Revised Common Lectionary (Complementary)
116 ମୁଁ ତାଙ୍କୁ ପ୍ରେମ କରେ,
କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
2 ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।
3 ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
5 ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
6 ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
7 ହେ ମୋର ପ୍ରାଣ, ବିଶ୍ରାମ କର।
ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
8 ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
ମୋର ଲୋତକ ବନ୍ଦ କଲ।
ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କଲ।
9 ଜୀବିତମାନଙ୍କ ଦେଶରେ
ମୁଁ ସଦାପ୍ରଭୁଙ୍କ ସେବା କରିବି।
22 ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।”
23 ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା'ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ।
24 ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ। 25 ଯିହୋଶୂୟ ରାହାବକୁ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।
26 ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ,
“ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ,
ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ,
ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ
ତହିଁର ଭିତ୍ତିମୂଳ ସ୍ଥାପନ କରିବ
ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ
ତହିଁର ଦ୍ୱାରମାନ ସ୍ଥାପନ କରିବ।”
27 ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା।
ଯିହୂଦୀ ନେତାମାନେ ଯୀଶୁଙ୍କ ଅଧିକାରକୁ ସନ୍ଦେହ କଲେ
(ମାର୍କ 11:27-33; ଲୂକ 20:1-8)
23 ଯୀଶୁ ମନ୍ଦିର ପରିସରକୁ ଗଲେ। ସେଠାରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନଯାଜକ ଓ ଲୋକମାନଙ୍କର ପ୍ରାଚୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାରରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”
24 ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ତୁମ୍ଭେମାନେ ଯଦି ମୋ’ ପ୍ରଶ୍ନର ଉତ୍ତର ଦେଇ ପାରିବ, ତେବେ ମୁଁ କହିବି ଯେ ଏଭଳି କାମ କରିବାକୁ ମୋର କେଉଁ ଅଧିକାର ରହିଛି। 25 କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?” ପରମେଶ୍ୱରଙ୍କ ପାଖରୁ ନା ମଣିଷ ପାଖରୁ?”
ମୁଖ୍ୟ ଯାଜକ ଓ ପ୍ରାଚୀନ ନେତାମାନେ ଯୀଶୁଙ୍କ ପ୍ରଶ୍ନ ବିଷୟରେ ଆଲୋଚନା କଲେ।” ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, ‘ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା,’ ତେବେ ଯୀଶୁ ପଗ୍ଭରିବେ, ‘ତେବେ ଯୋହନଙ୍କୁ ତୁମ୍ଭେମାନେ କାହିଁକି ବିଶ୍ୱାସ କଲ ନାହିଁ?’ 26 କିନ୍ତୁ ଆମ୍ଭେ ଯଦି କହିବା, ‘ଏହା ମନୁଷ୍ୟ ପାଖରୁ ଆସିଛି,’ ତେବେ ଏଠାରେ ଜମା ହୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭେମାନେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସେମାନେ ସମସ୍ତେ ଯୋହନଙ୍କୁ ଭବିଷ୍ୟଦ୍ବକ୍ତା ରୂପେ ବିଶ୍ୱାସ କରନ୍ତି।”
27 ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା, ଆମ୍ଭେ ତାହା ଜାଣି ନାହୁଁ।”
ଯୀଶୁ କହିଲେ, “ତେବେ କେଉଁ ଅଧିକାରରେ ମୁଁ ଏସମସ୍ତ କାର୍ଯ୍ୟ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।
ଯୀଶୁ ଦୁଇ ପୁଅର କାହାଣୀ କହିଲେ
28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’
29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
30 “ତା'ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ।
31 “ତେବେ କୁହ, ‘କେଉଁ ପୁଅ ତା'ର ବାପାଙ୍କ ବାଧ୍ୟ ହେଲା?”
ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” 32 ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।
2010 by World Bible Translation Center