Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 123

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 7:27-34

27 “ହେ ଯିରିମିୟ, ତୁମ୍ଭେ ଏହିକଥା ସେମାନଙ୍କୁ କହିବ। ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭେ ସେମାନଙ୍କୁ ଆହ୍ୱାନ କରିବ, ମାତ୍ର ସେମାନେ ତୁମ୍ଭକୁ ଉତ୍ତର କରିବେ ନାହିଁ। 28 ତେଣୁ ତୁମ୍ଭେ ସେମାନଙ୍କୁ କହିବ, ‘ସେମାନେ ହେଉଛନ୍ତି ଏକ ଗୋଷ୍ଠୀ ଯେଉଁମାନେ କି ସଦାପ୍ରଭୁ, ଆପଣା ପରମେଶ୍ୱରଙ୍କ କଥାପ୍ରତି ଅବଧାନ କରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ଶିକ୍ଷା ଗ୍ରହଣ କରନ୍ତି ନାହିଁ। ବିଶ୍ୱସନୀୟତା ଉଭେଇ ଯାଇଛି। ଏହା ସେମାନଙ୍କ ମୁଖରୁ ଅଦୃଶ୍ୟ ହୋଇ ଯାଇଛି।’

ହତ୍ୟା ଉପତ୍ୟକା

29 “ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କ୍ରୋଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଛନ୍ତି। 30 ଏହା କର କାରଣ ଯିହୁଦାର ସନ୍ତାନଗଣ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ତାହା କଲେ। ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ‘ଅଶୁଚି’ କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତ୍ର ତହିଁ ମଧ୍ୟରେ ରଖିଛନ୍ତି। 31 ସେମାନେ ନିଜ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ଦ‌ଗ୍‌ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କେବେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନରେ ସେ ଭାବ କେବେ ଉଦୟ ହୋଇ ନାହିଁ।” 32 ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଏପରି ଏକ ସମୟ ଆସୁଛି ଯେତେବେଳେ ତାହା ତୋଫତ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ନାମରେ ଆଉ ଖ୍ୟାତ ନ ହୋଇ ହତ୍ୟା ଉପତ୍ୟକା ବୋଲି ଖ୍ୟାତ ହେବ। କାରଣ ଲୋକମାନେ ଆଉ ସ୍ଥାନ ନ ପାଇ ତୋଫ‌‌‌ତ୍‌‌‌ରେ କବର ଦେବେ। 33 ସେତେବେଳେ ମୃତବ୍ୟକ୍ତିଙ୍କ ଶବଗୁଡ଼ିକ ଆକାଶର ପକ୍ଷୀମାନଙ୍କର ଓ ଭୂଚର ପଶୁମାନଙ୍କର ଖାଦ୍ୟ ହେବ। ସେମାନଙ୍କୁ ତଡ଼ିବାକୁ କେହି ଜୀବିତ ରହିବେ ନାହିଁ। 34 ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ଯିରୁଶାଲମର ସଡ଼କମାନଙ୍କରେ ସୁଖ ଓ ଆନନ୍ଦଧ୍ୱନି ଦୂର କରିବା। ବର କନ୍ୟାମାନଙ୍କର ଆମୋଦ ଧ୍ୱନି ଆଉ ଯିରୁଶାଲମରେ ଶୁଣାଯିବ ନାହିଁ। କାରଣ ସମଗ୍ର ଦେଶ ଧ୍ୱଂସ ସ୍ତୁପରେ ପରିଣତ ହେବ।”

ମାଥିଉ ଲିଖିତ ସୁସମାଗ୍ଭର 8:18-22

ଯୀଶୁଙ୍କୁ ଅନୁସରଣ କରିବା

(ଲୂକ 9:57-62)

18 ଯୀଶୁ ତାହାଙ୍କ ଗ୍ଭରିପଟେ ଲୋକଙ୍କ ଭିଡ଼ ଦେଖିଲେ, ଶିଷ୍ୟମାନଙ୍କୁ ହ୍ରଦର ଆର ପଟକୁ ଯିବାକୁ ଆଦେଶ ଦେଲେ। 19 ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।”

20 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ୟପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।”

21 ଆଉ ଜଣେ ଅନୁଗାମୀ ଯୀଶୁଙ୍କୁ କହିଲା, “ପ୍ରଭୁ ମୋତେ ଆଗ ଯାଇ ମୋର ବାପାଙ୍କୁ କବର ଦେଇ ଆସିବାକୁ ଅନୁମତି ଦିଅନ୍ତୁ। ତା'ପରେ ମୁଁ ଆପଣଙ୍କର ଅନୁସରଣ କରିବି।”

22 କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center