Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 34:9-14

ସଦାପ୍ରଭୁଙ୍କ ପବିତ୍ର ଭକ୍ତଗଣ ପରମେଶ୍ୱରଙ୍କ ଉପାସନା କର।
    ଯେଉଁ ଲୋକମାନେ ପରମେଶ୍ୱରଙ୍କ ଉପାସନା କରନ୍ତି, ସେମାନେ ଦରକାର କରୁଥିବା ବସ୍ତୁ ସର୍ବଦା ପାଇଥା’ନ୍ତି।
10 ଶକ୍ତିଶାଳୀ ଲୋକମାନେ ମଧ୍ୟ ଦୁର୍ବଳ ଓ ଭୋକିଲା ହେବେ।
    କିନ୍ତୁ ଯେଉଁ ଲୋକମାନେ ପରମେଶ୍ୱରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସେମାନଙ୍କର ସବୁକିଛି ମଙ୍ଗଳ ଘଟିବ।
11 ହେ ପିଲାମାନେ, ଆସ ମୋ’ କଥା ଶୁଣ;
    କିପରି ସଦାପ୍ରଭୁଙ୍କୁ ସମ୍ମାନ କରାଯାଏ ମୁଁ ତୁମ୍ଭକୁ ଶିକ୍ଷା ଦେବି।
12 ଯଦି ଜଣେ ବ୍ୟକ୍ତି ଜୀବନକୁ ଭଲ ପାଏ
    ଏବଂ ସେ ଦୀର୍ଘ ନିରାମୟ ଜୀବନଯାପନ କରିବାକୁ ଇଚ୍ଛା କରେ।
13 ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର
    ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।
14 ମନ୍ଦକାର୍ଯ୍ୟ କରିବା ବନ୍ଦ କର।
କେବଳ ଉତ୍ତମ କାର୍ଯ୍ୟ କର।
    ଶାନ୍ତି ପାଇଁ କାର୍ଯ୍ୟ କର।
    ଶାନ୍ତି ପାଇଲା ପର୍ଯ୍ୟନ୍ତ ଶାନ୍ତି ପଛରେ ଦୌଡ଼।

ଆୟୁବ ପୁସ୍ତକ 13:1-19

13 ଆୟୁବ ଉତ୍ତର ଦେଲା, “ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି।
    ମୁଁ ତୁମ୍ଭର ପ୍ରତ୍ୟେକ କଥା ଶୁଣିଅଛି।
    ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ୟ।
ଯାହା ତୁମ୍ଭେମାନେ ଜାଣିଛ ତାହା ମୁଁ ବି ଜାଣିଛି।
    ମୁଁ ତୁମ୍ଭଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ।
ମୁଁ ତୁମ୍ଭ ସହିତ ତର୍କ କରିବାକୁ ଗ୍ଭହୁଁ ନାହିଁ।
    ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ କହିବାକୁ ଗ୍ଭହେଁ।
    ମୁଁ ପରମେଶ୍ୱରଙ୍କ ସହିତ ମୋ’ ବିପଦ ସମ୍ପର୍କରେ ଯୁକ୍ତି କରିବାକୁ ଇଚ୍ଛା କରେ।
କିନ୍ତୁ ତୁମ୍ଭେମାନେ ଏକ କୁହୁକ ବିଦ୍ୟାକାରୀ
    ଏବଂ ମୂଲ୍ୟହୀନ ବୈଦ୍ୟ ଅଟ।
ମୁଁ ଗ୍ଭହେଁ ତୁମ୍ଭେ ଅନ୍ତତଃ ନୀରବ ରୁହ
    ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।

“ଏବେ ମୋର ଯୁକ୍ତି ଶୁଣ।
    ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ୟ ଶୁଣ।
ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷରେ ମିଥ୍ୟା କଥା କହିବ?
    ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ତୁମ୍ଭର ମିଥ୍ୟା କଥା ପରମେଶ୍ୱରଙ୍କ ଦ୍ୱାରା ସମର୍ଥିତ ହେବ?
ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ,
    କେବଳ ସେ ପରମେଶ୍ୱର ବୋଲି?
    ତୁମ୍ଭେ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ କି?
ଯଦି ପରମେଶ୍ୱର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ,
    ଏହା କ’ଣ ଭଲ ହେବ ଯେ ତୁମ୍ଭକୁ ପରମେଶ୍ୱର ଠିକ୍ ବୋଲି କହିବେ?
ତୁମ୍ଭେ କ’ଣ ସତରେ ଭାବୁଛ ତୁମ୍ଭେ ପରମେଶ୍ୱରଙ୍କୁ ପ୍ରତାରିତ କରିବ,
    ଯେମିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର?
10 ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ୟାୟାଳୟରେ ଜଣକ ପକ୍ଷ ସମର୍ଥନ କର
    କାରଣ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତାହାହେଲେ ପରମେଶ୍ୱର ତୁମ୍ଭକୁ ସମାଲୋଚନା କରିବେ।
11 ପରମେଶ୍ୱରଙ୍କ ମହତ୍ତ୍ୱ କ’ଣ ତୁମ୍ଭକୁ ଡରାଇବ ନାହିଁ?
    ତୁମ୍ଭେ ତାଙ୍କ ଦ୍ୱାରା ଭୟଭୀତ ହେଉ ନାହଁ।
12 ତୁମ୍ଭର ଯୁକ୍ତି ସବୁ ଅସାର।
    ତୁମ୍ଭର ଉତ୍ତର ସବୁ ମୂଲ୍ୟହୀନ।

13 “ତୁମ୍ଭେ ଚୁପ୍ ରୁହ ଏବଂ ମୋତେ କହିବାକୁ ଦିଅ।
    ଯାହା ମୋ’ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
14 ମୁଁ ନିଜକୁ ବିପଦରେ ପକାଇବି
    ଏବଂ ମୋ’ ଜୀବନ ନିଜ ହାତରେ ଦେବି।
15 ସେ ମୋତେ ମାରି ଦେଇ ପାରନ୍ତି, ମୁଁ ଭରସା ବିହିନ।
    ତଥାପି ତାଙ୍କ ସମ୍ମୁଖରେ ମୋର ପକ୍ଷ ପ୍ରସ୍ତୁତ କରିବି।
16 ଯଦି ପରମେଶ୍ୱର ମୋତେ ମୁକ୍ତି ପ୍ରଦାନ କରନ୍ତି, ଏହା କେବଳ ମୋର ସାହସିକ ବକ୍ତବ୍ୟ ପାଇଁ।
    କୌଣସି ଦୁଷ୍ଟ ବ୍ୟକ୍ତି କେବେ ପରମେଶ୍ୱରଙ୍କ ସମ୍ମୁଖକୁ ଆସିବାକୁ ସାହସ କରିବେ ନାହିଁ।
17 ମୁଁ ଯାହା କରୁଛି, ମୋ’ କଥା ମନୋଯୋଗ ଦେଇ ଶୁଣ।
    ମୋତେ ବୁଝାଇ କହିବାକୁ ଦିଅ।
18 ମୁଁ ବର୍ତ୍ତମାନ ମୋ’ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ।
    ମୁଁ ସତର୍କତାର ସହିତ ମୋର ତର୍କ ଉପସ୍ଥାପନ କରିବି।
    ମୁଁ ଜାଣେ, ମୁଁ ଶେଷରେ ନିଜକୁ ସରଳ ବୋଲି ପ୍ରମାଣିତ କରି ପାରିବି।
19 ଯଦି କୌଣସି ବ୍ୟକ୍ତି ପ୍ରମାଣ କରିପାରେ ଯେ ମୁଁ ଭୁଲ୍
    ତା'ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ୍ ହୋଇଯିବି।

ଯୋହନ ଲିଖିତ ସୁସମାଗ୍ଭର 4:7-26

ସେତିକିବେଳେ ଜଣେ ଶମିରୋଣୀୟା ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ, “ମୋତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।” ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।

ସେହି ଶମିରୋଣୀୟା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ।” ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।

10 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା'ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”

11 ସେହି ସ୍ତ୍ରୀଲୋକଟି କହିଲା, “ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। 12 ଆପଣ କ'ଣ ଆମ ପୂର୍ବପୁରୁଷ ଯାକୁବଙ୍କଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।”

13 ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହେବ। 14 କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”

15 ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, “ମହାଶୟ, ମୋତେ ସେହି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।”

16 ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।”

17 ସ୍ତ୍ରୀଲୋକଟି କହିଲା, “କିନ୍ତୁ ମୋର ସ୍ୱାମୀ ନାହିଁ।”

ଯୀଶୁ କହିଲେ, “ଠିକ୍ କଥା କହିଛ ତୁମ୍ଭର ସ୍ୱାମୀ ନାହିଁ। 18 ପ୍ରକୃତରେ ତୁମ୍ଭର ପାଞ୍ଚ ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ୱାମୀ ନୁହେଁ। ତୁମ୍ଭେ ମୋତେ ସତ୍ୟ କହିଲ।”

19 ସ୍ତ୍ରୀଲୋକଟି କହିଲା, “ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା। 20 ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ଯିରୁଶାଲମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।”

21 ଯୀଶୁ ତାହାକୁ କହିଲେ, “ହେ ନାରୀ, ମୋତେ ବିଶ୍ୱାସ କର। ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମପିତାଙ୍କର ଉପାସନା ଏ ପର୍ବତରେ କି ଯିରୁଶାଲମରେ କରିବ ନାହିଁ। 22 ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ। 23 ଏପରି ସମୟ ଆସୁଛି, ଯେତେବେଳେ ପ୍ରକୃତ ଉପାସକମାନେ ପରମପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ, ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଗ୍ଭହାନ୍ତି। 24 ପରମେଶ୍ୱର ହିଁ ଆତ୍ମା। ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ୍।”

25 ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।”

26 ଯୀଶୁ ତାହାକୁ କହିଲେ, “ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center