Revised Common Lectionary (Complementary)
10 ମୁଁ ନିଜକୁ କହିଲି ମୁଁ ଆପଣା ଆୟୁର ମଧ୍ୟାହ୍ନ ସମୟରେ ପାତାଳପୁର ଦ୍ୱାରରେ ପ୍ରବେଶ କରିବି।
ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହେଲି।
11 ତେଣୁ ମୁଁ କହିଲି, “ମୁଁ ସଦାପ୍ରଭୁଙ୍କୁ ଜୀବିତମାନଙ୍କ ଦେଶରେ ଦେଖିବି ନାହିଁ।
ପୁଣି ଏ ଜଗତରେ ଜୀବିତମାନଙ୍କୁ ମଧ୍ୟ ଦେଖିବି ନାହିଁ।
12 ମେଷପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମୋର ଆୟୁକୁ ମୋ'ଠାରୁ ଦୂରୀକୃତ କରାଯାଇଛି।
ମୋର ଜୀବନକୁ ତନ୍ତପରି ଗୁଡ଼ାଇ ଅଛି।
ସେ ମୋତେ ତନ୍ତରୁ କାଟି ପକାଇବେ।
ଏକ ଦିବାରାତ୍ରି ସମୟ ମଧ୍ୟରେ ମୋର ଜୀବନ ନିଃଶେଷ କରି ଦେବ।
13 ମୁଁ ସାହାଯ୍ୟ ପାଇଁ ପ୍ରଭାତ ପର୍ଯ୍ୟନ୍ତ କ୍ରନ୍ଦନ କଲି।
ଯେପରି ସିଂହ ମୋର ଅସ୍ଥିସବୁ ଚୂର୍ଣ୍ଣ କରୁଅଛି।
ଏକ ଦିବାରାତ୍ର ସ୍ୱଳ୍ପ ସମୟ ମଧ୍ୟରେ ତୁମ୍ଭେ ମୋତେ ଶେଷ କରିବ।
14 ମୁଁ କପୋତ, ଗ୍ଭତକ
ଓ ସାରସ ପକ୍ଷୀ ପରି ଶବ୍ଦ କଲି।
ଉପରକୁ ଦୃଷ୍ଟି କରି କରି
ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା।
ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ,
ତୁମ୍ଭେ ମୋତେ ସାହାଯ୍ୟ କର।”
15 ମୁଁ କ’ଣ କହିବି?
ଯେତେବେଳେ ସେ ମୋତେ କହି ଅଛନ୍ତି
ଓ ତାହା ନିଜେ ସାଧନ କରିଛନ୍ତି।
ମୋର ଆତ୍ମା ତିକ୍ତତା ସକାଶେ
ମୁଁ ବର୍ଷଯାକ ଧୀରେ ଧୀରେ ଗ୍ଭଲିବି।
16 ହେ ପ୍ରଭୋ, ଏହିସବୁ ଦ୍ୱାରା ଲୋକେ ବଞ୍ଚନ୍ତି।
ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ
ମୋର ଆତ୍ମାର ଜୀବନ ଅଛି।
ଏଣୁ ତୁମ୍ଭେ ମୋତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।
17 ଦେଖ, ମୋର ଦୁଃଖ ଗ୍ଭଲିଯାଇଛି,
ବର୍ତ୍ତମାନ ମୋର ଶାନ୍ତି ଆସିଛି।
ମାତ୍ର ତୁମ୍ଭେ ମୋତେ ପ୍ରେମ କରି
ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ।
କାରଣ ତୁମ୍ଭେ ମୋତେ କ୍ଷମା କରି
ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ।
18 ପାତାଳ ତୁମ୍ଭକୁ ଧନ୍ୟବାଦ ଦେଇ ପାରିବ ନାହିଁ।
ମୃତ୍ୟୁ ତୁମ୍ଭର ପ୍ରଶଂସା ଗାନ କରି ପାରିବ ନାହିଁ।
ତେଣୁ ମର୍ତ୍ତଗାମୀମାନେ
ତୁମ୍ଭର ବିଶ୍ୱସ୍ତତା ଘୋଷଣା କରିବେନି।
19 ମୁଁ ଯେପରି କରୁଅଛି ସେହିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ।
ଜଣେ ପିତା ତା'ର ସନ୍ତାନଗଣଙ୍କୁ
ତୁମ୍ଭର ସତ୍ୟତା ଜ୍ଞାନ ବିଶ୍ୱାସ କରାଇବେ।
20 ତେଣୁ ମୁଁ କହିବି, “ସଦାପ୍ରଭୁ ମୋତେ ପରିତ୍ରାଣ କଲେ।
ତେଣୁ ଆମ୍ଭେମାନେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିରରେ ତାରଯୁକ୍ତ ଯନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।”
9 ତେଣୁ ପଲେଷ୍ଟୀୟମାନେ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ। ସେମାନଙ୍କର ସୈନ୍ୟ ଯୁଦ୍ଧ ପାଇଁ ସେଠାରେ ନିଜକୁ ପ୍ରସ୍ତୁତ କଲେ। 10 ସେମାନଙ୍କର ସୈନ୍ୟମାନେ ସେଠାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ, ଯିହୁଦା ପରିବାରବର୍ଗର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ହେ ପଲେଷ୍ଟୀୟଗଣ, ତୁମ୍ଭେମାନେ କାହିଁକି ଆମ୍ଭ ସହିତ ଯୁଦ୍ଧ କରିବା ପାଇଁ ଆସିଛ?”
ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଶାମ୍ଶୋନଙ୍କୁ ନେବା ପାଇଁ ଆସିଅଛୁ। ଆମ୍ଭେ ତାଙ୍କୁ ଆମ୍ଭର ବନ୍ଦୀ କରିବାକୁ ଗ୍ଭହୁଁ। ସେ ଆମ୍ଭର ଲୋକଙ୍କ ସହିତ ଯାହା କଲେ, ଆମ୍ଭେ ତାଙ୍କୁ ଦଣ୍ତ ଦେବା ପାଇଁ ଗ୍ଭହୁଁ।”
11 ଏହା ପରେ ଯିହୁଦାର 3,000 ପରିବାରବର୍ଗ ଶାମ୍ଶୋନଙ୍କ ଏଟମ୍ ଶୈଳର ଗୁମ୍ଫା ନିକଟକୁ ଗଲେ ଏବଂ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମ୍ଭର ପ୍ରଭୁ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?”
ଶାମ୍ଶୋନ୍ ସେମାନଙ୍କୁ ଉତ୍ତର ଦେଲେ, ଯେ “ସେମାନେ ମୋ’ ପାଇଁ ଯେପରି କଲେ, ମୁଁ ତାଙ୍କ ପାଇଁ ସେହିପରି କଲି।”
12 ଏହା ପରେ ସେମାନେ ଶାମ୍ଶୋନଙ୍କୁ କହିଲେ, “ଆମ୍ଭେମାନେ ଆସିଛୁ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦେବୁ।”
ଶାମ୍ଶୋନ୍ ଯିହୁଦା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତିଜ୍ଞା କର ତୁମ୍ଭେମାନେ ମୋତେ ହତ କରିବ ନାହିଁ।”
13 ଯିହୁଦାର ଲୋକମାନେ କହିଲେ, “ଆମ୍ଭେ ଏହି ପ୍ରସ୍ଥାବରେ ରାଜିଅଛୁ। ଆମ୍ଭେ କେବଳ ତୁମ୍ଭକୁ ଧରିବୁ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦେବୁ। ଆମ୍ଭେ ପ୍ରତିଜ୍ଞା କରୁଛୁ ତୁମ୍ଭକୁ କେବେ ହତ୍ୟା କରିବୁ ନାହିଁ।” ତେଣୁ ସେମାନେ ଦୁଇଟି ନୂତନ ରସିରେ ଶାମ୍ଶୋନ୍କୁ ବାନ୍ଧି ଶୈଳ ବାହାରକୁ ଆଣିଲେ।
14 ସେ ଯେତେବେଳେ ଲିହୀ ରାଜ ପ୍ରାସାଦରେ ପହଞ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକୁ ଆସିଲେ। ସେମାନେ ଖୁସୀରେ ଜୟ ଜୟ ଧ୍ୱନି କରୁଥିଲେ। ଏହା ପରେ ତାଙ୍କ ଉପରକୁ ସଦାପ୍ରଭୁଙ୍କର ଆତ୍ମା ଯେତେବେଳେ ଆସିଲା, ସେ ଶକ୍ତିଶାଳୀ ହୋଇ ଉଠିଲେ। ଶାମ୍ଶୋନ୍ ଦୌଡ଼ିଟିକୁ ଛିଣ୍ତାଇ ଦେଲେ, ତାଙ୍କ ହାତରୁ ଦଉଡ଼ିଗୁଡ଼ିକ ମିଳାଇ ଗଲାପରି ଏବଂ ପୋଡ଼ାସୂତା ପରି ଝରି ପଡ଼ିଲା। 15 ଶାମ୍ଶୋନ୍ ଗୋଟିଏ ଗଧର କଞ୍ଚା ଥୋମଣି ପାଇଲେ ସେ ସେଥିରେ ସେଠାରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ୟା କଲେ।
16 ଏହା ପରେ ଶାମ୍ଶୋନ୍ କହିଲେ,
“ଗଧର ହନୁହାଡ଼ ଫୁଙ୍ଗି
ମୁଁ 1,000 ପୁରୁଷ ପଦାକଲି!”
17 ଯେତେବେଳେ ଶାମ୍ଶୋନ୍ ଏ କଥା କହିଲେ, ତା'ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମତ୍ଲିହୀ[a] (ଥୋମଣି ଗିରି) ରହିଲା।
18 ଶାମ୍ଶୋନ୍ ବହୁତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବେଦନ କଲେ, “ମୁଁ ତୁମ୍ଭର ଦାସ, ତୁମ୍ଭେ ମୋତେ ମହତ ବିଜୟ ଦେଇଅଛ। ଏବେ ମୁଁ ଶୋଷରେ ମରୁଛି। ମୁଁ ଅସୁନ୍ନତ ଲୋକମାନଙ୍କ ହସ୍ତରେ ପଡ଼ିବାକୁ ଯାଉଛି, ତେଣୁ ମୋତେ ରକ୍ଷା କର।”
19 ପରମେଶ୍ୱର ଲିହୀସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରିବାରୁ ତହିଁରୁ ଜଳ ନିର୍ଗତ ହେଲା। ଶାମ୍ଶୋନ୍ ସେହି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫେରି ଆସିଲା। ସେ ଏହି ସ୍ଥାନର ନାମ ଐନ୍ହକ୍କରୀ[b] ଦେଲେ। ଯାହାକି ଏବେ ପର୍ଯ୍ୟନ୍ତ ଲିହୀରେ ଅଛି।
20 ତେଣୁ ଶାମ୍ଶୋନ୍ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହୋଇ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଲେ। ଯାହାକି ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ
(ମାର୍କ 9:14-29; ଲୂକ 9:37-43କ)
14 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। 15 ସେ କହିଲା, “ପ୍ରଭୁ, ମୋର ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି। ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ି ଯାଉଛି। 16 ମୁଁ ତାକୁ ତୁମ୍ଭ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।”
17 ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।” 18 ତା'ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା’ ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା।
19 ତା'ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳାରେ ଭେଟି ପଗ୍ଭରିଲେ, “ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇ ପାରିଲୁ ନାହିଁ?”
20 ଯୀଶୁ କହିଲେ, “ତାହା କେବଳ ତୁମ୍ଭର ଅଳ୍ପ ବିଶ୍ୱାସର ଯୋଗୁଁ ହେଲା। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭର ଯଦି ଗୋଟିଏ ସୋରିଷ ଦାନା ପରିମାଣର ମଧ୍ୟ ବିଶ୍ୱାସ ଅଛି, ତେବେ ତୁମ୍ଭେ ଏହି ପର୍ବତକୁ କହିପାରିବ, ‘ଏ ଜାଗାରୁ ସେ ଜାଗାକୁ ଗ୍ଭଲିଯାଅ,’ ଏବଂ ପର୍ବତ ଗ୍ଭଲିଯିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହୋଇ ରହିବ ନାହିଁ।’’ 21 (ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।)[a]
2010 by World Bible Translation Center