Revised Common Lectionary (Complementary)
ସତୁରି ବୟସ୍କ ପ୍ରାଚୀନଗଣ
4 ତା'ପରେ ସେମାନଙ୍କ ମଧ୍ୟରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ଇସ୍ରାଏଲର ଲୋକମାନେ ସେମାନଙ୍କ ସହିତ ଯୋଗ ଦେଲେ ଏବଂ ପାଟି କଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? 5 ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡ଼େ। ଆମ୍ଭମାନଙ୍କର ମଧ୍ୟ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡ଼େ। 6 ମାତ୍ର ଏବେ ଆମ୍ଭେମାନେ ଦୁର୍ବଳ ହୋଇ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡ଼ା ଆଉ ଦେଖିବାକୁ କିଛି ନାହିଁ,।”
10 ଏହା ପରେ ଲୋକମାନେ ସମୁଦାୟ ପରିବାର ସହିତ ନିଜ ନିଜ ତମ୍ବୁଦ୍ୱାରା ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ଆଉ ମଧ୍ୟ ମୋଶା ଅସନ୍ତୁଷ୍ଟ ହେଲେ। 11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମୋ’ ଉପରେ କ୍ରୋଧ ଦେଖାଉଛ? କାହିଁକି ଆପଣ ମୋ’ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ? 12 କ’ଣ ସେମାନେ ସମସ୍ତେ ମୋ'ଠାରୁ ଜନ୍ମ ହୋଇଛନ୍ତି? ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ପ୍ରତିଜ୍ଞା କରିଥିଲ ମୁଁ ସେମାନଙ୍କୁ ଶିଶୁ ପରି କ’ଣ ବୋହି ନେବି? 13 ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦେବା ପାଇଁ କେଉଁଠାରେ ପାଇବି? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଛନ୍ତି, ସେମାନେ ପାଟି କରନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।’ 14 ମୁଁ ଏକାକୀ ଏତେ ଲୋକଙ୍କର ଭାର ବହନ କରି ପାରିବି ନାହିଁ, କାରଣ ଏହା ମୋ’ ପାଇଁ ଅସହ୍ୟ ଅଟେ। 15 ଆଉ ଯଦି ତୁମ୍ଭେ ମୋ’ ପ୍ରତି ଏପରି ପଥରେ ବ୍ୟବହାର କରିବାକୁ ଯାଉଅଛ, ତେବେ ବିନୟ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତେବେ ମୋତେ ମାରିଦିଅ ପଛେ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।”
16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଡାକ। ସେମାନଙ୍କୁ ସମାଗମ-ତମ୍ବୁ ନିକଟକୁ ଆଣ। ସେମାନେ ତୁମ୍ଭ ସହିତ ଛିଡ଼ା ହେବା ଉଚିତ୍।
24 ତେବେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ କହିଲେ, ଯାହା ସଦାପ୍ରଭୁ କହିଥିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ଛିଡ଼ା କରାଇଲେ। 25 ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମୋଶାଙ୍କୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତେବେଳେ ସେମାନଙ୍କ ଉପରେ ଆତ୍ମା ଅବସ୍ଥାନ କଲା, ସେମାନେ ଭବିଷ୍ୟଦ୍ କଥା ପ୍ରଗ୍ଭର ଆରମ୍ଭ କଲେ, ଏବଂ ସେମାନେ ଆଉ ବନ୍ଦ କଲେ ନାହିଁ।
26 ମାତ୍ର ଛାଉଣି ମଧ୍ୟରେ ଦୁଇଜଣ ପ୍ରାଚୀନ ଇଲଦଦ୍ ଓ ମେଦଦ୍ ରହିଲେ, ଯଦିଓ ସେମାନେ ତାଲିକାରେ ଥିଲେ, ସେମାନେ ତମ୍ବୁ ବାହାରକୁ ଆସି ନ ଥିଲେ। ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥାନ କଲା ଓ ସେମାନେ ଛାଉଣି ମଧ୍ୟରେ ରହି ଭବିଷ୍ୟଦ୍ କଥା ପ୍ରଗ୍ଭର ଆରମ୍ଭ କଲେ। 27 ତହୁଁ ଜଣେ ଯୁବକ ଦୌଡ଼ି ଯାଇ ମୋଶାଙ୍କୁ କହିଲା, “ଇଲଦଦ୍ ଓ ମେଦଦ୍ ଛାଉଣି ଭିତରେ ରହି ଭବିଷ୍ୟଦ୍ କଥା ପ୍ରଗ୍ଭର କରୁଅଛନ୍ତି।”
28 ତହିଁରେ ନୂନର ପୁତ୍ର ଯିହୋଶୂୟ ମୋଶାଙ୍କୁ କହିଲେ, “ହେ ମୋହର ମୁନିବ ମୋଶା, ସେମାନଙ୍କୁ ସ୍ଥଗିତ କରନ୍ତୁ।” ଯିହୋଶୂୟ ଯୁବକ ସମୟରୁ ମୋଶାଙ୍କର ଜଣେ ମନୋନୀତ ସହକାରୀ ଥିଲେ।
29 ମୋଶା ଉତ୍ତର ଦେଲେ, “ତୁମ୍ଭେ ମୋ’ ସକାଶୁ କ’ଣ ଈର୍ଷା କରୁଅଛୁ? ସଦାପ୍ରଭୁ ସମସ୍ତ ଲୋକଙ୍କୁ ଭବିଷ୍ୟଦ୍ବାଣୀ କରିବା ପାଇଁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ।”
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
ପ୍ରାର୍ଥନାର ଶକ୍ତି
13 ଯଦି କେହି ସଙ୍କଟରେ ପଡ଼ିଛି, ତା'ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା'ହେଲେ ସେ ଗୀତ ଗାଉ। 14 ଯଦି ତୁମ୍ଭ ମଧ୍ୟରୁ କେହି ଜଣେ ଅସୁସ୍ଥ ଅଛି, ତେବେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ[a] ଡାକିବା ଦରକାର। ସେମାନେ ପ୍ରଭୁଙ୍କ ନାମରେ ତାହାଙ୍କୁ ତେଲ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ। 15 ବିଶ୍ୱାସରେ କରାଯାଇଥିବା ସେହି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦେବ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତେବେ ପରମେଶ୍ୱର ତାହାକୁ କ୍ଷମା କରିବେ।
16 ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ। 17 ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ 18 ତା'ପରେ ଏଲୀୟ ବର୍ଷା ହେବା ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀରେ ପୁନଃ ଶସ୍ୟ ଉତ୍ପନ୍ନ ହେଲା।
ଆତ୍ମା ରକ୍ଷା କରିବା
19 ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ। 20 ଏହା ମନେରଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫେରାଇ ଆଣେ, ତେବେ ସେ ମୃତ୍ୟୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ୱାରା, ସେହି ଲୋକ ଅନେକ ପାପ କ୍ଷମାର କାରଣ ହୋଇପାରିଥାଏ।
ଆମକୁ ବିରୋଧ କରୁ ନ ଥିବା ଲୋକ ଆମ ନିଜର ଲୋକ
(ଲୂକ 9:49-50)
38 ଯୋହନ ଯୀଶୁଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ନାମ ନେଇ ଲୋକଙ୍କ ଦେହରୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭେମାନେ ଦେଖିଲୁ। ଆମ୍ଭେମାନେ ତାକୁ ମନା କରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।”
39 କିନ୍ତୁ ଯୀଶୁ କହିଲେ, “ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମୋ’ ନାମ ନେଇ ଶକ୍ତିର କାର୍ଯ୍ୟ କରିପାରେ, ସେ ମୋ’ ନାମରେ ଆଉ ଖରାପ କଥା କହି ପାରିବ ନାହିଁ।” 40 ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ। 41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତେବେ ତାକୁ ଏଥିପାଇଁ ନିଶ୍ଚୟ ପୁରସ୍କାର ମିଳିବ।
ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ
(ମାଥିଉ 18:6-9; ଲୂକ 17:1-2)
42 “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା। 43 ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 44 [a] 45 ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। ଦୁଇ ପାଦ ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ଛୋଟା ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 46 [b] 47 ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତେବେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ। 48 ମନୁଷ୍ୟକୁ ଖାଉଥିବା ନର୍କର କୀଟ କେବେ ମରେ ନାହିଁ କି ନର୍କର ନିଆଁ କେବେ ଲିଭେ ନାହିଁ।
49 “ନିଆଁରେ ପ୍ରତ୍ୟେକ ଲୋକକୁ ଦଣ୍ଡିତ କରାଯିବ।
50 “ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା'ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”
2010 by World Bible Translation Center