାଇଁ।
    ତେଣୁ ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ।
27 କିନ୍ତୁ ଆମ୍ଭେ ଜାଣୁ ତାଙ୍କର ଶତ୍ରୁମାନେ କ’ଣ କହିବେ।
    ଶତ୍ରୁମାନେ ବୁଝି ପାରୁ ନ ଥିବେ।
ସେମାନେ ଏପରି କହି ପାରନ୍ତି,
    “ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରି ନାହାନ୍ତି। ଆମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ଜିତିଛୁ।’”

ଦ୍ୱିତୀୟ ବିବରଣ 32:39-43

39 “‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ।
    ଆଉ କୌଣସି ଅନ୍ୟ ଦେବତା ନାହିଁ।
ଆମ୍ଭେ ମରଣ ଦେଉ,
    ଆମ୍ଭେ ଜୀବନ ଦାନ କରୁ।
ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ।
    କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ
40 ଆମ୍ଭେ ଆକାଶ ଆଡ଼େ ହାତ ଉଠାଇ କହୁ, ଏହି ପ୍ରତିଜ୍ଞା କରୁ।
    ଆମ୍ଭେ ଯେ ଅନନ୍ତ ଜୀବି ଅଟୁ।
41 ଆମ୍ଭେ ଆପଣା
    ବଜ୍ରତୁଲ୍ୟ ଖ‌ଡ଼୍‌ଗରେ ଶାଣ ଦେଲେ,
ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରୁଦ୍ଧରେ ପରିଶୋଧ ନେବା।
    ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି ସେମାନଙ୍କର ଦୋଷ ଅନୁଯାୟୀ ଦଣ୍ତ ଦେବା।
42 ମୋର ବାଣମାନ ତାଙ୍କ ରକ୍ତରେ ମାତାଲ ହେବ
    ଏବଂ ମୋ’ ଖ‌ଡ଼୍‌ଗ ମୋର ଶତ୍ରୁମାନଙ୍କର ମାଂସକୁ ଗ୍ରାସ କରିବ, ସେମାନଙ୍କର ରକ୍ତ ରଂଜିତ ଶରୀରରୁ କେଶପୂର୍ଣ୍ଣ ମୁଣ୍ଡ ପର୍ଯ୍ୟନ୍ତ।’

43 “ହେ ଜାତିଗଣ, ତାଙ୍କର ଲୋକମାନଙ୍କ ପାଇଁ ଗାନ କର।
    କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନେବେ।
ସେ ଆପଣା ବିପକ୍ଷଗଣଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ।
    ପୁଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନେବେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାୟଶ୍ଚିତ କରିବେ।”

ଲୂକ ଲିଖିତ ସୁସମାଗ୍ଭର 9:21-27

21 କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ,

ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ

(ମାଥିଉ 16:21-28; ମାର୍କ 8:31–9:1)

22 “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।”

23 ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। 24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। 25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? 26 ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। 27 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center