Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 7:7-15

ଓଳମର ଦର୍ଶନ

ସଦାପ୍ରଭୁ ଏହି ଜିନିଷ ମୋତେ ଦେଖାଇଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡ଼ା ହେଲେ। କାନ୍ଥ ଓଳମ ଦ୍ୱାରା ସଳଖ କରାଯାଏ। ସଦାପ୍ରଭୁ ମୋତେ କହିଲେ, “ହେ ଆମୋଷ କ’ଣ ଦେଖୁଛ?”

ମୁଁ ଉତ୍ତରରେ କହିଲି, “ତାହା ଏକ ଓଳମ।”

ତା'ପରେ ମୋର ପ୍ରଭୁ କହିଲେ, “ଦେଖ, ଆମ୍ଭେ ଇସ୍ରାଏଲର ଆପଣା ଲୋକମାନଙ୍କ ମଧ୍ୟରେ ଏକ ଓଳମ ରଖିବା। ଆମ୍ଭେ ସେମାନଙ୍କର ‘କୁକର୍ମ ସବୁକୁ’ ହେୟଜ୍ଞାନ କରିବା ନାହିଁ। ଇ‌‌ସ୍‌‌ହାକର ଉଚ୍ଚସ୍ଥାନ ଧ୍ୱଂସ ହେବ। ଇସ୍ରାଏଲର ପବିତ୍ର ସ୍ଥାନଗୁଡ଼ିକ ପଥରରେ ପରିଣତ ହେବ। ଆମ୍ଭେ ‌‌ଖ‌ଡ଼୍‌ଗ ଦ୍ୱାରା ଯାରବିୟାମର ପରିବାରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ହତ୍ୟା କରିବା।”

ଅମ‌‌‌‌ତ୍‌‌‌‌ସିୟ ଆମୋଷଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରନ୍ତି

10 ବୈଥେ‌ଲ୍‌ର ଯାଜକ ଅମ‌‌‌‌ତ୍‌‌‌‌ସିୟ ଏହି ବାର୍ତ୍ତା ଇସ୍ରାଏଲର ରାଜା ଯାରବିୟାମଙ୍କୁ ପଠାଇଲେ, “ଆମୋଷ ତୁମ୍ଭ ବିରୁଦ୍ଧରେ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁ ନାହିଁ। 11 ଆମୋଷ କହୁଛନ୍ତି, ‘ଯାରବିୟାମ୍ ‌‌ଖ‌ଡ଼୍‌ଗରେ ନିହତ ହେବେ ଏବଂ ଇସ୍ରାଏଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆଯିବ।’”

12 ଅମ‌‌‌‌ତ୍‌‌‌‌ସିୟ ମଧ୍ୟ ଆମୋଷକୁ କହିଥିଲେ, “ହେ ଦର୍ଶକ ଯିହୁଦାକୁ ଯାଅ ଓ ସେଠାରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର। 13 କିନ୍ତୁ ଆଉ ବୈଥେ‌ଲ୍‌ରେ ପ୍ରଗ୍ଭର କର ନାହିଁ। ଏହା ଯାରବିୟା‌‌ମ୍‌‌ଙ୍କ ପବିତ୍ର ସ୍ଥାନ। ଏହା ଇସ୍ରାଏଲର ମନ୍ଦିର।”

14 ତା'ପରେ ଆମୋଷ ଅମ‌‌‌‌ତ୍‌‌‌‌ସିୟଙ୍କୁ ଉତ୍ତର ଦେଲେ, “ମୁଁ ଜଣେ ପେଷାଦାର ଭବିଷ୍ୟ‌ଦ୍‌ବକ୍ତା ନୁହେଁ। ଆଉ ମଧ୍ୟ ମୁଁ ଭବିଷ୍ୟ‌ଦ୍‌ବକ୍ତାର ପରିବାରରୁ ଆସିନାହିଁ। ମୁଁ କେବଳ ମେଷପାଳନ କରେ ଓ ଡିମ୍ବିରି ବୃକ୍ଷର ଯତ୍ନ ନିଏ। 15 ମୁଁ ଜଣେ ମେଷପାଳକ ଥିଲି ଓ ସଦାପ୍ରଭୁ ମୋତେ ଆଣି କହିଲେ, ‘ଯାଅ ଓ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର।’

ଗୀତସଂହିତା 85:8-13

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ଏଫିସୀୟଙ୍କ ପ୍ରତି ପତ୍ର 1:3-14

ଯୀଶୁଙ୍କଠାରେ ଥିବା ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଆଶୀର୍ବାଦ

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି। ଖ୍ରୀଷ୍ଟଙ୍କଠାରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ୱର ଆମ୍ଭକୁ ତାହାଙ୍କ ସମ୍ମୁଖରେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଆଦରରେ ବାଛି ଥିଲେ। ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା। ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ସକାଶେ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ୱର ପ୍ରେମ କରନ୍ତି, ସେହି ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମ୍ଭକୁ ସେହି ଅନୁଗ୍ରହ ମୁକ୍ତ ଭାବରେ ଦେଇଥା’ନ୍ତି।

ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ୟମରେ ମୁକ୍ତ ହୋଇଛୁ। ପରମେଶ୍ୱରଙ୍କ ବହୁମୂଲ୍ୟ ଅନୁଗ୍ରହ ଦ୍ୱାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ। ପରମେଶ୍ୱର ଏହି ଅନୁଗ୍ରହ ପୂର୍ଣ୍ଣ ଭାବରେ ଓ ମୁକ୍ତ ଭାବରେ ଦେଇଛନ୍ତି। ପରମେଶ୍ୱର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ୱାରା ତାହାଙ୍କର ନିଗୂଢ଼ତତ୍ତ୍ୱ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ୱର ଏହା ଗ୍ଭହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ୱାରା କରିବା ପାଇଁ ଯୋଜନା କରିଥିଲେ। 10 ପରମେଶ୍ୱରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସ୍ୱର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡ଼ିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ୱରୂପ ହେବେ।

11 ପରମେଶ୍ୱର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କର ଲୋକ ହେବା ପାଇଁ ବାଛିଲେ। ଏ କଥା ସେ ନିଜ ଇଚ୍ଛାନୁସାରେ ଅନାଦି କାଳରୁ ଠିକ୍ କରି ରଖିଥିଲେ। 12 ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ୱରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା। 13 ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଗ୍ଭରର ସ‌ତ୍‌‌ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଗ୍ଭର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲ। ପରମେଶ୍ୱର ପବିତ୍ରଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶେଷ ଚିହ୍ନ ଦେଇ ଚିହ୍ନିତ କଲେ। ଏହା କରିବା ଦ୍ୱାରା ସେ ଆଗରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଥିଲେ। 14 ପରମେଶ୍ୱର ନିଜ ଲୋକଙ୍କୁ ଯେସମସ୍ତ ବିଷୟ ଦେବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି, ତାହା ଯେ ଆମ୍ଭେମାନେ ନିଶ୍ଚିତ ରୂପେ ପାଇବା, ଏଥିପାଇଁ ପବିତ୍ରଆତ୍ମା ହେଉଛନ୍ତି ପରମେଶ୍ୱରଙ୍କ ନିର୍ଭରଯୁକ୍ତ ପ୍ରତିଶୃତି। ଯେଉଁମାନେ ପରମେଶ୍ୱରଙ୍କର ଲୋକ ଅଟନ୍ତି, ସେମାନଙ୍କ ନିମନ୍ତେ ଏହା ପୂର୍ଣ୍ଣ ସ୍ୱାଧୀନତା ଆଣିଦେବ। ଏହାର ଉଦ୍ଦେଶ୍ୟ ପରମେଶ୍ୱରଙ୍କ ମହିମାର ପ୍ରଶଂସା ହେବ।

ମାର୍କ ଲିଖିତ ସୁସମାଗ୍ଭର 6:14-29

ହେରୋଦ ଭାବନ୍ତି ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ

(ମାଥିଉ 14:1-12; ଲୂକ 9:7-9)

14 ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”

15 ଅନ୍ୟମାନେ କହୁଥିଲେ, “ସେ ହେଉଛନ୍ତି ଏଲିୟ।”

ଆଉ କେତେକ କହୁଥିଲେ, “ଯୀଶୁ ହେଉଛନ୍ତି ଭବିଷ୍ୟ‌ଦ୍‌ବକ୍ତା, ପ୍ରାଚୀନ କାଳର ଭବିଷ୍ୟ‌ଦ୍‌ବକ୍ତାଙ୍କ ଭଳି ସେ ମଧ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା।”

16 ହେରୋଦ ଯୀଶୁଙ୍କ ବିଷୟରେ ଏସବୁ ଶୁଣିଲେ। ସେ କହିଲେ, “ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ୟା କରିଛି। ବର୍ତ୍ତମାନ ଯୋହନ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛନ୍ତି।”

ବାପ୍ତିଜକ ଯୋହନ କିପରି ହତ୍ୟା ହେଲେ

17 ନିଜେ ହେରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। ହେରୋଦ ତାହାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ଖୁସୀ କରିବା ପାଇଁ ଏହା କରିଥିଲେ। ପ୍ରଥମେ ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ପରେ ହେରୋଦ ତାହାଙ୍କୁ ବିବାହ କରିଥିଲେ। 18 ଯୋହନ ହେରୋଦଙ୍କୁ କହିଥିଲେ, “ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।” 19 ତେଣୁ ହେରୋଦିଆ ଯୋହନଙ୍କୁ ଶତ୍ରୁ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ୟା କରିବାକୁ ଗ୍ଭହୁଁଥିଲେ। କିନ୍ତୁ ସେ ଏଥିପାଇଁ ହେରୋଦଙ୍କୁ ପ୍ରବର୍ତ୍ତାଇବାରେ ଅସଫଳ ହୋଇଥିଲେ। 20 ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।

21 କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି। 22 ହେରୋଦିଆଙ୍କ ଝିଅ ଭିତରକୁ ଆସି ନାଚିଲା। ତା’ ନାଚରେ ଅତିଥିଗଣ ଓ ନିଜେ ହେରୋଦ ବହୁତ ଖୁସୀ ହେଲେ।

ହେରୋଦ ଝିଅକୁ କହିଲେ, “ତୋର ଯାହା ଦରକାର ମୋତେ ମାଗ। ମୁଁ ତୋତେ ତାହା ଦେବି।” 23 ହେରୋଦ ଶପଥ ପୂର୍ବକ ମଧ୍ୟ କହିଲେ, “ତୁ ଯାହା ମାଗିବୁ ମୁଁ ତୋତେ ତାହା ଦେବି। ଏପରିକି ମୁଁ ମୋ’ ରାଜ୍ୟର ଅଧା ଭାଗ ତୋତେ ଦେଇପାରେ।”

24 ଝିଅଟି ତା’ ମା ପାଖକୁ ଯାଇ ପଗ୍ଭରିଲା, “ରାଜା ହେରୋଦଙ୍କୁ ମୁଁ କ’ଣ ମାଗିବି?”

ତା’ ମା କହିଲେ, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ମାଗ।”

25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଗ୍ଭଲିଗଲା। ସେ ରାଜାଙ୍କୁ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ରଖି ବର୍ତ୍ତମାନ ଦିଅ।”

26 ରାଜା ହେରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦେବାକୁ ଶପଥ କରି ସାରିଥିଲେ। ସେଠାରେ ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ହେରୋଦଙ୍କ ଶପଥ ବିଷୟରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦେବା ପାଇଁ ହେରୋଦ ମନା କରିବାକୁ ଇଚ୍ଛା କଲେ ନାହିଁ। 27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନେଇ ଆସିବାକୁ ଆଜ୍ଞା ଦେଇ ତୁରନ୍ତ ଜଣେ ସୈନ୍ୟକୁ ପଠାଇଲେ। ସେ ଯାଇ କାରାଗାରରେ ଯୋହନଙ୍କ ମୁଣ୍ଡ କାଟିଦେଲା। 28 ଯୋହନଙ୍କ ସେହି ମୁଣ୍ଡ ସେ ଗୋଟିଏ ଥାଳିରେ ଆଣି ଝିଅକୁ ତାହା ଦେଲା। ସେ ଝିଅ ସେହି ମୁଣ୍ଡ ନେଇ ତା’ ମାକୁ ଦେଲା। 29 ଏହିସବୁ ଘଟଣା ଯୋହନଙ୍କ ଶିଷ୍ୟମାନେ ଶୁଣିଲେ। ସେମାନେ ଆସି ଯୋହନଙ୍କ ମୃତ ଶରୀରକୁ ନେଇ କବର ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center