ମାଥିଉ ଲିଖିତ ସୁସମାଗ୍ଭର 20:20-28
Odia Holy Bible: Easy-to-Read Version
ଏକ ମାତାଙ୍କର ବିଶେଷ ଅନୁରୋଧ
(ମାର୍କ 10:35-45)
20 ତା'ପରେ ଜେବଦୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ଏବଂ ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସେମାନଙ୍କର ମା ଯୀଶୁଙ୍କୁ ପ୍ରଣାମ କଲେ। ସେ ସେମାନଙ୍କ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
21 ଯୀଶୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ଭହୁଁଛ?”
ସେ କହିଲେ, “ଆପଣ ପ୍ରତିଜ୍ଞା କରି କୁହନ୍ତୁ ଯେ, ଆପଣଙ୍କ ରାଜ୍ୟରେ ମୋର ଏହି ଦୁଇ ପୁଅଙ୍କ ଭିତରୁ ଜଣେ ତୁମ୍ଭର ଡାହାଣ ପଟେ ଓ ଅନ୍ୟ ଜଣକ ବାମପଟେ ବସିବ।”
22 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?”
ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭେମାନେ ମଧ୍ୟ ପ୍ରକୃତରେ ସେହିଭଳି ଯାତନା ଭୋଗ କରିବ। କିନ୍ତୁ ମୋର ଡାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମୋର ନାହିଁ। କାରଣ, କିଏ କେଉଁଠାରେ ବସିବେ, ତାହା ମୋର ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସେମାନଙ୍କ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସେମାନେ ସେହି ସ୍ଥାନରେ ବସିବେ।”
24 ଅନ୍ୟ ଦଶ ଜଣ ଶିଷ୍ୟ ଏ କଥା ଶୁଣି ସେହି ଦୁଇଭାଇଙ୍କ ଉପରେ ରାଗିଗଲେ। 25 ଯୀଶୁ ସବୁ ଶିଷ୍ୟଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସେମାନଙ୍କ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ୟ ଜାଣ ଯେ, ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ସମାନଙ୍କର କର୍ତ୍ତୃତ୍ୱ ସେମାନଙ୍କ ଉପରେ ବ୍ୟବହାର କରିବାକୁ ଭଲ ପାଆନ୍ତି। 26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ରରେ ସେହିଭଳି ହେବ ନାହିଁ। ତୁମ୍ଭ ଭିତରୁ ଯଦି କେହି ବଡ଼ ହେବାକୁ ଇଚ୍ଛା କରୁଛି, ତେବେ ସେ ଜଣେ ସେବକ ଭଳି ତୁମ୍ଭମାନଙ୍କର ସେବା କରିବ। 27 ଯଦି ତୁମ୍ଭ ଭିତରୁ କେହି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତେବେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସେବା କରିବାକୁ ହେବ। 28 ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”
Read full chapter2010 by Bible League International