Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଏଷ୍ଟର ବିବରଣ 1-2

ରାଣୀ ବଷ୍ଟୀ ରାଜାଙ୍କୁ ଅମାନ୍ୟ କଲେ

ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ। ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍ ରାଜଧାନୀରେ ନିଜର ରାଜ ସିଂହାସନରେ ଉପବିଷ୍ଟ ହେବାପରେ,

ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ୟ ଓ ମାଦିୟା ଦେଶର ବିକ୍ରମି ଲୋକମାନେ ଏବଂ କୁଳୀନ ଓ ପ୍ରଦେଶାଧିପତିମାନେ ତାଙ୍କର ସାକ୍ଷାତରେ ଉପସ୍ଥିତ ହେଲେ। ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲା। ତେଣୁ ଏସବୁ ଦିନ ପରେ ରାଜା ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ, ମାନ୍ୟଗଣ୍ୟ ଓ ସାଧାରଣ ଲୋକ ଯେଉଁମାନେ ରାଜଧାନୀ ଶୂଶନରେ ଉପସ୍ଥିତ ଥିଲେ। ରାଜପୁରୀସ୍ଥ ଉଦ୍ୟାନରେ ସାତ ଦିନ ପର୍ଯ୍ୟନ୍ତ ଭୋଜି ଗ୍ଭଲିଲା। ସେଠାରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସେହି ପରଦାଗୁଡ଼ିକ ନାଇଲ‌ନ୍‌ରେ ତିଆରି ରଜ୍ଜୁ ଓ ବାଇଗଣ ରଙ୍ଗର ରୌପ୍ୟମୟ କଡ଼ାରେ ମାର୍ବଲ ସ୍ତମ୍ଭରେ ବନ୍ଧା ଥିଲା ଏବଂ ଚଟାଣ ଉପରେ ମଧ୍ୟ ଯାହାକି ବିଭିନ୍ନ ପ୍ରକାର ରଙ୍ଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥରରେ ନିର୍ମିତ ହୋଇଥିଲା। ସେଠାରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା। ସେମାନେ ନାନାପ୍ରକାର ସୁବର୍ଣ୍ଣପାତ୍ରରେ ପାନଦ୍ରବ୍ୟ ଓ ରାଜାର ବଦାନ୍ୟତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ଦ୍ରାକ୍ଷାରସ ନିୟମ ଅନୁସାରେ ଥିଲା। କାହାରିକୁ ମଧ୍ୟ କରାଗଲା ନାହିଁ।

ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।

10 ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବି‌ଗ୍‌ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ। 11 ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା।

12 ମାତ୍ର ବାଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। 13 ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା। 14 ଏହି ସମୟରେ କର୍ଶନା, ଶେଥର, ଅ‌‌‌‌‌ଦ୍‌‌‌‌‌ମାଥା, ‌ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ। 15 ରାଜା ସେମାନଙ୍କୁ ପଗ୍ଭରିଲେ, “ରାଣୀଙ୍କୁ ଆଇନ୍ ଅନୁଯାୟୀ କ’ଣ କରାଯିବା ଉଚିତ୍? ଯେହେତୁ ସେ ରାଜା ଆଦେଶ ଅବଜ୍ଞା କରିଛନ୍ତି, ଯାହାକି ନପୁଂସକମାନଙ୍କ ଦ୍ୱାରା ଦିଆଯାଇଥିଲା।”

16 ଏଥିରେ ରାଜାଙ୍କର ଓ ଅଧିପତିଗଣର ସାକ୍ଷାତରେ ମମୁଖନ ଉତ୍ତର ଦେଇ କହିଲେ, “ବଷ୍ଟୀରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାର ଅଧୀନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୁଲ୍ କର୍ମ କରୁଛନ୍ତି। 17 କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ‘ଏହା କହି ସ୍ତ୍ରୀମାନେ ସେମାନଙ୍କର ସ୍ୱାମୀମାନଙ୍କୁ ଅବମାନନା କରିବେ।’ ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀରାଣୀକି ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ।

18 “ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।

19 “ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ। 20 ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ୱାମୀ ସାମାଜିକ କ୍ଷେତ୍ରରେ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜ ନିଜ ସ୍ୱାମୀମାନଙ୍କୁ ସମ୍ମାନ କରିବେ।”

21 ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା। 22 ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।”

ଏଷ୍ଟର ରାଣୀ ତିଆରିହେଲେ

ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। ତେଣୁ ରାଜାର ସେବାକାରୀ ଭୃତ୍ୟମାନେ ତାହାକୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ୱେଷଣ କରାଯାଉ। ଆଉ ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଗ୍ଭରୀଗଣ ନିଯୁକ୍ତି କରନ୍ତୁ। ସେମାନେ ସେହିସବୁ ସୁନ୍ଦରୀ କନ୍ୟାଗଣକୁ ଶୂଶନ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ। ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ। ଏହା ପରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟୀକାରୀଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ।” ଏହି କଥାରେ ରାଜା ସନ୍ତୋଷ ହେବାରୁ ସେ ଏପରି କଲା।

ସେହି ସମୟରେ ମର୍ଦ୍ଦଖୟ ନାମରେ ଜଣେ ଯିହୁଦୀୟ ଲୋକ ଶୂଶନ୍ ରାଜଧାନୀରେ ଥିଲା, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମିୟିର ପୌତ୍ର, କୀ‌ଶ୍‌ର ପ୍ରପୌତ୍ର। ଯେଉଁ ଲୋକମାନେ ଯିହୁଦାର ରାଜା ଯିକନିୟ ସହିତ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ। ସେମାନଙ୍କ ସହିତ କୀଶ୍ ଯିରୁଶାଲମଠାରୁ ନିର୍ବାସିତ ହୋଇଥିଲା। ମର୍ଦ୍ଦଖୟ ଆପଣା ମାମୁଁ କନ୍ୟା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା, କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନେହମୟୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖୟ ତାହାକୁ ନିଜର କନ୍ୟାରୂପେ ଗ୍ରହଣ କରିଥିଲା।

ଯେତେବେଳେ ରାଜାର ସେହି ବାକ୍ୟ ଓ ଆଜ୍ଞା ପ୍ରଗ୍ଭରିତ ହେଲା, ଶୂଶନ୍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲା। ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତ ଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା’ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା। 10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲା ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା। 11 ଏହା ପରେ, ଏଷ୍ଟର କିପରି ଅଛି ଓ ସେ କ’ଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ନ୍ୟାୟାଳୟରେ ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲା।

12 ଦ୍ୱାଦଶ ମାସ ଶେଷରେ, ରାଜା ଅକ୍ଷଶ୍ୱରଶ ନିକଟକୁ ଏକ କୁଆଁରୀ କନ୍ୟାର ଉପସ୍ଥିତ ହେବାର ସମୟ ଆସିଲା। କାରଣ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। 13 ପୁଣି ରାଜାଙ୍କ ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହିପରି ନିୟମ ଥିଲା। ସେ ଯେକୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସାଙ୍ଗରେ ନେବା ନିମନ୍ତେ ତାହାକୁ ଦିଆଗଲା। 14 ରାଜାଙ୍କର ନପୁଂସକ ଶା‌‌‌‌ଶ୍‌‌ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶା‌‌‌‌ଶ୍‌‌ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା।

15 ଏହା ପରେ, ରାଜାଙ୍କ ନିକଟକୁ ଯିବା ପାଇଁ ଏଷ୍ଟରର ପାଳି ପଡ଼ିଲା। ଏଷ୍ଟର ମର୍ଦ୍ଦଖୟଙ୍କ ପାଳିତ କନ୍ୟା ଥିଲା। ସେ ମର୍ଦ୍ଦଖୟର କକା ଅବିହୟିଲର କନ୍ୟା ଥିଲା। ହେଗୟ ରାଜାଙ୍କର ନପୁଂସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ୱାବଧାରକ, ଯାହା କହିଥିଲେ, ତାହା ଛଡ଼ା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହେଗୟକୁ ଦେଖିଲେ, ତା’ ପ୍ରତି ଅନୁକମ୍ପା କଲେ। 16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସରେ ଅର୍ଥାତ୍ ଟେବେ‌ତ୍‌ ମାସରେ, ଏଷ୍ଟରକୁ ରାଜଗୃହରେ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।

17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା ଏବଂ ଅନ୍ୟ ସମସ୍ତ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦେଇ ବଷ୍ଟୀ ବଦଳରେ ତାହାକୁ ରାଣୀ କଲା। 18 ଏହା ପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶରେ ଛୁଟି କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା।

ମର୍ଦ୍ଦଖୟ ଏକ ମନ୍ଦ ଯୋଜନା ବିଷୟରେ ଜାଣିଲେ

19 କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା। 20 ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ। କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲା ସେତେବେଳେ ହିଁ ସେପରି ତାହାର ଆଜ୍ଞା ପାଳନ କଲା।

21 ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବି‌ଗ୍‌ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ। 22 ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ଦେଇ ରାଜାକୁ ତାହା ଜଣାଇଲା। 23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5:1-21

ହନନିୟ ଓ ଶଫୀରା

ହନନିୟ ନାମକ ଜଣେ ଲୋକ ଥିଲେ, ତାହାଙ୍କ ସ୍ତ୍ରୀଙ୍କର ନାମ ଥିଲା ଶଫୀରା, ତାହାଙ୍କର କିଛି ଜମି ବିକ୍ରୀ କରିଦେଲେ। ସେ ତା’ ସ୍ତ୍ରୀକୁ ଜଣାଇ ତା’ର ସମ୍ମତିରେ ଏହି ସମ୍ପତ୍ତି ବିକ୍ରୀର କିଛି ଟଙ୍କା ନିଜ ପାଖରେ ରଖିଲା ଓ ବାକି ଟଙ୍କା ଆଣି ପ୍ରେରିତମାନଙ୍କ ଚରଣରେ ରଖିଲା।

ଏହା ଦେଖି ପିତର କହିଲେ, “ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦେଲ? ତୁମ୍ଭେ ମିଛ କହିଲ, ପବିତ୍ରଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସେହି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଗ୍ଭଇ ରଖିଲ। ସେ ସମ୍ପତ୍ତି କ’ଣ ବିକ୍ରୀ ପୂର୍ବରୁ ତୁମ୍ଭର ନ ଥିଲା? ବିକ୍ରୀ ପରେ ସେ ସମ୍ପତ୍ତିର ମୂଲ୍ୟ କ’ଣ ତୁମ୍ଭ ଅଧିକାରରେ ନ ଥିଲା? ତେବେ ତୁମ୍ଭେ ମନ ଭିତରେ ଏପରି ଖରାପ କଥା କାହିଁକି ଭାବିଲ? ଏହା ଦ୍ୱାରା ତୁମ୍ଭେ ମନୁଷ୍ୟମାନଙ୍କ ଆଗରେ ମିଥ୍ୟା କହିଲ ନାହିଁ ବରଂ ତୁମ୍ଭେ ପରମେଶ୍ୱରଙ୍କୁ ମିଥ୍ୟା କହିଲ।”

ଏ କଥା ଶୁଣିବା ମାତ୍ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡରିଗଲେ। ତା’ପରେ ଯୁବକମାନେ ତାହାକୁ ଲୁଗାରେ ଗୁଡ଼େଇ ନେଇ ବାହାରକୁ ଗ୍ଭଲିଗଲେ ଓ କବର ଦେଲେ।

ପ୍ରାୟ ତିନିଘଣ୍ଟା ବିତିଗଲା ପରେ ତା’ ସ୍ତ୍ରୀ ଶଫୀରା ସେଠାରେ ପହଞ୍ଚିଲା। ସେ ଏହି ଘଟଣା ବିଷୟରେ କିଛି ମଧ୍ୟ ଜାଣି ନ ଥିଲା। ପିତର ତାହାକୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ ତୁମ୍ଭ ଜମି ସେତିକି ଦା‌‌‌ମ୍‌‌‌ରେ ବିକ୍ରୀ କରିଛ କି?”

ସେ ଉତ୍ତର ଦେଲା, “ହଁ, ସେହି ଦା‌‌‌ମ୍‌‌‌ରେ।”

ତା’ପରେ ପିତର କହିଲେ, “ତୁମ୍ଭେମାନେ ଦୁହେଁ ପ୍ରଭୁଙ୍କ ଆତ୍ମାକୁ ପରୀକ୍ଷା କରିବା ପାଇଁ କାହିଁକି ଏକମତ ହେଲ? ଦେଖ, ଯେଉଁମାନେ ତୁମ୍ଭର ସ୍ୱାମୀକୁ କବର ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ପହଞ୍ଚିଗଲେଣି। ତୁମ୍ଭକୁ ମଧ୍ୟ ସେମାନେ ବାହାରକୁ ଟାଣି ନେଇଯିବେ।” 10 ସେ ସ୍ତ୍ରୀଲୋକଟି ମଧ୍ୟ ତାହାଙ୍କ ପାଦତଳେ ପଡ଼ି ମରିଗଲା। ତା’ପରେ ଯୁବକମାନେ ଭିତରକୁ ଆସିଲେ ଓ ତାହାକୁ ମୃତ ଦେଖି ବାହାରକୁ ନେଇଗଲେ ଓ ତାହାର ସ୍ୱାମୀ ପାଖରେ ତାହାକୁ କବର ଦେଲେ। 11 ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।

ପରମେଶ୍ୱରଙ୍କଠାରୁ ପ୍ରମାଣ

12 ପ୍ରେରିତମାନଙ୍କ ଦ୍ୱାରା ଲୋକମାନଙ୍କ ମଧ୍ୟରେ ବହୁତଗୁଡ଼ିଏ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରାଗଲା। ସେମାନେ ସମସ୍ତେ ଗୋଟିଏ ଉଦ୍ଦେଶ୍ୟରେ ଶଲୋମନଙ୍କ ମଣ୍ଡପରେ ଏକାଠି ହେଲେ। 13 ସେମାନଙ୍କ ସହିତ ଏକତ୍ର ଠିଆ ହେବା ପାଇଁ କେହିହେଲେ ସାହସ କଲେ ନାହିଁ। ସବୁଲୋକ ପ୍ରେରିତମାନଙ୍କର ଖୁବ୍ ପ୍ରଶଂସା କଲେ। 14 ଉଭୟ ପୁରୁଷ ଓ ସ୍ତ୍ରୀ ଅଧିକରୁ ଅଧିକ ପ୍ରଭୁଙ୍କୁ ବିଶ୍ୱାସ କଲେ। ସେମାନେ ବିଶ୍ୱାସୀଙ୍କ ଦଳରେ ସଂଯୁକ୍ତ ହେଲେ। 15 ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହି ଆଣିଲେ, ଯେପରିକି ପିତରଙ୍କ ଛାଇ ଯିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହା ଦ୍ୱାରା ସେହି ରୋଗୀମାନେ ସୁସ୍ଥ ହୋଇପାରିବେ। 16 ଯିରୁଶାଲମରେ ଆଖପାଖ ସହରଗୁଡ଼ିକରୁ ଲୋକମାନେ ସେମାନଙ୍କ ରୋଗୀମାନଙ୍କୁ ଓ ଯେଉଁମାନେ ଭୂତମାନଙ୍କ ଦ୍ୱାରା ବ୍ୟତିବ୍ୟସ୍ତ ହେଉଥିଲେ, ସେମାନଙ୍କୁ ନେଇ ଆସୁଥିଲେ ଓ ସମସ୍ତେ ସୁସ୍ଥ ହୋଇ ଯାଉଥିଲେ।

ଯିହୂଦୀମାନେ ପ୍ରେରିତମାନଙ୍କୁ କ୍ଷାନ୍ତ କରିବାକୁ ଚେଷ୍ଟା

17 ମହାଯାଜକ ଓ ତାହାଙ୍କର ସବୁ ବନ୍ଧୁମାନେ, ଅର୍ଥାତ୍ ସାଦ୍ଦୂକୀ ଦଳ ଈର୍ଷାନ୍ୱିତ ହୋଇ ସେମାନଙ୍କ ବିରୁଦ୍ଧରେ ଠିଆ ହେଲେ। 18 ସେମାନେ ପ୍ରେରିତମାନଙ୍କୁ ବନ୍ଦୀକରି କାରାଗାରରେ ରଖିଲେ। 19 କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତିରେ ସେହି କାରାଗାରର କବାଟ ଖୋଲି ସେମାନଙ୍କୁ ବାହାର କରିଦେଲେ ଓ କହିଲେ, 20 “ତୁମ୍ଭେମାନେ ମନ୍ଦିରକୁ ଯାଇ, ଠିଆ ହୁଅ ଓ ଲୋକମାନଙ୍କୁ ପ୍ରଭୁ ଯୀଶୁଙ୍କ ଦତ୍ତ ଏହି ନୂତନ ଜୀବନ ବିଷୟରେ କୁହ।” 21 ଏହା ଶୁଣି ପ୍ରେରିତମାନେ ସକାଳୁ ମନ୍ଦିରକୁ ଯାଇ ଲୋକମାନଙ୍କୁ ଉପଦେଶ ଦେଲେ।

ଏହି ସମୟରେ ମହାଯାଜକ ଓ ତାହାଙ୍କର ବନ୍ଧୁମାନେ ସେହି ମନ୍ଦିରର ଅନ୍ୟ ପାଖରେ ପହଞ୍ଚି ଇସ୍ରାଏଲର ବିଶିଷ୍ଟ ଲୋକମାନଙ୍କର ଏକ ସଭା ଡାକିଲେ। ସେମାନେ ପ୍ରେରିତମାନଙ୍କୁ କାରାଗାରରୁ ଆଣିବା ପାଇଁ କିଛି ଲୋକଙ୍କୁ ପଠାଇଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center