Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 5:12-15

12 ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି। 13 ସପ୍ତାହର ଛଦିନ ସମସ୍ତ କର୍ମ କର। 14 କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ। 15 ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।

ଗୀତସଂହିତା 81:1-10

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।

81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
    ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ଗୀତ ଆରମ୍ଭ କର
    ଓ ଦାରା ବଜାଅ,
    ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
    ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
କାରଣ ଏହା ଇସ୍ରାଏଲ ପାଇଁ ନିୟମ।
    ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
    ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
    ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
    ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
    ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା

“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
    ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
    ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
    ଆମ୍ଭେ ଖୁଆଇ ଦେବା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:5-12

ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ। ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।

ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ। ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ୟା ଆମକୁ ଗ୍ଭପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନେକ ସମୟରେ କ’ଣ କରିବାକୁ ହେବ ତାହା ଆମ୍ଭେ ଜାଣି ପାରୁ ନାହୁଁ। ଆମ୍ଭେ ନିର୍ଯ୍ୟାତିତ ହେଉଛୁ, କିନ୍ତୁ ପରମେଶ୍ୱର ଆମ୍ଭକୁ ଛାଡ଼ିଦିଅନ୍ତି ନାହିଁ। ଆମ୍ଭେ କେତେ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ ହୋଇ ନାହୁଁ। 10 ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ। 11 ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହେତୁ ଆମ୍ଭେ ସର୍ବଦା ମୃତ୍ୟୁ ସଙ୍କଟର ସମ୍ମୁଖୀନ ହେଉଛୁ। ଯଦ୍ଦ୍ୱାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧ୍ୟରେ ସ୍ପଷ୍ଟ ଭାବରେ ଦେଖି ପାରିବା। 12 ଅତଏବ ଆମ୍ଭ ଭିତରେ ମୃତ୍ୟୁ ଓ ତୁମ୍ଭମାନଙ୍କ ଭିତରେ ଜୀବନ ସକ୍ରିୟ ଅଟେ।

ମାର୍କ ଲିଖିତ ସୁସମାଗ୍ଭର 2:23-3:6

କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ

(ମାଥିଉ 12:1-8; ଲୂକ 6:1-5)

23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”

25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”

27 ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”

ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ

(ମାଥିଉ 12:9-14; ଲୂକ 6:6-11)

ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”

ତା'ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।

ତା'ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ ତା’ ହାତ ଭଲ ହୋଇଗଲା। ତା'ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center