Old/New Testament
ଯଜ୍ଞବେଦିର ପୁନଃନିର୍ମାଣ
3 ଏହା ପରେ ସପ୍ତମ ମାସରେ ଇସ୍ରାଏଲ ସନ୍ତାନଗଣ ଯିରୁଶାଲମଠାରେ ଏକ ବ୍ୟକ୍ତି ତୁଲ୍ୟ ଏକତ୍ରିତ ହେଲେ। 2 ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।
3 ସେହି ଲୋକମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସେମାନଙ୍କ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସେମାନଙ୍କୁ ଏହା କରିବାରୁ ନିବୃତ୍ତ କରିପାରି ନ ଥିଲା। ସେମାନେ ସେହି ପୁରୁଣା ଯଜ୍ଞବେଦି ଆଧାର ଉପରେ ନୂତନ ଯଜ୍ଞବେଦି ନିର୍ମାଣ କଲେ। ସେମାନେ ସକାଳେ ଓ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କଲେ। 4 ଏହା ପରେ ସେମାନେ ପତ୍ରକୁଟୀର ପର୍ବ ପାଳନ କଲେ। ସେମାନେ ପ୍ରତିଦିନର ବ୍ୟବସ୍ଥାରେ ଲେଖାଯାଇଥିବା ପ୍ରତ୍ୟେକ ଦିନର ଆବଶ୍ୟକ ସଂଖ୍ୟା ଅନୁସାରେ ସେମାନେ ହୋମବଳି ଉତ୍ସର୍ଗ କଲେ। 5 ଏହା ପରେ ସେମାନେ ନିତ୍ୟ ହୋମବଳି, ଅମାବାସ୍ୟାରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କଲେ। 6 ସପ୍ତମ ମାସର ପ୍ରଥମ ଦିନରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହୋଇ ନ ଥିଲା।
ମନ୍ଦିରର ପୁନଃନିର୍ମାଣ
7 ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନ୍ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ।
8 ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ। 9 ସେତେବେଳେ ଯୋଶୂୟ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀୟେଲ ଓ ତା’ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ୱରଙ୍କ ମନ୍ଦିରରେ କର୍ମକାରୀମାନଙ୍କ ତତ୍ତ୍ୱାବଧାରଣରେ ଭାରପ୍ରାପ୍ତ ହେବା ପାଇଁ ଏକତ୍ର ଠିଆ ହେଲେ। ହେନାଦଦର ପୁତ୍ରଗଣ ସେମାନଙ୍କର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲେବୀୟ ଥିଲେ। 10 ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସେମାନେ ଇସ୍ରାଏଲର ରାଜା ଦାଉଦଙ୍କ ନିର୍ଣ୍ଣୟ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୂରୀ ସହିତ ଓ ଆସଫର ସନ୍ତାନ ଲେବୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ। 11 ସେମାନେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ ଦେଇ ଏକ ଆରେକ ପ୍ରତି ଗାନ କରି କହିଲେ,
“ସେ ମଙ୍ଗଳମୟ,
ଯେହେତୁ ଇସ୍ରାଏଲ ପ୍ରତି ତାହାଙ୍କର କରୁଣା ଅନନ୍ତକାଳସ୍ଥାୟୀ।”
ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଯିବା ସକାଶୁ ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ୱରରେ ଜୟଧ୍ୱନି କଲେ।
12 ମାତ୍ର ଯେଉଁ ଯାଜକ ଓ ଲେବୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସେମାନଙ୍କ ଦୃଷ୍ଟିରେ ଏହି ମନ୍ଦିର ଭିତ୍ତିମୂଳ ବସାଯିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ଉଚ୍ଚ ସ୍ୱରରେ ରୋଦନ କଲେ ଓ ଅନେକେ ଆନନ୍ଦରେ ଜୟଧ୍ୱନି କଲେ। 13 ତହିଁରେ ଲୋକମାନେ ଆନନ୍ଦଧ୍ୱନିର ଓ ଜନତାର କ୍ରନ୍ଦନ ଶବ୍ଦର ବାରଣ କରି ପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ୱରରେ ମହାଧ୍ୱନି କଲେ। ଆଉ ତହିଁର ଶବ୍ଦ ବହୁ ଦୂରକୁ ଶୁଣାଗଲା।
ଶତ୍ରୁମାନେ ମନ୍ଦିରର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି
4 ବହୁତ ଲୋକ ସେହି ଅଞ୍ଚଳରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ୟାମୀନମାନଙ୍କୁ ବିରୋଧ କରୁଥିଲେ। ସେମାନେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସେହି ଶତ୍ରୁମାନେ ସରୁବ୍ବାବିଲ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭେମାନେ ତୁମ୍ଭ ପରି ଅଟୁ। ଆମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ। ଏବଂ ସେହି ସମୟରୁ ଅଶୂରୀୟ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭେମାନେ ତାଙ୍କୁ ବଳିଦାନ କରୁଅଛୁ।”
3 ମାତ୍ର ସରୁବ୍ବାବିଲ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରୁଅଛୁ।”
4 ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସେମାନେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ। 5 ସେମାନଙ୍କ ଅଭିପ୍ରାୟ ଦୁର୍ବଳ କରିବା ପାଇଁ ପାରସ୍ୟ ରାଜା କୋରସର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରିୟାବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରିମାନଙ୍କୁ ବେତନ ଦେଇ ରଖିଲେ।
6 ଆଉ ଅକ୍ଷଶ୍ୱେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୁଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦ ପତ୍ର ଲେଖିଲେ।
ଶତ୍ରୁମାନେ ଯିରୁଶାଲମର ପୁନଃନିର୍ମାଣକୁ ବିରୋଧ କରୁଛନ୍ତି
7 ଏହା ପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଳମ୍, ମିତ୍ରଦାତ୍, ଟାବେଲ ଓ ତାହାର ଅନ୍ୟ ସାଥୀମାନେ ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲେଖା ଯାଇ ତାହା ଅରାମୀୟ ଭାଷାରେ ଅନୁବାଦ କରାଯାଇଥିଲା।
8 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯିରୁଶାଲମ ବିରୁଦ୍ଧରେ ଏହି ପ୍ରକାର ପତ୍ର ଲେଖିଲେ।
9 ରହୂମ୍ ମନ୍ତ୍ରୀ ଓ ଶିମ୍ଶୟ ଲେଖକ ଓ ସେମାନଙ୍କର ଅନ୍ୟ ସଙ୍ଗୀମାନେ ଯଥା: ବିଗ୍ଭରକଗଣ, ସେନାପତି, ପାର୍ସୀ ଅଧିକାରୀଗଣ, ଅର୍କବୀୟମାନେ, ବାବିଲୀୟଗଣ ଏବଂ ଶୂଶରୁ ଏଲମୀୟଗଣ। 10 ଆଉ ମହାମହିମ ସମ୍ଭ୍ରାନ୍ତ ଅସ୍ନପ୍ପର ଦ୍ୱାରା ଆନୀତ ପୁଣି ଶମରିୟା ନଗରରେ ଓ ଫରାତ୍ ନଦୀ ସେପାରିସ୍ଥ ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ଅନ୍ୟ ଗୋଷ୍ଠୀୟମାନେ ମଧ୍ୟ ଏହା ଲେଖିଲେ।
11 ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା।
ଫରାତ୍ ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ ଇତ୍ୟାଦି।
12 ଆମ୍ଭେମାନେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ଯିହୁଦୀୟ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସେମାନେ ଯିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସେମାନେ ସେହି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସେମାନେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।
13 ଆମ୍ଭେମାନେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତେବେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ସେତେବେଳେ ସେହି ଲୋକମାନେ କର, ରାଜସ୍ୱ ବା ମାଶୁଲ ଦେବେ ନାହିଁ। ପୁଣି ଶେଷରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହେବ।
14 ଆମ୍ଭେମାନେ ରାଜାଙ୍କ ନିକଟରେ ଅନୁରକ୍ତ ହେବାକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ୍ ନୁହେଁ। ତେଣୁ ଆମ୍ଭେମାନେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ।
15 ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ୱଂସ ହୋଇଅଛି।
16 ଆମ୍ଭେମାନେ ମହାରାଜଙ୍କୁ ଜଣାଉଅଛୁ ଯେ, ଯଦି ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲେ, ତଦ୍ଦ୍ୱାରା ନଦୀ ସେପାରିରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।
17 ଏଥିରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ଶମରିୟା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସେପାରିସ୍ଥ ଦେଶୀୟ ଅନ୍ୟାନ୍ୟ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା,
ତୁମ୍ଭମାନଙ୍କର ମଙ୍ଗଳ ହେଉ।
18 ତୁମ୍ଭେମାନେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତରେ ସ୍ପଷ୍ଟରୂପେ ପାଠ କରାଯାଇ ଅଛି। 19 ପୁଣି ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯା’ନ୍ତେ ଦେଖାଯାଇଅଛି ଯେ, ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ବିଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ତଗୋଳ କରାଯାଇଅଛି। 20 ମଧ୍ୟ ଯିରୁଶାଲମରେ ପରାକ୍ରାନ୍ତ ରାଜଗଣ ଥିଲେ। ସେମାନେ ନଦୀ ସେପାରିସ୍ଥ ତାବତ୍ ଦେଶରେ ରାଜତ୍ୱ କଲେ। ଆଉ ସେମାନଙ୍କୁ କର, ରାଜସ୍ୱ ଓ ମାଶୁଲ ଦିଆଗଲା।
21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ଯ୍ୟନ୍ତ ସେ ନଗରର ଯେପରି ନିର୍ମିତ ନୋହିବ ଏଥିପାଇଁ ସେହି ଲୋକମାନଙ୍କୁ ଆଜ୍ଞା କର, ସେମାନେ କାର୍ଯ୍ୟରୁ ନିବୃତ୍ତ ହୋଇବେ। 22 ସାବଧାନ୍, ତୁମ୍ଭେମାନେ ଏ ବିଷୟରେ ହେଳା କର ନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।
23 ତହିଁରେ ରହୂମର ଓ ଲେଖକ ଶିମ୍ଶୟର ଓ ସେମାନଙ୍କ ସଙ୍ଗୀମାନଙ୍କ ନିକଟରେ ଅର୍ତ୍ତକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଢ଼ାଯା’ନ୍ତେ ସେମାନେ ଶୀଘ୍ର ଯିରୁଶାଲମକୁ ଯିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତାଦ୍ୱାରା ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ।
ମନ୍ଦିର କାର୍ଯ୍ୟ ବନ୍ଦ ହେଲା
24 ତେଣୁ ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରକାର୍ଯ୍ୟ ବନ୍ଦ ହେଲା। ପୁଣି ପାରସ୍ୟ ରାଜା ଦାରିୟାବସର ଅଧିକାରର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।
5 ଏହି ସମୟରେ ଭବିଷ୍ୟଦ୍ବକ୍ତା ହାଗୟ ଓ ଇଦ୍ଦୋର ପୁତ୍ର ଯିଖରିୟ, ଏହି ଭବିଷ୍ୟଦ୍ବକ୍ତାମାନେ ଯିହୁଦା ଓ ଯିରୁଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ। ସେମାନେ ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ। 2 ତେଣୁ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ। 3 ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।” 4 ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ, “ସେମାନେ ପଗ୍ଭରିଲେ, ଏହି ଗାନ୍ଥକମାନଙ୍କ ନାମ କ’ଣ?”
5 ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିୟାବସ ନିକଟରେ ଏହି କଥା ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ଓ ପତ୍ରଦ୍ୱାରା ସେହି ବିଷୟରେ ଉତ୍ତର ନଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କଲେ ନାହିଁ।
6 ତତ୍ତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥରବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରିୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି। 7 ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲେଖାଥିଲା।
ମହାରାଜ ଦାରିୟାବସଙ୍କର ସର୍ବମଙ୍ଗଳ
8 ଆମ୍ଭେମାନେ ରାଜାଙ୍କୁ ଏହା ଜଣାଇବାକୁ ଗ୍ଭହୁଁ ଯେ, “ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ମନ୍ଦିରକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି। ଆଉ ଏହି କାର୍ଯ୍ୟ ଯତ୍ନ ସହକାରେ ଗ୍ଭଲୁଅଛି ଓ ସେମାନଙ୍କ ହସ୍ତରେ ଏହା ସଫଳ ହେଉ ଅଛି। ଏହା ମଧ୍ୟ ଶୀଘ୍ର ସରିବ।
9 ଆମ୍ଭେମାନେ ସେହି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ଯ୍ୟ ବିଷୟରେ କିଛି ପଗ୍ଭରିଲୁ, ତାହା ହେଲା, “ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?” 10 ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ପଗ୍ଭରିଲୁ। ଆମ୍ଭେମାନେ ମଧ୍ୟ ସେମାନଙ୍କର ନାମ ଲେଖିବାକୁ ଗ୍ଭହିଁଲୁ।
11 ସେମାନେ ଏହି ଉତ୍ତର ଆମ୍ଭମାନଙ୍କୁ ଦେଲେ,
“ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ଆମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। 12 ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କ୍ରୋଧିତ କରିଥିଲେ। ତେଣୁ ସେ ସେମାନଙ୍କୁ ବାବିଲର ରାଜା କଲ୍ଦୀୟ ନବୂଖଦ୍ନିତ୍ସର ହସ୍ତରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକରି, ଲୋକମାନଙ୍କୁ ବାବିଲକୁ ନେଇଗଲେ। 13 ବାବିଲର ରାଜା କୋରସଙ୍କର ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ପାଇଁ କୋରସର ରାଜା ଆଜ୍ଞା କଲେ। 14 ଆହୁରି ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଲା, ତାହା ସବୁ କରୋସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାରକରି ଦେଲେ। ପୁଣି ସେସବୁ ଶେଶବସର ନାମକ ତାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ କଲେ।
15 ସେ ତାହାକୁ କହିଲେ, “ଏହିସବୁ ପାତ୍ର ନେଇ ଯିରୁଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ମନ୍ଦିର ସ୍ୱସ୍ଥାନରେ ନିର୍ମିତ ହେଉ।”
16 ତେଣୁ ଶେଶବସର ଆସି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ କଲା। ଆଉ ସେହି ସମୟାବଧି ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି। ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ।
17 ଏଣୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୁଶାଲମରେ ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ ତାହା ବାବିଲସ୍ଥ ମହାରାଜାଙ୍କ ଭଣ୍ତାର ଗୃହରେ ଅନୁସନ୍ଧାନ କରନ୍ତୁ। ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।
ଯୀଶୁଙ୍କର କେତେକ ଶିଷ୍ୟ ସମାଧିକୁ ଖାଲିପଡ଼ିଥିବା ଦେଖିଲେ(A)
20 ରବିବାର ଦିନ ପାହାନ୍ତିଆରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି। 2 ତେଣୁ ମରିୟମ, ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେମାନଙ୍କ ନିକଟକୁ ଦୌଡ଼ିଗଲେ ଓ ସେ ସେମାନଙ୍କୁ କହିଲେ, “ସେମାନେ ପ୍ରଭୁଙ୍କର ମୃତଦେହକୁ କବର ଭିତରୁ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠାରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।”
3 ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ। 4 ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ୟଜଣକ ଜୋର୍ରେ ଦୌଡ଼ୁଥିଲେ। ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ। 5 ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।
6 ତା’ପରେ ତାହାଙ୍କ ପଛରେ ଶିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ। 7 ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡରେ ଗୁଡ଼ା ହୋଇଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖରେ ନ ଥାଇ ଅଲଗା ଜାଗାରେ ଗୁଡ଼େଇ ହୋଇ ପଡ଼ିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡ଼ି ନ ଥିଲା। 8 ଏହା ପରେ ଅନ୍ୟଶିଷ୍ୟ ଜଣକ ମଧ୍ୟ ଭିତରକୁ ଗଲେ, ସେହି ଶିଷ୍ୟ ଜଣକ କବର ପାଖରେ ଆଗ ପହଞ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ୱାସ କଲେ। 9 ଧର୍ମଶାସ୍ତ୍ର ଅନୁସାରେ ‘ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ’, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରି ନ ଥିଲେ।
ମଗ୍ଦଲୀନୀ ମରିୟମଙ୍କୁ ଯୀଶୁ ଦେଖା ଦେଲେ(B)
10 ତା’ପରେ ଶିଷ୍ୟମାନେ ଘରକୁ ଫେରିଗଲେ। 11 କିନ୍ତୁ ମରିୟମ କବର ବାହାରେ ଠିଆ ହୋଇ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡ଼ି କବର ଭିତରକୁ ଗ୍ଭହିଁଲେ। 12 ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା, ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ।
13 ସେମାନେ ମରିୟମଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?”
ମରିୟମ ଉତ୍ତର ଦେଲେ, “ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠି ରଖିଛନ୍ତି, ତାହା ମୁଁ ଜାଣି ନାହିଁ।” 14 ସେ ଏହା କହି ବୁଲି ପଡ଼ିଲେ। ସେ ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।
15 ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?”
ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ’ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।”
16 ଯୀଶୁ ତାହାଙ୍କୁ କହିଲେ, “ମରିୟମ,”।
ମରିୟମ ତାହାଙ୍କ ଆଡ଼େ ବୁଲିପଡ଼ି ଯିହୂଦୀୟ ଭାଷାରେ କହିଲେ, “ରାବ୍ବୂନୀ” ଅର୍ଥାତ୍ ‘ଗୁରୁ’।
17 ଯୀଶୁ ତାହାଙ୍କୁ କହିଲେ, “ମୋତେ ଧର ନାହିଁ। ମୁଁ ଏ ପର୍ଯ୍ୟନ୍ତ ପରମପିତାଙ୍କ ପାଖକୁ ଯାଇ ନାହିଁ। କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ, ମୁଁ ମୋର ଓ ତୁମ୍ଭର ପରମପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।”
18 ମଗ୍ଦଲୀନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ, “ମୁଁ ପ୍ରଭୁଙ୍କୁ ଦେଖିଲି।” ସେ ସେମାନଙ୍କୁ ଯୀଶୁ କରିଥିବା କଥା ଶୁଣାଇଲେ।
ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ(C)
19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।
21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”
ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ
24 ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। 25 ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”
26 ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”
28 ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”
29 ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”
ଯୋହନ ଏହି ବହି ଲେଖିବାର କାରଣ
30 ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, 31 କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।
2010 by World Bible Translation Center