Old/New Testament
ହିଜକିୟ ନିସ୍ତାରପର୍ବ ପାଳନ କଲେ
30 ରାଜା ହିଜକିୟ ଇସ୍ରାଏଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବାର୍ତ୍ତାମାନ ପ୍ରେରଣ କଲେ। ସେ ଇଫ୍ରୟିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ୟ ପତ୍ରମାନ ଲେଖିଲେ। ହିଜକିୟ ସେହି ସମସ୍ତ ଲୋକଙ୍କୁ ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସେମାନେ ସମସ୍ତ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରି ପାରିବେ। 2 ଦ୍ୱିତୀୟ ମାସରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିୟ ତାଙ୍କର ସମସ୍ତ ପଦାଧିକାରୀ ଓ ଯିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ। 3 ସେମାନେ ନିୟମିତ ସମୟରେ ନିସ୍ତାରପର୍ବର ଉତ୍ସବ ପାଳନ କରି ପାରିଲେ ନାହିଁ। କାରଣ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ଯଥେଷ୍ଟ ସଂଖ୍ୟକ ଯାଜକ ନିଜକୁ ପ୍ରସ୍ତୁତ କରିପାରି ନ ଥିଲେ। ଆଉ ଗୋଟିଏ କାରଣ ଥିଲା, ଲୋକମାନେ ଯିରୁଶାଲମରେ ଏକତ୍ରିତ ହୋଇ ନ ଥିଲେ। 4 ଏହି ଚୁକ୍ତି ରାଜା ହିଜକିୟ ଓ ସମଗ୍ର ଜନତାଙ୍କୁ ସନ୍ତୁଷ୍ଟ କଲା। 5 ତେଣୁ ସେମାନେ ବେର୍ଶେବା ସହରଠାରୁ ଦାନ୍ ସହର ପର୍ଯ୍ୟନ୍ତ ଇସ୍ରାଏଲର ପ୍ରତ୍ୟେକ ସ୍ଥାନରେ ଏହା ଘୋଷଣା କଲେ। ସେମାନେ ଲୋକମାନଙ୍କୁ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିବା ପାଇଁ ଯିରୁଶାଲମକୁ ଆସିବାକୁ କହିଲେ। ମୋଶାଙ୍କ ଦତ୍ତ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର ଭାବେ ନିସ୍ତାରପର୍ବ ପାଳନ କରିବାକୁ କୁହାଯାଇଅଛି, ସେ ପ୍ରକାର ଭାବ ଇସ୍ରାଏଲର ବହୁତ ସଂଖ୍ୟକ ଲୋକ ଅନେକ ବର୍ଷ ଧରି ପାଳନ କରି ନ ଥିଲେ। 6 ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସେହି ପତ୍ରରେ ଏହିପରି ଲେଖାଥିଲା।
“ଇସ୍ରାଏଲ [a] ସନ୍ତାନଗଣ, ଅବ୍ରହାମ, ଇସ୍ହାକ ଓ ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ତାଙ୍କ ନିକଟକୁ ଫେରି ଆସ। ଯେଉଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛ ଓ ଅଶୂର ରାଜାର କବଳରୁ ଖସି ଆସିଛ, ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଫେରି ଆସିବ। 7 ତୁମ୍ଭମାନଙ୍କର ପିତାଙ୍କର କିମ୍ବା ତୁମ୍ଭମାନଙ୍କର ଭ୍ରାତାଗଣଙ୍କ ପରି ହୁଅ ନାହିଁ। ସଦାପ୍ରଭୁ ସେମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ୱର ଥିଲେ, କିନ୍ତୁ ସେମାନେ ତାଙ୍କର ବିରୁଦ୍ଧରେ ଗଲେ। ତେଣୁ ସଦାପ୍ରଭୁ ସେମାନଙ୍କୁ ଧ୍ୱଂସ କଲେ, ଏହା ତୁମ୍ଭେ ଜାଣ। 8 ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦୟର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସେହି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହେବ। 9 ଯଦି ତୁମ୍ଭେମାନେ ଫେରି ଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତେବେ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସେମାନଙ୍କୁ ବନ୍ଦୀ କରି ନେଇଯାଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫେରି ଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭେମାନେ ତାହାଙ୍କ ନିକଟକୁ ଫେରି ଆସିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିଯିବେ ନାହିଁ।”
10 ବାର୍ତ୍ତାବାହକମାନେ ଇଫ୍ରୟିମ ଓ ମନଃଶି ଅଞ୍ଚଳର ପ୍ରତ୍ୟେକ ସହରକୁ ଗଲେ। ସେମାନେ ସବୂଲୂନର ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ୟ ଓ ବିଦ୍ରୂପ କଲେ। 11 କିନ୍ତୁ ଆଶେର୍, ମନଃଶି ଓ ସବୂଲୂନର କେତେକ ଲୋକ ସେମାନଙ୍କୁ ନମ୍ର କଲେ ଓ ଯିରୁଶାଲମକୁ ଗଲେ। 12 ଆହୁରି ମଧ୍ୟ ଯିହୁଦାରେ ପରମେଶ୍ୱରଙ୍କ ଶକ୍ତି ଲୋକମାନଙ୍କୁ ଏକତ୍ରିତ କଲା, ଯେପରି ସେମାନେ ରାଜା ଓ ତାଙ୍କ ପଦାଧିକାରୀମାନଙ୍କର ବାଧ୍ୟ ହୋଇପାରନ୍ତି। ଏହି ପ୍ରକାରେ, ସେମାନେ ସଦାପ୍ରଭୁଙ୍କ ବାକ୍ୟର ବାଧ୍ୟ ହେଲେ।
13 ଅନେକ ଲୋକ ତାଡ଼ୀଶୂନ୍ୟ ରୋଟୀର ପର୍ବ ପାଳନ କରିବା ନିମନ୍ତେ ଆସି ଯିରୁଶାଲମରେ ଦ୍ୱିତୀୟ ମାସରେ ଏକତ୍ର ହେଲେ। ତାହା ଏକ ଅତି ବୃହତ୍ ଜନତାର ଭିଡ଼ ଥିଲା। 14 ସେହି ଲୋକମାନେ ଯିରୁଶାଲମରେ ଥିବା ଭଣ୍ଡ ଦେବତାମାନଙ୍କର ଯଜ୍ଞବେଦି ସବୁ ନିଃଶେଷ କରିଦେଲେ। ଆହୁରି ମଧ୍ୟ, ସେମାନେ ଭଣ୍ଡ ଦେବତାମାନଙ୍କର ସମସ୍ତ ସୁଗନ୍ଧିଧୂପର ବେଦି ନଷ୍ଟ କରିଦେଲେ। ସେମାନେ ସେହି ଯଜ୍ଞବେଦିଗୁଡ଼ିକୁ କିଦ୍ରୋଣ ଉପତ୍ୟକାରେ ଫିଙ୍ଗି ଦେଲେ। 15 ଏହା ପରେ ସେମାନେ ଦ୍ୱିତୀୟ ମାସର ଚତୁର୍ଦ୍ଦଶତମ ଦିନରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କଲେ। ଯାଜକମାନେ ଓ ଲେବୀୟମାନେ ଲଜ୍ଜିତ ହେଲେ। ସେମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। ଯାଜକ ଓ ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରକୁ ହୋମବଳି ଉପହାର ଆଣିଲେ। 16 ପରମେଶ୍ୱରଙ୍କ ଲୋକ ମୋଶାଙ୍କ ବ୍ୟବସ୍ଥା ନିୟମରେ ଯେଉଁ ପ୍ରକାର କୁହାଯାଇଥିଲା, ସେମାନେ ସେହି ପ୍ରକାରେ ସେମାନଙ୍କର ନିୟମିତ ସ୍ଥାନ ଗ୍ରହଣ କଲେ। ଲେବୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା’ପରେ ଯାଜକମାନେ ଯଜ୍ଞବେଦି ଉପରେ ରକ୍ତକୁ ସିଞ୍ଚନ କଲେ। 17 ଦଳରେ ଅନେକ ଲୋକ ଥିଲେ, ଯେଉଁମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରି ନ ଥିଲେ, ତେଣୁ ସେମାନଙ୍କୁ ନିସ୍ତାରପର୍ବର ମେଷଶାବକକୁ ବଧ କରିବାକୁ ଅନୁମତି ଦିଆଗଲା ନାହିଁ। ତେଣୁ ପରିଷ୍କୃତ ହୋଇ ନ ଥିବା ପ୍ରତ୍ୟେକ ବ୍ୟକ୍ତିର ନିମନ୍ତେ ଲେବୀୟମାନେ ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରିବାର ଦାୟିତ୍ୱ ନେଲେ। ଲେବୀୟମାନେ ପ୍ରତ୍ୟେକ ମେଷଶାବକକୁ ସଦାପ୍ରଭୁଙ୍କ ନିମନ୍ତେ ପବିତ୍ର କଲେ।
18-19 ଇଫ୍ରୟିମ, ମନଃଶି, ଇଷାଖର ଓ ସବୂଲୂନର ଅନେକ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସେମାନେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମୋଶାଙ୍କ ବ୍ୟବସ୍ଥା ନିୟମରେ କୁହାଯାଇଥିଲା, ସେହିପରି ପାଳନ କଲେ ନାହିଁ। କିନ୍ତୁ ହିଜକିୟ ସେହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିୟ ଏହି ପ୍ରକାରେ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମଙ୍ଗଳକାରୀ ଅଟ। ଏହି ଲୋକମାନେ ପ୍ରକୃତରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଗ୍ଭହିଁଥିଲେ, କିନ୍ତୁ ସେମାନେ ବ୍ୟବସ୍ଥା ନିୟମାନୁଯାୟୀ ନିଜକୁ ପରିଷ୍କୃତ କରି ପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସେହି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସେହି ପରମେଶ୍ୱର ଅଟ।” 20 ସଦାପ୍ରଭୁ ରାଜା ହିଜକିୟଙ୍କ ପ୍ରାର୍ଥନା ଶୁଣିଲେ। ସଦାପ୍ରଭୁ ଲୋକମାନଙ୍କୁ କ୍ଷମା କଲେ। 21 ଯିରୁଶାଲମରେ ଇସ୍ରାଏଲର ସନ୍ତାନମାନେ ତାଡ଼ୀଶୂନ୍ୟ ପାଉଁରୋଟୀର ପର୍ବ ସାତ ଦିନ ପର୍ଯ୍ୟନ୍ତ ପାଳନ କଲେ। ସେମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ। ଲେବୀୟ ଓ ଯାଜକମାନେ ପ୍ରତିଦିନ ସେମାନଙ୍କର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ। 22 ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।
23 ସବୁ ଲୋକମାନେ ଆଉ ଅଧିକ ସାତ ଦିନ ରହିବା ନିମନ୍ତେ ସମ୍ମତ ହେଲେ। ସେମାନେ ଆହୁରି ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ପାଳନ କରି ଅତ୍ୟନ୍ତ ଆନନ୍ଦିତ ହେଲେ। 24 ଯିହୁଦାର ରାଜା ହିଜକିୟ ସମ୍ମିଳିତ ଜନତାକୁ 1000 ବଳଦ ଓ 7000 ମେଷକୁ ହତ୍ୟାକରି ଭୋଜନ କରିବା ନିମନ୍ତେ ପ୍ରଦାନ କଲେ। ନେତାମାନେ ସମ୍ମିଳିତ ଜନତାକୁ 1000 ବଳଦ ଓ 10,000 ମେଷ ଦେଲେ। ଅନେକ ଯାଜକମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କଲେ। 25 ଯିହୁଦାର ସମ୍ମିଳିତ ଜନତା, ଯାଜକଗଣ ଓ ଲେବୀୟ ସମସ୍ତେ, ଇସ୍ରାଏଲର ସମସ୍ତ ସମ୍ମିଳିତ ଜନତା ଓ ଇସ୍ରାଏଲୀୟମାନେ ଓ ଯିହୁଦାରେ ବାସ କରୁଥିବା ବିଦେଶୀଗଣ ଅତ୍ୟନ୍ତ ଆନନ୍ଦିତ ଥିଲେ। 26 ତେଣୁ ଯିରୁଶାଲମରେ ମହାଆନନ୍ଦ ହେଲା। ଇସ୍ରାଏଲର ରାଜା ଦାଉଦଙ୍କ ପୁତ୍ର ଶଲୋମନଙ୍କ ସମୟରେ ଏପରି ଆନନ୍ଦ ଉତ୍ସବ ହୋଇଥିଲା, ଆଉ କେବେ ହେଁ ହୋଇ ନ ଥିଲା। 27 ଯାଜକମାନେ ଓ ଲେବୀୟମାନେ ଉଠି ଛିଡ଼ା ହେଲେ ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ପରମେଶ୍ୱର ସେମାନଙ୍କ କଥା ଶୁଣିଲେ, ସେମାନଙ୍କର ପ୍ରାର୍ଥନା ସଦାପ୍ରଭୁଙ୍କ ପବିତ୍ର ଗୃହ ସ୍ୱର୍ଗରେ ପହଞ୍ଚିଲା।
ରାଜା ହିଜକିୟ ଉନ୍ନତିମୂଳକ କାର୍ଯ୍ୟ କଲେ
31 ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।
2 ରାଜା ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ସେମାନଙ୍କର ଭିନ୍ନ ଭିନ୍ନ ଦଳ ଅନୁସାରେ ସଂଗଠିତ କଲେ। ପ୍ରତ୍ୟେକ ଦଳର ନିଜସ୍ୱ ବିଶେଷ କାର୍ଯ୍ୟ ରହିଥିଲା। ତେଣୁ ଯାଜକମାନେ ଓ ଲେବୀୟମାନେ ପୁନର୍ବାର ହୋମବଳି ଉପହାର ଓ ମଙ୍ଗଳାର୍ଥକ ନୈବେଦ୍ୟ ଉତ୍ସର୍ଗ କରିବାର କାର୍ଯ୍ୟ କଲେ। ଆଉ ମଧ୍ୟ ପରମେଶ୍ୱର ମନ୍ଦିରରେ ସେବାକାର୍ଯ୍ୟ ଏବଂ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରଗୁଡ଼ିକ ନିକଟରେ ପ୍ରଶଂସା ଗାନ କରିବା କାର୍ଯ୍ୟ ସେମାନଙ୍କର ଥିଲା। 3 ହିଜକିୟ ତାଙ୍କର ନିଜର ପଶୁପଲ ମଧ୍ୟରୁ କେତୋଟିକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ହୋମବଳି ଉପହାର ସ୍ୱରୂପେ ବ୍ୟବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶେଷ ଦିନ, ଅମାବାସ୍ୟା ଉତ୍ସବ ଓ ଅନ୍ୟାନ୍ୟ ବିଶେଷ ସଭାମାନଙ୍କରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ୟବସ୍ଥା ନିୟମରେ ଯେଉଁପରି ଲେଖାଯାଉଥିଲା, ଏହା ସେହିପରି କରାଯାଉଥିଲା।
4 ହିଜକିୟ ଯିରୁଶାଲମରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ଶସ୍ୟର ପ୍ରଥମ ଅଂଶ ଯାଜକ ଓ ଲେବୀୟମାନଙ୍କୁ ଦେବା ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲେବୀୟମାନେ ବ୍ୟବସ୍ଥା ନିୟମାନୁଯାୟୀ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସମୟ ଅତିବାହିତ କରି ପାରିବେ। 5 ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇସ୍ରାଏଲର ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଖାଦ୍ୟଶସ୍ୟ, ଅଙ୍ଗୁର ରସ, ତୈଳ, ମହୁ, ଓ ସେମାନଙ୍କ କ୍ଷେତ୍ରରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସେମାନେ ସେହି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ଯଥେଷ୍ଟ ଭାବରେ ଯୋଗାଇଲେ। 6 ଇସ୍ରାଏଲୀୟ ଓ ଯିହୁଦୀୟ ଲୋକମାନେ, ଯେଉଁମାନେ ଯିହୁଦାର ନଗରରେ ବାସ କରୁଥିଲେ, ସେମାନଙ୍କର ପଶୁପଲ ଓ ମେଷପଲର ମଧ୍ୟ ଦଶମାଂଶ ଆଣିଲେ। ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ପବିତ୍ର ଜିନିଷର ଏକ ଦଶମାଂଶ ଆଣିଲେ। ଏହି ସମସ୍ତ ସାମଗ୍ରୀ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କ ନିକଟକୁ ଆଣିଲେ। ସେମାନେ ଏହି ସମସ୍ତ ସାମଗ୍ରୀକୁ ଗଦାକରି ରଖିଲେ।
7 ଲୋକମାନେ ସେହି ସାମଗ୍ରୀଗୁଡ଼ିକୁ ତୃତୀୟ ମାସ [b]ରେ ଆଣିବାକୁ ଆରମ୍ଭ କଲେ ଓ ସେମାନେ ସେହି ବସ୍ତୁସବୁ ସପ୍ତମ ମାସ [c]ରେ ସଂଗ୍ରହ କରି ରଖିବା ଶେଷ କଲେ। 8 ଯେତେବେଳେ ହିଜକିୟ ଓ ନେତାମାନେ ଆସିଲେ, ସେମାନେ ସେହି ସଂଗୃହୀତ ବସ୍ତୁ ସବୁର ସ୍ତୁପସବୁ ଦେଖିବାକୁ ପାଇଲେ। ସେମାନେ ସଦାପ୍ରଭୁଙ୍କର ଓ ତାଙ୍କର ଲୋକ, ଇସ୍ରାଏଲର ଲୋକମାନଙ୍କର ପ୍ରଶଂସା କଲେ।
9 ଏହା ପରେ ହିଜକିୟ, ଯାଜକ ଓ ଲେବୀୟମାନଙ୍କୁ ଏହି ସ୍ତୁପୀକୃତ ବସ୍ତୁଗୁଡ଼ିକ ବିଷୟରେ ପଗ୍ଭରିଲେ। 10 ସାଦୋକ୍ ବଂଶର ମୁଖ୍ୟଯାଜକ ଅସରିୟ ହିଜକିୟଙ୍କୁ କହିଲେ, “ଲୋକମାନେ ଯେଉଁ ସମୟଠାରୁ ସଦାପ୍ରଭୁଙ୍କ ଗୃହକୁ ଉପହାରସବୁ ଆଣିବା ଆରମ୍ଭ କଲେ, ସେହି ସମୟଠାରୁ ଆମ୍ଭେମାନେ ପ୍ରଚୁର ଖାଦ୍ୟ ଭୋଜନ କରିବାକୁ ପାଉଅଛୁ। ଆମ୍ଭମାନଙ୍କ ଉଦର ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନ କରି ସାରିଲୁଣି ଓ ଆହୁରି ପ୍ରଚୁର ବଳି ପଡ଼ିଅଛି! ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେଥିନିମନ୍ତେ ଆମ୍ଭମାନଙ୍କର ଏତେ ଖାଦ୍ୟ ବଳିପଡ଼ୁଅଛି।”
11 ଏହା ପରେ ହିଜକିୟ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା। 12 ଏହା ପରେ ଯାଜକମାନେ ନୈବେଦ୍ୟ, ଦଶମାଂଶ ଓ ଅନ୍ୟାନ୍ୟ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କେବଳ ସଦାପ୍ରଭୁଙ୍କୁ ଦିଆଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା, ସେହି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ୟସ୍ଥ ଭଣ୍ଡାର ଘରମାନଙ୍କରେ ରଖାଗଲା। ଲେବୀୟ କନାନିୟ ସେହି ସମସ୍ତ ସଂଗୃହୀତ ବସ୍ତୁର ଦାୟିତ୍ୱରେ ଥିଲେ, ଶିମିୟି ଦ୍ୱିତୀୟରେ ଏହି ଦାୟିତ୍ୱରେ ଥିଲେ। ଶିମିୟି କନାନିୟଙ୍କ ଭ୍ରାତା ଥିଲେ। 13 କନାନିୟ ଓ ତାଙ୍କର ଭ୍ରାତା ଶିମିୟି ଏହି ଲୋକମାନଙ୍କର ତତ୍ତ୍ୱାବଧାରକ ଥିଲେ: ଯିହୀୟେଲ୍, ଅସସିୟ, ନହତ୍, ଅସାହେଲ୍, ଯିରେମୋତ୍, ଯୋଷାବଦ୍, ଇଲୀୟେଲ, ଯିଷ୍ମଖିୟ, ମାହତ୍ ଓ ବନାୟ। ରାଜା ହିଜକିୟ ଓ ପରମେଶ୍ୱର ମନ୍ଦିର ଦାୟିତ୍ୱରେ ଥିବା ପଦାଧିକାରୀ ଅସରିୟ ସେହି ଲୋକମାନଙ୍କୁ ମନୋନୀତ କଲେ।
14 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନୈବେଦ୍ୟ ଦେଉଥିଲେ, କୋରି ତାହାର ଦାୟିତ୍ୱରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାୟିତ୍ୱ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ହୋଇଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। କୋରି ପୂର୍ବଦିଗରେ ଥିବା ଦ୍ୱାରର ଦ୍ୱାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲେବୀୟ ଯିମ୍ନା। 15 ସେ ଏଦନ୍, ମିନ୍ୟାମିନ, ଯେଶୂୟ, ଶମୟିୟ, ଅମରିୟ ଓ ଶିଖନିୟ କୋରିଙ୍କୁ ସାହାଯ୍ୟ କରୁଥିଲେ। ସେହି ବ୍ୟକ୍ତିମାନେ, ଯାଜକମାନେ ବାସ କରୁଥିବା ସହରଗୁଡ଼ିକରେ ବିଶ୍ୱସ୍ତ ଭାବରେ ସେବାକାର୍ଯ୍ୟ କରୁଥିଲେ। ସେମାନେ ସଂଗୃହୀତ ସାମଗ୍ରୀକୁ ସେମାନଙ୍କର ଆତ୍ମୀୟ ଯାଜକମାନଙ୍କୁ ଦେଲେ, ସେମାନେ ବୃଦ୍ଧ ହୁଅନ୍ତୁ ବା ତରୁଣ।
16 ଏହି ବ୍ୟକ୍ତିଗଣ ଲେବୀୟ ବଂଶର ଇତିହାସରେ ନାମ ଲେଖାଥିବା ତିରିଶ୍ ବର୍ଷୀୟଠାରୁ ଅଧିକ ବୟସ୍କ ପୁରୁଷଙ୍କ ଦ୍ୱାରା ସଂଗୃହୀତ ବସ୍ତୁଗୁଡ଼ିକ ଦେଉଥିଲେ। ଏହି ସମସ୍ତ ପୁରୁଷମାନଙ୍କୁ ପ୍ରତ୍ୟହ ସେବାକାର୍ଯ୍ୟ କରିବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରିବାକୁ ପଡ଼ୁଥିଲା, ପ୍ରତ୍ୟେକ ଦଳରେ ଲେବୀୟମାନଙ୍କର ସେମାନଙ୍କର ନିଜ ଦାୟିତ୍ୱ ରହିଥିଲା। 17 ଯାଜକମାନଙ୍କୁ ସେମାନଙ୍କର ସଂଗୃହୀତ ବସ୍ତୁର ଅଂଶ ଦିଆଯାଉ ଥିଲା। ଏହିସବୁ ବିଭିନ୍ନ ବଂଶରୁ, ଯେଉଁ ଅନୁଯାୟୀ ବଂଶ ଇତିହାସରେ ତାଲିକାଭୁକ୍ତ ହୋଇଛନ୍ତି, ତହିଁନୁଯାୟୀ କରାଯାଉଥିଲା। କୋଡ଼ିଏ ବୟସ୍କ ଓ ତତୁର୍ଦ୍ଧ୍ୱ ବୟସର ଲେବୀୟମାନେ ସେମାନଙ୍କର ସଂଗୃହୀତ ଅଂଶ ପାଉଥିଲେ। ଏହା ସେମାନଙ୍କର ଦାୟିତ୍ୱ ଓ ସେମାନଙ୍କର ଦଳନୁଯାୟୀ ନିରୂପଣ କରାଯାଉଥିଲା। 18 ଲେବୀୟ ଶିଶୁ, ସ୍ତ୍ରୀ, ପୁତ୍ର ଓ କନ୍ୟାଗଣ ମଧ୍ୟ ଏହି ସଂଗୃହୀତ ବସ୍ତୁର ଅଂଶ ଲାଭ କରୁଥିଲେ। ଯେଉଁ ଲେବୀୟମାନେ ବଂଶର ଇତିହାସରେ ତାଲିକାଭୁକ୍ତ ହୋଇଥିଲେ, ସେମାନଙ୍କ ନିମନ୍ତେ ଏହିପରି କରାଯାଉ ଥିଲା। କାରଣ ଲେବୀୟମାନେ ସର୍ବଦା ସେବାକାର୍ଯ୍ୟ ନିମନ୍ତେ ନିଜକୁ ପବିତ୍ର ଓ ପ୍ରସ୍ତୁତ କରି ରଖୁଥିଲେ।
19 ଲେବୀୟମାନେ ଯେଉଁ ସହରରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତେଜଣ ଯାଜକଙ୍କର ଶସ୍ୟକ୍ଷେତ୍ର ଥିଲା। ଆଉ ହାରୋଣଙ୍କର କେତେଜଣ ବଂଶଧର ମଧ୍ୟ ସହରମାନଙ୍କରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ୟରୁ ଅଂଶ ଦେବା ନିମନ୍ତେ ଏହି ପ୍ରତ୍ୟେକ ସହରର ଲୋକମାନଙ୍କୁ ସେମାନଙ୍କ ନାମ ଦ୍ୱାରା ମନୋନୀତ କରାଯାଉ ଥିଲା। ଲେବୀୟମାନଙ୍କ ବଂଶର ଇତିହାସରେ ନାମ ଭୁକ୍ତ କରାଯାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ୟର ଅଂଶ ଲାଭ କରୁଥିଲେ।
20 ଅତଏବ ରାଜା ହିଜକିୟ ଯିହୁଦାରେ ଏହି ସମସ୍ତ ଉତ୍ତମ କାର୍ଯ୍ୟ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ୱସ୍ତ ଥିଲେ। 21 ଯେଉଁ ପ୍ରତ୍ୟେକ କାର୍ଯ୍ୟ ସେ ଆରମ୍ଭ କଲେ, ଯଥା: ପରମେଶ୍ୱରଙ୍କ ମନ୍ଦିରର ସେବାକାର୍ଯ୍ୟ ଓ ବ୍ୟବସ୍ଥା ନିୟମ ଓ ଆଦେଶର ବାଧ୍ୟ ହେବା ଏବଂ ତାଙ୍କର ପରମେଶ୍ୱରଙ୍କର ଅନୁଗମନ କରିବାରେ ସେ ସଫଳ ହେଲେ। ହିଜକିୟ ଏହି ସମସ୍ତ ବିଷୟ ତାଙ୍କର ହୃଦୟର ସହିତ କଲେ।
ଯୀଶୁ ବନ୍ଦୀ ହେଲେ(A)
18 ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ୟମାନଙ୍କ ସହିତ ଗ୍ଭଲିଗଲେ। ସେମାନେ କିଦ୍ରୋଣ ଉପତ୍ୟକା ପାରି ହୋଇଗଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଗ୍ଭ ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାକୁ ଗଲେ।
2 ଯିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୂଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲା। 3 ତେଣୁ ସେ ଦଳେ ସୈନ୍ୟଙ୍କୁ ନେଇ ବଗିଗ୍ଭକୁ ଗଲା। ସେ ମୁଖ୍ୟ ଯାଜକ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ପ୍ରହରୀମାନଙ୍କୁ ମଧ୍ୟ ଆଣିଥିଲା। ସେମାନେ ମଶାଲ, ଲଣ୍ଠନ ଓ ଅସ୍ତ୍ରଶସ୍ତ୍ର ଆଣି ସେଠାରେ ପହଞ୍ଚିଲେ।
4 ତାହାଙ୍କ ପ୍ରତି କ’ଣ ଘଟିବ, ସେ କଥା ଯୀଶୁ ଆଗରୁ ଜାଣିଥିଲେ। ସେ ସେମାନଙ୍କ ନିକଟକୁ ଯାଇ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
5 ସେହି ଲୋକମାନେ ଉତ୍ତର ଦେଲେ, “ନାଜରିତୀୟ ଯୀଶୁଙ୍କୁ।”
ଯୀଶୁ କହିଲେ, “ମୁଁ ନିଜେ ସେହି ଯୀଶୁ।” ଯୀଶୁଙ୍କ ବିରୁଦ୍ଧରେ ଯାଇଥିବା ଯିହୂଦା ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିଲା। 6 ଯେତେବେଳେ ଯୀଶୁ କହିଲେ, “ମୁଁ ଯୀଶୁ,” ଲୋକମାନେ ପଛକୁ ଘୁଞ୍ଚିଯାଇ ତଳେ ପଡ଼ିଗଲେ।
7 ଯୀଶୁ ସେମାନଙ୍କୁ ପୁଣି ଥରେ ପଗ୍ଭରିଲେ, “ତୁମ୍ଭେ କାହାକୁ ଖୋଜୁଛ?”
ସେମାନେ କହିଲେ, “ନାଜରିତୀୟ ଯୀଶୁଙ୍କୁ।”
8 ଯୀଶୁ କହିଲେ, “ମୁଁ ତ କହିଲି ଯେ ମୁଁ ସେହି ଯୀଶୁ। ଯଦି ତୁମ୍ଭେ ମୋତେ ଖୋଜୁଛ, ତେବେ ଏହି ଅନ୍ୟ ଲୋକମାନଙ୍କୁ ଏଠାରୁ ଯିବାକୁ ଛାଡ଼ିଦିଅ।” 9 ଏପରି ଘଟିଲା ଯେହେତୁ ପୂର୍ବରୁ ତାହାଙ୍କ ଦ୍ୱାରା କଥିତ ବାଣୀ ସତ୍ୟ ହେବ: “ମୁଁ ତୁମ୍ଭେ ଦେଇଥିବା ଜଣେ ଲୋକକୁ ମଧ୍ୟ ହରେଇ ନାହିଁ।”
10 ଶିମୋନ ପିତରଙ୍କ ପାଖରେ ଗୋଟିଏ ଖଣ୍ଡା ଥିଲା। ସେ ଖଣ୍ଡା ବାହାର କରି ମୁଖ୍ୟ ଯାଜକଙ୍କ ଦାସକୁ ଆଘାତ କଲେ। ସେ ଦାସର ଡାହାଣ କାନ କଟି ଗଲା। ସେହି ଦାସର ନାମ ମାଲ୍ଖ ଥିଲା। 11 ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେ ଖଣ୍ଡା ଖାପରେ ରଖିଦିଅ। ପରମପିତା ମୋତେ ଏହି ପିଆଲା ପିଇବାକୁ ଦେଇଛନ୍ତି, ମୁଁ ଏହା ଗ୍ରହଣ କରିବା ଉଚିତ୍।
ଯୀଶୁ ହାନାନଙ୍କ ଆଗକୁ ଅଣାଗଲେ(B)
12 ତା’ପରେ ସୈନ୍ୟମାନେ ଓ ସେମାନଙ୍କ ସେନାପତିମାନେ ଓ ଯିହୂଦୀମାନଙ୍କର ପ୍ରହରୀମାନେ ଯୀଶୁଙ୍କୁ ବନ୍ଦୀ କଲେ। 13 ସେମାନେ ତାହାଙ୍କୁ ବାନ୍ଧିଲେ ଓ ହାନାନଙ୍କ ନିକଟକୁ ଘେନିଗଲେ। ହାନାନ କୟାଫାଙ୍କର ଶ୍ୱଶୁର ଥିଲେ। ସେହି ବର୍ଷ କୟାଫା ମହାଯାଜକ ଥିଲେ। 14 କୟାଫା ଯିହୂଦୀମାନଙ୍କୁ ପରାମର୍ଶ ଦେଇଥିଲେ, “ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଜଣେ ପ୍ରାଣ ଦେବା ବରଂ ଭଲ।”
ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି ପିତର ମିଥ୍ୟା କହିଲେ(C)
15 ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କ ସହିତ ଗଲେ। ସେହି ଶିଷ୍ୟଜଣ ମହାଯାଜକଙ୍କୁ ଜାଣିଥିଲେ। ତେଣୁ ସେ ଯୀଶୁଙ୍କ ସହିତ ମହାଯାଜକଙ୍କ ଘର ଅଗଣା ପର୍ଯ୍ୟନ୍ତ ଗଲେ। 16 କିନ୍ତୁ ପିତର ଫାଟକ ବାହାରେ ଅପେକ୍ଷା କଲେ। ମହାଯାଜକଙ୍କୁ ଜାଣିଥିବା ସେହି ଶିଷ୍ୟ ଜଣକ ବାହାରକୁ ଫେରି ଆସିଲେ। ସେ ଫାଟକ ଜଗିଥିବା ଦାସୀକୁ କହି ସେ ପିତରଙ୍କୁ ଭିତରକୁ ଆଣିଲେ। 17 ସେହି ଦାସୀ ପିତରଙ୍କୁ ପଗ୍ଭରିଲା, “ତୁମ୍ଭେ ବି କ’ଣ ଏହି ଲୋକର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ?”
ପିତର ଉତ୍ତର ଦେଲେ, “ନା, ମୁଁ ନୁହେଁ।”
18 ଶୀତ ହେଉଥିଲା। ଦାସ ଓ ପ୍ରହରୀମାନେ ନିଆଁ ଜାଳିଥିଲେ। ସେମାନେ ନିଆଁ ଗ୍ଭରିପଟେ ଠିଆ ହୋଇ ଦେହକୁ ସେକୁଥିଲେ। ପିତର ମଧ୍ୟ ସେଠାରେ ସେମାନଙ୍କ ସହିତ ଠିଆ ହୋଇଥିଲେ।
2010 by World Bible Translation Center