Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 88

କୋରହ ସନ୍ତାନଗଣଙ୍କର ଗୀତ। ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ ମହଲତ୍ ଲିୟନ୍ନୋତସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।

88 ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମୋର ପରିତ୍ରାଣକର୍ତ୍ତା।
    ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
ମୋର ପ୍ରାର୍ଥନା ପ୍ରତି ଟିକେ ଧ୍ୟାନ ଦିଅ।
    ମୋ’ ପ୍ରତି ଦୟାକରି, ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ମୋର ପ୍ରାଣ ଦୁଃଖରେ ଭରପୁର।
    ମୁଁ ଶୀଘ୍ର ମରିଯିବି।
ମୁଁ ଜଣେ ଶକ୍ତି ହରାଇଥିବା
    ପ୍ରାୟ ମୃତ ଲୋକପରି ହୋଇଅଛି।
ମୃତଲୋକମାନଙ୍କ ମଧ୍ୟରେ ମୋତେ ଖୋଜ।
    ମୁଁ କବରରେ ଶୋଇଥିବା ମୃତ ବ୍ୟକ୍ତିପରି
ଏବଂ ଲୋକମାନେ ଏ ବିଷୟରେ ସବୁ
    ଭୁଲିଗଲେ ଓ ସହାୟ ନାହିଁ।
ତୁମ୍ଭେ ମୋତେ ପୃଥିବୀର ଗାଢ଼ ଅନ୍ଧକାରର
    ଗଭୀର ସ୍ଥାନରେ ରଖିଅଛ।
ତୁମ୍ଭ କ୍ରୋଧରେ ମୁଁ ବୋଝ ଅନୁଭବ କଲି।
    ତୁମ୍ଭର ସମସ୍ତ ଢେଉ ମୋତେ ଓଲଟ ପାଲଟ କରି ପକାଏ। ସେଲା

ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ,
    ମୁଁ ଅଛୁଆଁ ପରି ସେମାନେ ମୋ'ଠାରୁ ଦୂରେଇ ଗଲେ।
ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।
    କ୍ଳେଶ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଅଛି।
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି।
    ତୁମ୍ଭଠାରେ ମୁଁ ହାତ ପାତୁ ଅଛି।

10 ତୁମ୍ଭେ କ’ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କ୍ରିୟା କର?
    ମୃତ ଲୋକମାନେ କ’ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ? ସେଲା

11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ୱସ୍ତତା ବିଷୟରେ କଥା ହୋଇ ପାରିବେ ନାହିଁ।
    ମୃତ ଲୋକମାନେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟରେ ପ୍ରଗ୍ଭର କରି ପାରିବେ ନାହିଁ।
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ଦେଖି ପାରିବେ ନାହିଁ।
    ପୃଥିବୀରେ ମୃତ ଲୋକମାନେ ଭୁଲିଯାଇ ତୁମ୍ଭ ସୁଗୁଣ ପ୍ରଶଂସା କରି ପାରିବେ ନାହିଁ।

13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି।
    ମୋତେ ସାହାରା ଦିଅ।
    ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରୁଛ?
    ତୁମ୍ଭେ କାହିଁକି ମୋ’ କଥା ଶୁଣୁ ନାହଁ?
15 ମୁଁ ବାଲ୍ୟକାଳରୁ ଦୁଃଖ ଭୋଗ କରି ମୃତ୍ୟୁର ଶେଷ ଆଡ଼କୁ ଆସିଅଛି।
    ମୁଁ ଭୀଷଣ ଦୁଃଖ ପାଉଅଛି, ଯାହା ତୁମ୍ଭେ କରିଅଛ।
16 ତୁମ୍ଭର କୋପ ମୋ’ ଉପରେ ବର୍ତ୍ତିଅଛି,
    ତୁମ୍ଭ ବିଷୟକ ଭୟ ମୋତେ ଉଚ୍ଛିନ୍ନ କରିଅଛି।
17 ଏକ ବନ୍ୟାପରି ତୁମ୍ଭର ଆକ୍ରମଣ ମୋତେ ଦିନସାରା ଘେରି ରହିଥିଲା।
    ସେମାନେ ସବୁଆଡ଼ୁ ମୋତେ ବନ୍ଦ କଲେ।
18 ତୁମ୍ଭେ ମୋର ପ୍ରିୟ ଲୋକମାନଙ୍କୁ ମୋ'ଠାରୁ ଦୂରେଇ ରଖିଅଛ।
    ମୋ’ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

ରାଜାବଳୀର ଦ୍ୱିତୀୟ ପୁସ୍ତକ 20:1-11

ହିଜକିୟ ପୀଡ଼ିତ ଓ ମୂମୂର୍ଷ ଅବସ୍ଥା

20 ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”

ହିଜକିୟ କାନ୍ଥ ଆଡ଼େ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ। “ହେ ସଦାପ୍ରଭୁ ମୁଁ ବିନୟ କରି କହୁଛି, ମୁଁ ସତ୍ୟତା ଓ ସର୍ବାନ୍ତଃକରଣରେ ତୁମ୍ଭ ସେବା କରି ଆସିଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।” ତା'ପରେ ହିଜକିୟ ଅତିଶୟ ରୋଦନ କଲେ।

ଯିଶାଇୟ ଗ୍ରାମର ମଧ୍ୟଭାଗକୁ ପରିତ୍ୟାଗ କରିବା ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ, “ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ। ଆମ୍ଭେ ତୁମ୍ଭର ଆୟୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାଶେ ଓ ଆମ୍ଭର ସେବକ ଦାଉଦଙ୍କ ସକାଶେ ଏହି ନଗରକୁ ରକ୍ଷା କରିବି।’”

ତା'ପରେ ଯିଶାଇୟ କହିଲେ, “ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନରେ ଲଗାଅ।”

ତେଣୁ ସେମାନେ ସେହି ମିଶ୍ରଣ ନେଇ ହିଜକିୟର କ୍ଷତରେ ଲଗାଇଲେ ଓ ସେ ସୁସ୍ଥ ହେଲେ।

ହିଜକିୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ଆରୋଗ୍ୟ କରିବେ ଓ ତୃତୀୟ ଦିନରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯିବି, ଏହାର କି ସୂଚନା ଅଛି?”

ତହୁଁ ଯିଶାଇୟ କହିଲେ, “ତୁମ୍ଭେ କି ସୂଚନା ଗ୍ଭହୁଁଛ? ଛାୟା କ’ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ଯିବ[a] ତୁମ୍ଭ ପାଇଁ ପରମେଶ୍ୱରଙ୍କଠାରୁ ଏହି ଚିହ୍ନ ହେବ। ଯେ ସଦାପ୍ରଭୁ ତାଙ୍କର ବାକ୍ୟ ସଫଳ କରିବେ।”

10 ଏଥିରେ ହିଜକିୟ ଉତ୍ତର କଲେ, “ଛାୟା ଦଶପାହୁଣ୍ତ ଆଗକୁ ଯିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।”

11 ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ଏଥିରେ ସଦାପ୍ରଭୁ ଛାୟାକୁ କଲେ ଯେ, ତାହା ଦଶ ପାଉଣ୍ତ ଆଗକୁ ଯାଇ ପଛକୁ ଘୁଞ୍ଚି ଆସିଲା।

ମାର୍କ ଲିଖିତ ସୁସମାଗ୍ଭର 9:14-29

ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କଲେ

(ମାଥିଉ 17:14-20; ଲୂକ 9:37-43)

14 ତା'ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ। ସେମାନେ ଦେଖିଲେ ଯେ, ଅନେକ ଲୋକ ସେମାନଙ୍କୁ ଘେରି ରହିଛନ୍ତି। ସେମାନଙ୍କ ସହିତ ଧର୍ମଶାସ୍ତ୍ରୀମାନେ ଯୁକ୍ତିତର୍କ କରୁଛନ୍ତି। 15 ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।

16 ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”

17 ଭିଡ଼ ଭିତରୁ ଜଣେ ଲୋକ ଉତ୍ତର ଦେଲୋ, “ହେ ଗୁରୁ, ମୁଁ ମୋ’ ପୁଅକୁ ଆପଣଙ୍କ ପାଖକୁ ଆଣିଥିଲି। ତା’ ଦେହରେ ଦୁଷ୍ଟାତ୍ମାଟିଏ ପ୍ରବେଶ କରି ତାକୁ କଥା କହିବାକୁ ଦେଉ ନାହିଁ। 18 ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”

19 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”

20 ତେଣୁ ଶିଷ୍ୟମାନେ ପିଲାକୁ ଯୀଶୁଙ୍କ ପାଖକୁ ନେଇ ଆସିଲେ। ଦୁଷ୍ଟାତ୍ମା ଯୀଶୁଙ୍କୁ ଦେଖିବା ମାତ୍ରେ ପିଲାକୁ ଆକ୍ରମଣ କଲା। ସେହି ପିଲା ତଳେ ପଡ଼ିଯାଇ ଗଡ଼ିଗଲା। ତା’ ପାଟିରୁ ଫେଣ ବାହାରିଲା।

21 ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?”

ତା'ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।” 22 ଦୁଷ୍ଟାତ୍ମା ତାକୁ ମାରିବାକୁ ଅନେକ ଥର ପାଣିକୁ ଓ ଅନେକ ଥର ନିଆଁ ଭିତରକୁ ଫିଙ୍ଗି ଦେଉଛି। ଆପଣ ଯଦି ତା’ ପାଇଁ କିଛି କରି ପାରନ୍ତି, ତେବେ ଆମ୍ଭ ପ୍ରତି ଦୟା ହେବ ଓ ଆମ୍ଭକୁ ସାହାଯ୍ୟ ହେବ।”

23 ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”

24 ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”

25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”

26 ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।” 27 କିନ୍ତୁ ଯୀଶୁ ପିଲାର ହାତ ଧରି ତାହାକୁ ଉଠାଇ ଠିଆ କରାଇଲେ। ସେହି ପିଲା ଠିଆ ହେଲା।

28 ତା'ପରେ ଯୀଶୁ ଘର ଭିତରକୁ ଗଲେ। କେବଳ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ସେଠାରେ ଥିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭେମାନେ ଦୁଷ୍ଟାତ୍ମାକୁ କାହିଁକି ବାହାର କରି ପାରିଲୁନି?”

29 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ଏହି ପ୍ରକାରର ଦୁଷ୍ଟାତ୍ମାକୁ କେବଳ ପ୍ରାର୍ଥନା ମାଧ୍ୟମରେ ବାହାର କରାଯାଇପାରିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center