Revised Common Lectionary (Complementary)
23 ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ
ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
24 ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର
ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।”
25 ଯେଉଁମାନେ ସଦାପ୍ରଭୁଙ୍କ ଉପରେ ସେମାନଙ୍କର ଆଶା ରଖନ୍ତି
ଓ ଯେଉଁମାନଙ୍କର ହୃଦୟ ତାଙ୍କୁ ଖୋଜେ, ସେମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
26 ସଦାପ୍ରଭୁଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ପାଇଁ
ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି ଭଲ।
27 ଯୌବନ କାଳରୁ ସଦାପ୍ରଭୁଙ୍କର
ଯୁଆଳି ବହନ କରିବା ଉତ୍ତମ ଅଟେ।
28 ସଦାପ୍ରଭୁ ଯାହାର କାନ୍ଧରେ ଯୁଆଳି ରଖନ୍ତି,
ସେ ଏକାକୀ ନୀରବରେ ବସିରହୁ।
29 ସେ ଭୂମିରେ ମୁଣ୍ଡ ରଖି ପ୍ରଭୁଙ୍କଠାରେ ନତମସ୍ତକ ହେଉ,
ଏବେବି ଆଶା ଅଛି।
30 ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦେଖାଇ ଦେଉ
ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତୋଷ ପାଇବା ପାଇଁ ଅନୁରୋଧ କରୁ।
31 ସଦାପ୍ରଭୁ ଚିରକାଳ ପାଇଁ ତାକୁ
ପରିତ୍ୟାଗ କରିବେ ନାହିଁ।
32 ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ରେମ ଅନୁସାରେ
ସେ ଆମ୍ଭମାନଙ୍କୁ ଦୟା କରନ୍ତି।
33 ଲୋକମାନଙ୍କୁ କଷ୍ଟ ଦେଇ
କିମ୍ବା ଦୟନୀୟ କରି,
ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।
30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
2 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।
4 ହେ ପରମେଶ୍ୱରଙ୍କ ଅନୁଗାମୀମାନେ, ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
5 ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।
6 ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
7 ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
8 ତେଣୁ ହେ ପରମେଶ୍ୱର,
ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
9 ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
ହେ ସଦାପ୍ରଭୁ, ମୋର ସହାୟ ହୁଅ।”
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
7 ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।
8 ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। 9 ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।
10 ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା'ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା'ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। 13 ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା'ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। 15 ଶାସ୍ତ୍ରରେ ମଧ୍ୟ ଲେଖାଅଛି:
“ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ,
ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।”(A)
ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ
(ମାଥିଉ 9:18-26; ଲୂକ 8:40-56)
21 ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। 22 ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। 23 ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା'ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।”
24 ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।
25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା'ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା'ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।
27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା'ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”
31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”
32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,
“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”
35 ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ) ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?”
36 କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”
37 ତା'ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। 38 ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। 39 ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” 40 ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ।
କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। 41 ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। 42 ତା'ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। 43 ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା'ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।
2010 by World Bible Translation Center