ତୀତସଙ୍କ ପ୍ରତି ପତ୍ର 1:5-9
Odia Holy Bible: Easy-to-Read Version
କ୍ରୀତୀଠାରେ ତୀତସଙ୍କ କାର୍ଯ୍ୟ
5 ମୁଁ ତୁମ୍ଭକୁ କ୍ରୀତୀଠାରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସେଠାରେ ତୁମ୍ଭକୁ ଏଥିପାଇଁ ମଧ୍ୟ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରତ୍ୟେକ ନଗରରେ ପ୍ରାଚୀନ ହେବା ଲୋକମାନଙ୍କୁ ବାଛି ପାରିବ। 6 ଏକ ପ୍ରାଚୀନ ହେବା ପାଇଁ ଜଣେ ଲୋକର ଯେଉଁ ଗୁଣ ଥିବା ଦରକାର, ସେଗୁଡ଼ିକ ହେଲା ସେ ନିର୍ଦ୍ଦୋଷ ଥିବେ। ତାହାଙ୍କର ଜଣେ ମାତ୍ର ସ୍ତ୍ରୀ ଥିବେ। ତାହାଙ୍କର ସନ୍ତାନମାନେ ବିଶ୍ୱାସୀ ହୋଇଥିବେ। ସେମାନେ ହିଂସ୍ର ଜୀବନଯାପନ କରୁ ନ ଥିବେ ଓ ଅନୁଶାସନହୀନ ନ ଥିବେ। 7 ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ୱରଙ୍କ କାମର ଯତ୍ନ ନେବା, ଅତଏବ ସେ ନିର୍ଦ୍ଦୋଷ ହେବା କଥା। ସେ ଗର୍ବୀ, ସ୍ୱାର୍ଥୀ ଓ ଶୀଘ୍ର କ୍ରୋଧୀ ହୋଇ ନ ଥିବେ। ସେ ଅତ୍ୟଧିକ ମଦ୍ୟ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହୋଇ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହେବା ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ। 8 ନିଜ ଘରେ ଲୋକମାନଙ୍କୁ ସ୍ୱାଗତ କରି ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ। ସେ ଉତ୍ତମ ବିଷୟକୁ ପ୍ରେମ କରୁଥିବେ, ଜ୍ଞାନୀ ହୋଇଥିବେ, ଧାର୍ମିକଭାବେ ଜୀବନଯାପନ କରୁଥିବେ, ପବିତ୍ର ହୋଇଥିବେ ଓ ନିଜକୁ ସଂଯମ କରି ପାରୁଥିବେ। ଆମ୍ଭେ ସତ୍ୟର ଯେଉଁ ରୂପରେ ଶିକ୍ଷା ପ୍ରଦାନ କରିଛୁ, ଜଣେ ପ୍ରାଚୀନ, ନିଷ୍ଠାପର ଭାବରେ ତାହା ପାଳନ କରୁଥିବେ। 9 ପ୍ରକୃତ ଶିକ୍ଷାକୁ ବ୍ୟବହାର କରି ଜଣେ ପ୍ରାଚୀନ ଲୋକମାନଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇଥିବେ ଏବଂ ପ୍ରକୃତ ଶିକ୍ଷାର ବିରୋଧୀମାନଙ୍କୁ ସେ ଯେପରି ଦେଖାଇ ଦେବାକୁ ସକ୍ଷମ ହେବେ ଯେ ସେମାନେ ଭୁଲ୍ ଅଟନ୍ତି।
Read full chapter2010 by Bible League International