Revised Common Lectionary (Complementary)
ପରମେଶ୍ୱରଙ୍କ ସେବକ ପ୍ରକୃତ ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି। 5 ମୋର ପ୍ରଭୁ ସଦାପ୍ରଭୁ ମୋର କର୍ଣ୍ଣକୁ ମୁକ୍ତ କରିଛନ୍ତି; ପୁଣି ମୁଁ ତାଙ୍କର ବିରୁଦ୍ଧାଗ୍ଭରୀ ହୋଇ ନାହିଁ କିମ୍ବା ପଛକୁ ଫେରି ନାହିଁ। 6 ମୁଁ ପ୍ରହାରକ ଦେବା ପାଇଁ ମୋର ପିଠି ଦେଖାଇ ଦେବି, ମୋର ଦାଢ଼ି ଉପାଡ଼ିବା ପାଇଁ ମୋର ଗାଲ ଦେଖାଇ ଦେବି, ପୁଣି ଅପମାନିତ ହେବାକୁ ଛେପ ପକାଇବାକୁ ମୋର ମୁହଁ ଲୁଗ୍ଭଇବି ନାହିଁ। 7 ମୋର ପ୍ରଭୁ ସଦାପ୍ରଭୁ ମୋତେ ସାହାଯ୍ୟ କରିବେ; ତେଣୁ ସେମାନଙ୍କର ଅପମାନ ମୋତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମୋର ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହେବି ନାହିଁ।
8 ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ। 9 ଦେଖ, ସଦାପ୍ରଭୁ, ମୋର ପ୍ରଭୁ ମୋତେ ସାହାଯ୍ୟ କରିବେ। ତେଣୁ କିଏ ମୋତେ ଦୋଷୀ କରିବ? ସେମାନେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହେବେ ଓ କୀଟ ସେଗୁଡ଼ିକୁ ଗ୍ରାସ କରିବ।
116 ମୁଁ ତାଙ୍କୁ ପ୍ରେମ କରେ,
କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
2 ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।
3 ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
5 ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
6 ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
7 ହେ ମୋର ପ୍ରାଣ, ବିଶ୍ରାମ କର।
ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
8 ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
ମୋର ଲୋତକ ବନ୍ଦ କଲ।
ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କଲ।
9 ଜୀବିତମାନଙ୍କ ଦେଶରେ
ମୁଁ ସଦାପ୍ରଭୁଙ୍କ ସେବା କରିବି।
କଥା କହିବାରେ ସଂଯତ ହେବା
3 ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ ଅନେକ ଶିକ୍ଷକ ହେବା ଉଚିତ୍ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଗ୍ଭରିତ ହେବୁ।
2 ଆମ୍ଭେ ସମସ୍ତେ ଅନେକ ଭୁଲ୍ କରୁ। ଯଦି ଜଣେ ଲୋକ କୌଣସି ଭୁଲ୍ କଥା କହି ନାହିଁ, ତା'ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ୟ ସଂଯତ କରି ପାରିବ। 3 ଘୋଡ଼ାମାନଙ୍କୁ ନିଜ ବଶରେ ରଖିବା ପାଇଁ ସେମାନଙ୍କ ମୁହଁରେ ଆମ୍ଭେ ଲଗାମ ଲଗାଇଥାଉ। ଆମ୍ଭେ ଏହିପରି ଭାବରେ ସେମାନଙ୍କର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ। 4 ସମୁଦ୍ରର ଜାହାଜ କ୍ଷେତ୍ରରେ ମଧ୍ୟ ସେହିପରି ହୋଇଥାଏ। ଜାହାଜଟି ଆକାରରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ୱାରା ଗ୍ଭଳିତ ହୋଇଥାଏ। କିନ୍ତୁ ଛୋଟ ମଙ୍ଗଟି ସେହି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ଯନ୍ତ୍ରଟିକୁ ଗ୍ଭଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ଯିବ। ସେ ଲୋକ ଯେଉଁଠାକୁ ଗ୍ଭହେଁ, ଜାହାଜଟି ସେଠାକୁ ଯାଏ। 5 ଆମ୍ଭ ଜିହ୍ୱା ନିମନ୍ତେ ମଧ୍ୟ ଏହି ବିଷୟ ସମାନ ଅଟେ। ଜିହ୍ୱାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ୟଧିକ ମାତ୍ରାରେ ଗର୍ବ କରିଥାଏ।
ଯେଉଁ ଛୋଟ ଅଗ୍ନିଶିଖାଟି ଗୋଟିଏ ବଡ଼ ଜଙ୍ଗଲରେ ନିଆଁ ଲଗେଇ ଦେଇ ପାରିବ। 6 ଜିହ୍ୱା ହେଉଛି ଏକ ଛୋଟ ଅଗ୍ନିଶିଖା ଭଳି। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତରେ ଜିହ୍ୱା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ୱା ଆମ୍ଭ ଶରୀର ମାଧ୍ୟମରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ। ଜିହ୍ୱା ଏହି ଅଗ୍ନିକୁ ନରକରୁ ପାଇଥାଏ।
7 ମଣିଷ ପ୍ରତ୍ୟେକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପାରେ ଓ କରିଛି ମଧ୍ୟ। 8 କିନ୍ତୁ କୌଣସି ମଣିଷ ଜିହ୍ୱାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷଯୁକ୍ତ ଘାତକ ଅଟେ। 9 ଏହି ଜିହ୍ୱା ଦ୍ୱାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତା'ପରେ ପରମେଶ୍ୱର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ୟରେ ତିଆରି କରିଛନ୍ତି, ସେହି ଲୋକମାନଙ୍କୁ ଅଭିଶାପ ଦେଉ। 10 ଗୁଣଗାନ ଓ ଅଭିଶାପ ସେହି ଗୋଟିଏ ମୁହଁରୁ ବାହାରେ! ମୋ’ ଭାଇ ଓ ଭଉଣୀମାନେ, ଏଭଳି ହେବା ଉଚିତ୍ ନୁହେଁ। 11 ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ’ଣ ଝରି ଆସିପାରେ? ନା! 12 ମୋ’ ଭାଇ ଓ ଭଉଣୀମାନେ, ଡିମିରିଗଛରେ କ’ଣ ଜିତ ଫଳ ଫଳେ? ନା! ଦ୍ରାକ୍ଷାଲତା କ’ଣ ଡିମିରି ଉତ୍ପନ୍ନ କରିପାରେ? ନା! ଗୋଟିଏ ଲୁଣିଆ ପାଣିର କୂଅ କେବେ ମିଠା ପାଣି ଦେଇପାରେ ନାହିଁ।
ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ
(ମାଥିଉ 16:13-20; ଲୂକ 9:18-21)
27 ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”
28 ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”
29 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”
30 ତା'ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”
ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ
(ମାଥିଉ 16:21-28; ଲୂକ 9:22-27)
31 ତା'ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁତ୍ଥାନ ହେବେ।” 32 ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ।
ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। 33 ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ'ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।”
34 ତା'ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ। 35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ। 36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି? 37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ। 38 ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”
2010 by World Bible Translation Center