Revised Common Lectionary (Complementary)
4 ମାତ୍ର ସେ ଆମ୍ଭର ଦୁଃଖ ଯାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭେମାନେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ନିର୍ଯ୍ୟାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ। 5 ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ଯ୍ୟ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରିଦେଲେ। ତାଙ୍କର କ୍ଷତରେ ଆମ୍ଭେମାନେ ଆରୋଗ୍ୟ ଲାଭ କଲୁ। 6 ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।
7 ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହୋଇ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମେଷ ଶାବକ ତୁଲ୍ୟ ଓ ଲୋମ ଛେଦନକାରୀଙ୍କ ସମ୍ମୁଖରେ ନିରୀହ ମେଷ ତୁଲ୍ୟ ସେ ନିଜର ମୁଖ ଫିଟାଇଲେ ନାହିଁ। 8 ଲୋକମାନେ ବଳପୂର୍ବକ ତାଙ୍କୁ ବିଗ୍ଭର ପାଇଁ ଧରି ନେଲେ ଓ ଉପଯୁକ୍ତ ବିଗ୍ଭର ତାଙ୍କ ପାଇଁ କରାଗଲା ନାହିଁ। ପୁଣି ସେ ଜୀବିତ ଲୋକମାନଙ୍କ ଦେଶରୁ ଦଣ୍ଡିତ ହେଲେ ଓ ସେ ସମୟରେ କିଏ ତାଙ୍କ ପ୍ରତି ସୁବିବେଚନା କଲା? ଆମ୍ଭ ଲୋକମାନଙ୍କର ପାପ ପାଇଁ ସେ ପ୍ରହାରିତ ହେଲେ। 9 ସେ ମୃତ୍ୟୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ୟା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ୟ କରାଗଲା।
10 ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ। 11 ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ।
“ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ। 12 ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।”
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ!
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ।
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ।
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ।
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ।
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ,
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ।
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ।
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ।
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା।
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା।
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା।
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।”
5 ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି। 2 ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। 3 ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
4 ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। 5 ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ:
“ତୁମ୍ଭେ ମୋର ପୁତ୍ର;
ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।”(A)
6 ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି:
“ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”(B)
7 ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। 8 ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। 9 ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ। 10 ପରମେଶ୍ୱର ମଲ୍କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ।
ଯାକୁବ ଓ ଯୋହନଙ୍କର ଅନୁଗ୍ରହର ଅନୁରୋଧ
(ମାଥିଉ 20:20-28)
35 ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ ଯୀଶୁଙ୍କ ପାଖକୁ ଆସି କହିଲେ, “ହେ ଗୁରୁ, ତୁମ୍ଭେ ଆମ୍ଭ ପାଇଁ କିଛି କର ବୋଲି ଆମ୍ଭେ ଗ୍ଭହୁଁଛୁ।”
36 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ମୋ’ ଦ୍ୱାରା ତୁମ୍ଭ ପାଇଁ କ’ଣ ପାଇବାକୁ ଗ୍ଭହୁଁଛ?”
37 ସେମାନେ କହିଲେ, “ଆପଣଙ୍କ ରାଜ୍ୟରେ ଆପଣ ମହିମା ପ୍ରାପ୍ତ ହେବା ବେଳେ ଆମ୍ଭ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଆଉ ଜଣେ ବାମ ପଟେ ବସିବା ପାଇଁ ଆମ୍ଭକୁ ଅଧିକାର ପ୍ରଦାନ କରନ୍ତୁ।”
38 ଯୀଶୁ କହିଲେ, “ତୁମ୍ଭେ କ’ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁ ନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ୟ କ’ଣ ସେହିଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁଭଳି ବାପ୍ତିଜିତ ହେବି, ତୁମ୍ଭେ କ’ଣ ସେହିଭଳି ବାପ୍ତିଜିତ ହୋଇ ପାରିବ?”
39 ସେମାନେ ତାହାଙ୍କୁ କହିଲେ, “ହଁ ଆମ୍ଭେ ପାରିବୁ।”
ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ତାହା ଭୋଗ କରିବ। ମୁଁ ଯାହା ଦ୍ୱାରା ବାପ୍ତିଜିତ ହେବି, ତୁମ୍ଭେମାନେ ମଧ୍ୟ ତା’ ଦ୍ୱାରା ବାପ୍ତିଜିତ ହେବ। 40 କିନ୍ତୁ ମୋର ଡାହାଣ ବା ବାମ ପଟରେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ଏହା ପ୍ରସ୍ତୁତ କରାଯାଇଛି, କେବଳ ସେହିମାନେ ସେଥିରେ ବସି ପାରିବେ।”
41 ଅନ୍ୟ ଦଶ ଜଣ ପ୍ରେରିତ ଏହା ଶୁଣିଲେ। ସେମାନେ ଯାକୁବ ଓ ଯୋହନଙ୍କ ଉପରେ ରାଗିଗଲେ। 42 ଯୀଶୁ ସମସ୍ତ ପ୍ରେରିତମାନଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ସେମାନେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ୱ ଦେଖାଇବାକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ମଧ୍ୟ ଲୋକଙ୍କ ଉପରେ ତାହାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଭଲ ପାଆନ୍ତି। 43 କିନ୍ତୁ ତୁମ୍ଭ ମଧ୍ୟରେ ଏଭଳି କିଛି ହେବା ଅନୁଚିତ୍। ଯଦି ତୁମ୍ଭ ଭିତରୁ କେହି ବଡ଼ ହେବାକୁ ଗ୍ଭହୁଁଥାଏ, ତେବେ ସେ ଜଣେ ସେବକ ଭଳି ତୁମ୍ଭ ସମସ୍ତଙ୍କର ସେବା କରୁ। 44 ଯଦି ତୁମ୍ଭ ଭିତରୁ କେହି ମହତ୍ତ୍ୱପୂର୍ଣ୍ଣ ହେବାକୁ ଗ୍ଭହୁଁଥାଏ, ତେବେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସେବା କରୁ। 45 ସେହିଭଳି ମନୁଷ୍ୟପୁତ୍ର ଅନ୍ୟଠାରୁ ସେବା ପାଇବା ପାଇଁ ଆସି ନାହାନ୍ତି, ବରଂ ସେ ସେବା କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦେବା ପାଇଁ ଆସିଛନ୍ତି।”
2010 by World Bible Translation Center