Add parallel Print Page Options

ଯୀଶୁ ବନ୍ଦୀ ହେଲେ

(ମାଥିଉ 26:47-56; ଲୂକ 22:47-53; ଯୋହନ 18:3-12)

43 ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ଆସି ସେଠାରେ ପହଞ୍ଚିଲା। ସେ ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣେ ଥିଲା। ତା ସାଙ୍ଗରେ ଅନେକ ଲୋକ ଥିଲେ। ସେହି ଲୋକମାନଙ୍କୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ଯିହୂଦୀ ନେତାମାନେ ପଠାଇଥିଲେ। ଯିହୂଦା ଓ ସେହି ଲୋକମାନେ ହାତରେ ଖଣ୍ଡା ଓ ଠେଙ୍ଗା ଧରିଥିଲେ।

44 ବିଶ୍ୱାସଘାତକ ଯିହୂଦା ସେହି ଲୋକମାନଙ୍କୁ ଯୀଶୁଙ୍କୁ ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ଦେଇଥିଲା। ସେ କହିଥିଲା: “ଯେଉଁ ଲୋକକୁ ମୁଁ ଚୁମ୍ବନ ଦେବି, ସେ ହେଉଛନ୍ତି ଯୀଶୁ। ତୁମ୍ଭେମାନେ ତାହାଙ୍କୁ ବନ୍ଦୀ କରିବ ଓ ସାବଧାନରେ ଦୂରକୁ ନେଇଯିବ।” 45 ଯିହୂଦା ଯୀଶୁଙ୍କ ପାଖକୁ ଯାଇ କହିଲା, “ଗୁରୁ!” ତା'ପରେ ଯିହୂଦା ଯୀଶୁଙ୍କୁ ଚୁମ୍ବନ କଲା। 46 ଏହି ସମୟରେ ଲୋକମାନେ ଯୀଶୁଙ୍କୁ ଧରି ବନ୍ଦୀ କରି ନେଲେ। 47 ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ଶିଷ୍ୟ ତା'ର ଖଣ୍ଡା ବାହାର କରି ମହାଯାଜକଙ୍କର ଜଣେ ଗ୍ଭକର ଉପରେ ଆଘାତ କଲା। ସେହି ଗ୍ଭକରର କାନ କଟିଗଲା।

48 ଯୀଶୁ ସେହି ଲୋକମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଅପରାଧୀ ଯେ, ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ଧରି ନେବାକୁ ଆସିଛ? 49 ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।” 50 ତା'ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦୌଡ଼ି ପଳାଇଲେ।

Read full chapter